ସୋସିଆଲ୍ ମିଡିଆରେ ଛାଇ ଯାଇଛି ‘ଫିତୁର’ର ନୂଆ ସଙ୍ଗ ‘ତେରେ ଲିୟେ’

ମୁମ୍ବାଇ: ‘ମୈନେ ପୁଛା ୟେ ଦିଲ ସେ….ମେଁ କ୍ୟୁଁ ହୁଁ ଜାହାଁ ମେଁ….ଏକ ଧଡକନ୍ ବୋଲି ତେରେ ଲିୟେ…’। ଏବେ ଏହି ଗୀତଟି ସମସ୍ତ ଓଠରେ। ସଭିଏଁ ଗୁଣୁଗୁଣାଉଛନ୍ତି ଏହି ଗୀତ। ଆଜି ରିଲିଜ୍ ହେବା ପରେ ଗୀତଟି ପୂରା ସୋସିଆଲ ମିଡିଆରେ ଛାଇ ଯାଇଛି। ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୯୫ ହଜାରରୁ ଅଧିକ ଦର୍ଶକ ଏହାକୁ ଦେଖି ସାରିଲେଣି। ଏହି ଗୀତଟି ଅପକମିଂ ଫିଲ୍ମ ‘ଫିତୁର’ର। ଏଥିରେ ଦେଖିବାକୁ ମିଳିଛି ‘ଆସିକ୍-୨’ର ଷ୍ଟାର ଆଦିତ୍ୟ ରାୟ କାପୁର ଓ ‘ଜବ୍ ତକ ହେ ଜାନ’ର ଷ୍ଟାର କାଟ୍ରିନା କୈଫଙ୍କ କେମେଷ୍ଟ୍ରୀ। ଏହାସହ ଏହି ଯୋଡ଼ିଙ୍କ ଅନଲାଇନ୍ ରୋମାନ୍ସ ଫିଲ୍ମରେ ଚାରଚାନ୍ଦ ଲାଗାଇଛି। ଏଥିରେ ଆଦିତ୍ୟ ରାୟ କାପୁର କାଶ୍ମୀରର ଜଣେ କବି ‘ନୂର’ ଭୂମିକାରେ ଅଭିନୟ କରୁଥିବା ବେଳେ କାଟ୍ରିନା ‘ଫିରଡ୍ୟୁସ’ ଚରିତ୍ରରେ ଅଭିନୟ କରୁଛନ୍ତି।

ଏଥିରେ ସୁନିଧି ଚୌହାନ୍ ଓ ଜୁବୀନ୍ ନୌତିଆଲା କଣ୍ଠଦାନ କରିଥିବା ବେଳେ ଲିରିକ୍ ଲେଖିଛନ୍ତି ସ୍ୱାନନ୍ଦ କିରକିରେ ଓ ମ୍ୟୁଜିକ୍ ଦେଇଛନ୍ତି ଅମିତ ତ୍ରିବେଦୀ।

ପୂର୍ବରୁ ଏହି ଫିଲ୍ମର ‘ୟେ ଫିତୁର ମେରା’ ଓ ‘ପଶ୍ଚିମା’ ଗୀତ ଦୁଇଟି ବେଶ୍ ଆଦୃତ ହୋଇଛି।