ଏମିତି ବଦଳିଯାଏ ମଣିଷର ଭାଗ୍ୟ: ଯେଉଁ ଶୋ’ର ଦିନେ ପ୍ରତିଯୋଗୀ ଥିଲେ, ଆଜି ସେଠି ଜଜ୍‌

ମୁମ୍ବାଇ: ଯେକୌଣସି କ୍ଷେତ୍ରରେ ସଫଳତା ପାଇବା ଏତେ ସହଜ ନୁହେଁ। ମଣିଷର ନିଷ୍ଠା ଓ ଅଧ୍ୟବସାୟ ତାକୁ ସଫଳତାର ଶିଖରରେ ପହଞ୍ଚାଇଥାଏ। ଏଥିରେ ସଂଘର୍ଷ ବି ଥାଏ। ବଲିଉଡ୍‌ରେ କଳାକାରଟିଏ ନିଜକୁ ପ୍ରତିଷ୍ଠିତ କରିବାକୁ ଯେତିକି କଷ୍ଟ କରେ ଗାୟକଟିଏ ମଧ୍ୟ ପ୍ରତିଷ୍ଠିତ ହେବାକୁ ସେତିକି କଷ୍ଟ କରେ। ଏଠାରେ ଗାୟକ, ଗାୟିକାଙ୍କ ମଧ୍ୟରେ ପ୍ରତିଯୋଗିତା କିଛି କମ୍ ନୁହେଁ। ପ୍ରତିଦିନ ନୂଆ ଗାୟକ ଓ ଗାୟିକା ଇଣ୍ଡଷ୍ଟ୍ରୀକୁ ଆସୁଛନ୍ତି। ତେବେ ଯେଉଁ ଗାୟକ,ଗାୟିକାମାନେ ସେମାନଙ୍କ ନିଷ୍ଠା […]

1

1

Rakesh Mallick
  • Published: Friday, 29 June 2018
  • Updated: 29 June 2018, 02:25 PM IST

Sports

Latest News

ମୁମ୍ବାଇ: ଯେକୌଣସି କ୍ଷେତ୍ରରେ ସଫଳତା ପାଇବା ଏତେ ସହଜ ନୁହେଁ। ମଣିଷର ନିଷ୍ଠା ଓ ଅଧ୍ୟବସାୟ ତାକୁ ସଫଳତାର ଶିଖରରେ ପହଞ୍ଚାଇଥାଏ। ଏଥିରେ ସଂଘର୍ଷ ବି ଥାଏ। ବଲିଉଡ୍‌ରେ କଳାକାରଟିଏ ନିଜକୁ ପ୍ରତିଷ୍ଠିତ କରିବାକୁ ଯେତିକି କଷ୍ଟ କରେ ଗାୟକଟିଏ ମଧ୍ୟ ପ୍ରତିଷ୍ଠିତ ହେବାକୁ ସେତିକି କଷ୍ଟ କରେ। ଏଠାରେ ଗାୟକ, ଗାୟିକାଙ୍କ ମଧ୍ୟରେ ପ୍ରତିଯୋଗିତା କିଛି କମ୍ ନୁହେଁ। ପ୍ରତିଦିନ ନୂଆ ଗାୟକ ଓ ଗାୟିକା ଇଣ୍ଡଷ୍ଟ୍ରୀକୁ ଆସୁଛନ୍ତି। ତେବେ ଯେଉଁ ଗାୟକ,ଗାୟିକାମାନେ ସେମାନଙ୍କ ନିଷ୍ଠା ଓ ଅଧ୍ୟବସାୟ ବଳରେ ନିଜକୁ ଏଠାରେ ପ୍ରତିଷ୍ଠିତ କରିପାରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନେହା କକ୍କର। ଆଜି ସେ ବଲିଉଡ୍‌ର ଏମିତି ଜଣେ ନାମୀଦାମୀ କଣ୍ଠଶିଳ୍ପୀ ଯିଏ ଖୁବ୍‌ କମ୍‌ ଦିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

୨୦୦୬ରୁ ଏକ ରିଆଲିଟି ଶୋ’ରୁ ନିଜ ଯାତ୍ରା ଆରମ୍ଭ କରି ଏବେ ସେ ବଲିଉଡ୍‌ ଜଣେ ସଫଳ କଣ୍ଠଶିଳ୍ପୀ। ଏବେ ତାଙ୍କର ପ୍ରତିଟି ମ୍ୟୁଜିକ୍‌ ଆଲ୍‌ବମ୍‌ ହିଟ୍‌ ହେଉଛି। ଫିଲ୍ମରେ କମ୍ ଗୀତ ଗାଇ ଥିଲେ ବି ସେ ହିଟ୍। ଦର୍ଶକ ତାଙ୍କୁ ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ୨୦୧୭ରେ ଜି ଟିଭିରେ ପ୍ରସାରିତ ହୋଇଥିବା ରିୟଲିଟି ଶୋ’ “ସା ରେ ଗା ମ୍‌ ଲିଟିଲ୍‌ ଚାମ୍ପ”ରେ ତାଙ୍କୁ ଜଜ୍‌ ଭାବେ ଦେଖିବାକୁ ମିଳିଥିଲା।

ଆପଣମାନେ ଭାବୁଥିବେ ଆମେ ତାଙ୍କ ବିଷୟର ଏତେ କଥା କାହିଁକି କହୁଛୁ। କଥାଟି ହେଉଛି ଆସନ୍ତା ଜୁଲାଇ ୭ ତାରିଖରୁ ସୋନି ଟିଭିରେ ପୁଣି ପ୍ରସାରିତ ହେବ ସଂଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ୍‌ ଆଇଡିଅଲ୍‌’।

ଏଥିରେ ନେହାଙ୍କୁ ଜଜ୍‌ ଭାବେ ଦେଖିବାକୁ ମିଳିବ। ସବୁଠୁ ବଡ଼ କଥା ହେଉଛି ଦିନେ ୨୦୦୬ରେ ସେ ଏହି ଶୋ’ରେ ଜଣେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। ଆଉ ଏବେ  ଏହି ଶୋ’ରେ ଜଜ୍ ହେବେ। ତାଙ୍କ ସହିତ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଓ ଭିଶାଲ୍‌ ଦଦ୍‌ଲାନୀଙ୍କୁ ମଧ୍ୟ ବିଚାରପତି ରହିବେ।

ଆଉ ଏକ କଥା ହେଉଛି ନେହା ‘ଜୋ ଜିତା ୱହି ସୁପରଷ୍ଟାର’ ନାମକ ଏକ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ଥିଲେ। ଏଥିରେ ବିଚାରପତି ଆସନରେ ଥିଲେ ଭିଶାଲ। ଏବେ କିନ୍ତୁ ଦୁହେଁ ମିଶି  “ଇଣ୍ଡିଆନ୍‌ ଆଇଡିଆଲ୍‌”ରେ ବିଚାରପତି ଦାୟିତ୍ୱ ତୁଲାଇବେ।

ଏନେଇ ଭିଶାଲ୍‌ ଦଦ୍‌ଲାନୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆନ୍‌ ଆଇଡଲ୍‌’୨୦୧୮ର ଜଜ୍‌ ନେହା କକ୍କରଙ୍କ ଠାରୁ ମୁଁ ଖୁବ୍‌ ପ୍ରଭାବିତ ହୋଇଛି। ମୁଁ ତାଙ୍କଠାରୁ ଟିପ୍ସ ନେବାକୁ ମଧ୍ୟ ଚାହୁଁଛି। ନେହାଙ୍କ କାହାଣୀ ଅଦ୍ଭୁଦ। ସେ ସେହି ଶୋ’ର ଜଜ୍‌ ହେଲେ ଯେଉଁଥିରେ ଦିନେ ସେ ପ୍ରତିଯୋଗୀ ଥିଲେ। ଏହା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos