ଶିଶୁ କନ୍ୟାଙ୍କ ସୁରକ୍ଷା ବାର୍ତ୍ତା ନେଇ ଆସୁଛି ଓଡ଼ିଆ ଆଲବମ୍ ‘ଆକାଂକ୍ଷା’

new odia songଭୁବନେଶ୍ୱର: ଓଡ଼ିଆ ଆଲବମକୁ ଆଉ ପାଦେ ଆଗକୁ ନେବାକୁ ପ୍ରୟାସ ହୋଇଛି। ଶିଶୁ କନ୍ୟାଙ୍କ ସୁରକ୍ଷାର ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଆଲବମ ‘ଆକାଂକ୍ଷା’। ଦୁବାଇର କେ .କେ ପଟ୍ଟନାୟକ ପ୍ରଡକ୍ସନ୍ ଦ୍ୱାରା ଏହି ଓଡ଼ିଆ ଆଲବମ୍ ପ୍ରସ୍ତୁତ ହୋଇଛି। ସାଉଥ୍ ଆଫ୍ରିକାର କେପଟାଉନ୍ ଓ ଦୁବାଇର ବିଉଟିଫୁଲ୍ ଲୋକେସନରେ କଲରଫୁଲ୍ କଷ୍ଟ୍ୟୁମରେ ଦେଖିବାକୁ ମିଳିବ ଆଲବମର କଳାକାରଙ୍କୁ। ଏହି ଆଲବମ୍ ଜରିଆରେ ପ୍ରଥମ ଥର ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମାନସ ପ୍ରୀତମ। ଗୀତ ରଚନା ବାପୁ ଗେସ୍ୱାମୀ କରିଥିବାବେଳେ କଣ୍ଠଦାନ କରିଛନ୍ତି ମାନସ ପ୍ରୀତମ୍ ଓ ଆକାଂକ୍ଷା ପଟ୍ଟନାୟକ।

ଗୀତରେ କନ୍ୟାଭ୍ରୂଣ ହତ୍ୟା ଏବଂ ଶିଶୁ କନ୍ୟାଙ୍କୁ ଉପରେ ହେଉଥିବା ଯୌନ ଶୋଷଣ ରୋକିବା ପାଇଁ ଦିଆଯାଇଛି ବାର୍ତ୍ତା। ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଆଲବମର ଗୀତ ସୁଟ୍ କରାଯାଇଛି ବିଦେଶରେ।

ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଲବମକୁ ହିନ୍ଦୀ ଭାଷାରେ ମଧ୍ୟ ନିର୍ମାଣ କରିବା ପାଇଁ ଆଲବମ୍ ନିର୍ମାତା ଯୋଜନା ରଖିଛନ୍ତି ।