ଡ୍ୟାନ୍ସ ଶୋ’ରେ କାନ୍ଦି ପକାଇଲେ ଶକ୍ତି କପୁର

 ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଖଳନାୟକ ଶକ୍ତି କପୁର ଜଣେ ଦକ୍ଷ ଅଭିନେତା। ପ୍ରତ୍ୟେକ ଫିଲ୍ମରେ ସେ  ନିଜ ଅଭିନୟ ମାଧ୍ୟମରେ ଲୋକଙ୍କ ମନ ଜିତିଛନ୍ତି। କିନ୍ତୁ ନିକଟରେ ତାଙ୍କୁ ଏକ ଡ୍ୟାନ୍ସଶୋ’ରେ କାନ୍ଦିବାର ଦେଖିବାକୁ ମିଳିଥିଲା।

ଶକ୍ତି ‘ହାଇ ଫିବର- ଡ୍ୟାନ୍ସ କା ନୟା ତେବର’ରେ ପହଞ୍ଚିଥିଲେ। ଶୋ’ରେ କଥାବାର୍ତ୍ତା ସମୟରେ ସିନେମାରେ କଳାକାରମାନଙ୍କ ଅବସ୍ଥା କଥା କହି ସେ ଖୁବ୍‌ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ‘‘ଏବେ ତ ଫିଲ୍ମରୁ ଭିଲିଆନ୍‌ କୁଆଡ଼େ ଉଭେଇ ଗଲେଣି। ଏବେ ଫିଲ୍ମରେ ଭିଲିଆନ୍‌ଙ୍କର ବି ରୋମାଣ୍ଟିରକ୍‌ ସିକ୍ୱେନ୍ସ ରହୁଛି।’’

ଶକ୍ତି ଆହୁରି କହୁଥିଲେ, ‘‘ଏବେ ସିନେମାର ଟ୍ରେଣ୍ଡ ବଦଳି ଗଲାଣି। ନୂଆ ପିଢ଼ିର ସିନେମାରେ ଭିଲିଆନ୍‌ଙ୍କର ସତ୍ତା ଲୋପ ପାଉଛି। ଏବେ ହିରୋ ବି ଖଳନାୟକ ଚରିତ୍ରରେ ଅଭିନୟ କରୁଛନ୍ତି। ଏହା ଭଲ କଥା ହିରୋ ଏବେ ସବୁ ଚରିତ୍ରରେ ଅଭିନୟ କରୁଛନ୍ତି। କିନ୍ତୁ ଫିଲ୍ମରେ ଭିଲିଆନ୍‌ଙ୍କର ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଛି, ଯାହା କି ଏବେ ଶେଷ ହୋଇଯାଇଛି।’’

ଅନେକ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଶକ୍ତିଙ୍କ ପାଖରେ ଏବେ ଆଉ କୌଣସି ଫିଲ୍ମର ଅଫର ନାହିଁ।

ସେ ଅଭିନୟ କରିଥିବା କିଛି ଫିଲ୍ମ

ଶକ୍ତି ଫିଲ୍ମରେ ଭିଲିଆନ୍‌ ସହ କମେଡିଆନ୍‌ ଚରିତ୍ରରେ ବି ଅଭିନୟ କରିଛନ୍ତି। ସେ ପ୍ରାୟ ୧୦୦ଟି ଫିଲ୍ମରେ କାଦର ଖାନ୍‌ଙ୍କ ସହ କମେଡି କରିଛନ୍ତି। ସେ ‘ଲୁଟ୍‌ମାରି’, ‘କୁର୍ବାନୀ’, ‘ନସିବ୍‌’, ‘ବାରଦାତ୍‌’, ‘ରକି’, ‘ହିରୋ’, ‘ଜାନୀ ଦୋସ୍ତ’, ‘ହମ୍‌ ହୈ ଲାଜାବ’, ‘ଗିରଫ୍ତାର’, ‘ଇନ୍‌ସାଫ୍‌’, ‘ଗୁରୁ’ ଓ ‘ଅନ୍ଦାଜ ଅପନା ଅପନା’ ସହିତ  ପ୍ରାୟ ୭୦୦ ଫିଲ୍ମରେ ଅଭିନୟ କରିଛନ୍ତି।

 

 

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More