ଏହିସବୁ ଷ୍ଟାରଙ୍କ ନାଁ ପଛରେ କାହିଁକି ନ ଥାଏ ଟାଇଟେଲ୍‌ ବା ସାଙ୍ଗିଆ, ଜାଣନ୍ତୁ ଗୁମର

ଗୋବିନ୍ଦା ହୁଅନ୍ତୁ ବା କାଜୋଲ ଅବା ଅକ୍ଷୟ କୁମାର। ଏ ସମସ୍ତ ବଲିଉଡ୍‌ ସେଲିବ୍ରେଟିଙ୍କ ରହିଛନ୍ତି ଅନେକ ଫ୍ୟାନ୍‌। ଯେଉଁମାନେ ତାଙ୍କ ସମ୍ପର୍କରେ ଟିକିନିଖି ଖବର ରଖିଥାନ୍ତି। ଆଉ ଦିନକୁ ଦିନ ସେମାନେ ନିଜ ପ୍ରିୟ ସେଲିବ୍ରେଟିଙ୍କ ସମ୍ପର୍କରେ ମଧ୍ୟ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଇଥାନ୍ତି। ହେଲେ ବେଳେ ବେଳେ ଏହି ସେଲିବ୍ରେଟିମାନଙ୍କ ଟାଇଟେଲ କ’ଣ ବୋଲି ସ୍ୱତଃ ପ୍ରଶ୍ନ ଆସେ। ତାହେଲ ଆସନ୍ତୁ ଜାଣିବା ଏମିତି କିଛି ସେଲିବ୍ରେଟିମାନଙ୍କ ସମ୍ପର୍କରେ ଯେଉଁମାନଙ୍କ ନାଁ ପଛପଟେ […]

Kajol-1-

Kajol-1-

Rakesh Mallick
  • Published: Friday, 01 December 2017
  • Updated: 01 December 2017, 08:07 PM IST

Sports

Latest News

ଗୋବିନ୍ଦା ହୁଅନ୍ତୁ ବା କାଜୋଲ ଅବା ଅକ୍ଷୟ କୁମାର। ଏ ସମସ୍ତ ବଲିଉଡ୍‌ ସେଲିବ୍ରେଟିଙ୍କ ରହିଛନ୍ତି ଅନେକ ଫ୍ୟାନ୍‌। ଯେଉଁମାନେ ତାଙ୍କ ସମ୍ପର୍କରେ ଟିକିନିଖି ଖବର ରଖିଥାନ୍ତି। ଆଉ ଦିନକୁ ଦିନ ସେମାନେ ନିଜ ପ୍ରିୟ ସେଲିବ୍ରେଟିଙ୍କ ସମ୍ପର୍କରେ ମଧ୍ୟ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଇଥାନ୍ତି। ହେଲେ ବେଳେ ବେଳେ ଏହି ସେଲିବ୍ରେଟିମାନଙ୍କ ଟାଇଟେଲ କ’ଣ ବୋଲି ସ୍ୱତଃ ପ୍ରଶ୍ନ ଆସେ। ତାହେଲ ଆସନ୍ତୁ ଜାଣିବା ଏମିତି କିଛି ସେଲିବ୍ରେଟିମାନଙ୍କ ସମ୍ପର୍କରେ ଯେଉଁମାନଙ୍କ ନାଁ ପଛପଟେ ସାଙ୍ଗିଆ ନାହିଁ। କ’ଣ ରହିଛି ଏହାର କାରଣ।

ଗୋବିନ୍ଦା- ରାଜା ବାବୁ ଗୋବିନ୍ଦାଙ୍କ ପୂରା ନାଁ ଗୋବିନ୍ଦା ଆହୁଜା। ନିଜ ଟାଇଟେଲ ବା ସାଙ୍ଗିଆ ହଟାଇବା ପାଇଁ ଗୋବିନ୍ଦାଙ୍କର ସେମିତି  କିଛି ବଡ କାରଣ ନ ଥିଲା। କେବଳ ନିଜ ନାଁକୁ ଛୋଟ ଓ ସହଜ କରିବା ପାଇଁ ସେ ନିଜ ଟାଇଟେଲକୁ ହଟାଇ ଦେଇଛନ୍ତି।

ଆସିନ୍‌- ଗଜନୀ ଗର୍ଲ ଆସିନ୍‌ଙ୍କ ପୂରା ନାଁ ଆସିନ୍‌ ଥୋଟୁମ୍‌କଲ। ଆସିନ୍‌ଙ୍କ କହିବା ଅନୁସାରେ ଲୋକମାନେ ତାଙ୍କ ଟାଇଟେଲକୁ ଠିକ୍‌ ଭାବେ ଉଚ୍ଚାରଣ କରିପାରନ୍ତି ନାହିଁ। ତେଣୁ ଭୁଲ୍‌ ଉଚ୍ଚାରଣ କରିବା ଅପେକ୍ଷା ବରଂ କେବଳ ନାଁଟି ଉଚ୍ଚାରଣ କରିବା ଭଲ । ଏହି କାରଣରୁ ସେ ନିଜ ଟାଇଟେଲ୍‌ ହଟେଇ ଦେଇଛନ୍ତି।

ରେଖା- ନିଜ ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କ ହୃଦୟରେ ରାଜ କରୁଥିବା ରେଖାଙ୍କ ପୂରା ନାଁ ହେଉଛି ଭାନୁ ରେଖା ଗଣେଶନ୍‌। ସମୟ ସହିତ ରେଖା ନିଜ ଟାଇଟେଲ ହଟେଇ ଦେଇଥିଲେ। ଆଉ ରେଖା ନାମରେ ଚର୍ଚ୍ଚିତ ହୋଇଛନ୍ତି।

ତମନ୍ନା- ଇଣ୍ଡିଆନ୍‌ ଓ ସାଉଥ୍‌ ଫିଲ୍ମରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତମ୍ମନା ଭାଟ୍ଟିଆ।  ନ୍ୟୁମରୋଲୋଜି କାରଣରୁ ସେ ନିଜର ଟାଇଟେଲ୍‌ ଗୋପନ ରଖିବାକୁ ସ୍ରେୟସ୍କର ମନେକରନ୍ତି ବୋଲି କୁହନ୍ତି।

କାଜୋଲ- କାଜୋଲଙ୍କ ପୂରା ନାଁ କାଜୋଲ ମୁଖାର୍ଜୀ। ନିଜ ପରିବାରରୁ ଅଲଗା ହେବା ପରେ ସେ ନିଜ ଟାଇଟେଲ୍‌ ହଟେଇ ଦେଇଥିଲେ।

ତବୁ- ତବୁଙ୍କ ପୂରା ନାଁ ତବ୍ବୁସୁମ୍‌ ହାଶମୀ। ନିଜ ନାଁକୁ ଛୋଟ କରିବାପାଇଁ ସେ ନିଜର ଟାଇଟେଲ୍‌ ହଟେଇ ଦେଇଛନ୍ତି।

ଜିତେନ୍ଦ୍ର- ବଲିଉଡ୍‌ର ଜମ୍ପିଙ୍ଗ ଜ୍ୟାକ୍‌ ଭାବେ ପରିଚିତ ଅଭିନେତା ଜିତେନ୍ଦ୍ରଙ୍କ ପୂରା ନାଁ ରବି କପୁର। ସେ ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ  ନିଜ ଟାଇଟଲ୍‌ ହଟେଇ ଦେଇଥିଲେ।

ଶାନ୍- ନିଜ ମେଲୋଡିଅସ୍‌ ଭଏସ୍‌ରେ ସଙ୍ଗୀତ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସାନ୍ତନୁ ମୁଖର୍ଜି ଓରଫ୍‌ ସାନ୍‌। ତାଙ୍କ ନାଁ ବଡ ହେବା କାରଣରୁ ଟାଇଟେଲକୁ ହଟେଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos