ରିଲିଜ୍‌ ହେଲା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ର ଟ୍ରେଲର୍‌

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି କରନ୍‌ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ର  ଟ୍ରେଲର । ରିଲିଜ ହେବା ପରେ ଏହା ୟୁଟ୍ୟୁବରେ ଟପ୍ ଟ୍ରେଣ୍ଡରେ ରହିଛି। ଟ୍ରେଲର  ରିଲିଜ ହେବାର ୨୪ ଘଣ୍ଟା ମଧ୍ୟରେ ଫିଲ୍ମର ଟ୍ରେଲରକୁ ୧ କୋଟିରୁ ଅଧିକ ଥର ଦେଖା ସରିଲାଣି। ଏହା ହେଉଛି ସୁପରହିଟ୍ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ର ସିକ୍ୱେଲ୍। ଯେଉଁଥିରେ ଡେବ୍ୟୁ କରିଥିଲେ ଆଲିଆ ଭଟ୍ଟ, ବରୁଣ ଧୱନ୍‌ ଓ ସିଦ୍ଧାର୍ଥ […]

stoy

stoy

Chinmayee Roy
  • Published: Saturday, 13 April 2019
  • Updated: 19 April 2019, 09:20 AM IST

Sports

Latest News

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି କରନ୍‌ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ର  ଟ୍ରେଲର । ରିଲିଜ ହେବା ପରେ ଏହା ୟୁଟ୍ୟୁବରେ ଟପ୍ ଟ୍ରେଣ୍ଡରେ ରହିଛି। ଟ୍ରେଲର  ରିଲିଜ ହେବାର ୨୪ ଘଣ୍ଟା ମଧ୍ୟରେ ଫିଲ୍ମର ଟ୍ରେଲରକୁ ୧ କୋଟିରୁ ଅଧିକ ଥର ଦେଖା ସରିଲାଣି। ଏହା ହେଉଛି ସୁପରହିଟ୍ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ର ସିକ୍ୱେଲ୍। ଯେଉଁଥିରେ ଡେବ୍ୟୁ କରିଥିଲେ ଆଲିଆ ଭଟ୍ଟ, ବରୁଣ ଧୱନ୍‌ ଓ ସିଦ୍ଧାର୍ଥ ମଲହୋତ୍ରା।

https://www.instagram.com/p/BwI8C1xnET6/?utm_source=ig_web_copy_link

ତେବେ ଏହାର ସିକ୍ୱେଲ୍‌ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଟାଇଗର ଶ୍ରଫ। ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ୨ ନବାଗତା ଅଭିନେତ୍ରୀ  ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ। ଟ୍ରେଲର୍‌ରୁ ଜଣାପଡ଼ୁଛି ଯେ ଫିଲ୍ମଟି ଆକ୍ସନ, ଡ୍ୟାନ୍ସ ଏବଂ ରୋମାନ୍ସରେ ଭରପୁର ରହିଛି।  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୁନିତ ମାଲହୋତ୍ରା।  ଆସନ୍ତା ମାସ ୧୦ ତାରିଖରେ ପରଦାକୁ ଆସିବ ‘ଷ୍ଟୁଡେଣ୍ଟ ଫ୍‌ ଦି ଇୟର-୨’।

https://www.instagram.com/p/BwG9WpSnC6o/?utm_source=ig_web_copy_link

ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ଫିଲ୍ମର ନାୟିକା ଅନନ୍ୟା ପାଣ୍ଡେ ହେଉଛନ୍ତି ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ଧର୍ମା ପ୍ରଡକ୍ସନ୍‌ ସହ ଅନନ୍ୟାଙ୍କ ଡେବ୍ୟୁକୁ ନେଇ ଚଙ୍କି କହିଛନ୍ତି, ‘ ଅନନ୍ୟା ବହୁତ୍‌ ଭାଗ୍ୟଶାଳୀ। କାରଣ ମୋତେ କେବେ ହେଲେ ଧର୍ମା ପ୍ରଡକ୍ସନ୍‌ ସହ କାମ କରିବାକୁ ସୁଯୋଗ ମିଳିନାହିଁ।’

https://www.instagram.com/p/Bu1NvZsHPtd/?utm_source=ig_web_copy_link

ଚଙ୍କି ଆହୁରି କହିଛନ୍ତି. ‘ମୁଁ ବହୁତ ଖୁସି। ମୁଁ ଯେବେ ଟ୍ରେଲର୍‌ ଦେଖିଲି ଓ ଅନନ୍ୟାଙ୍କ କଣ୍ଠ ଟିଭି ସ୍କ୍ରିନ୍‌ରେ ଶୁଣିଲି ମୁଁ ବହୁତ ଭାବବିହ୍ୱଳ ହୋଇଗଲି।  ମୁଁ ଫ୍ଲାସ୍‌ ବ୍ୟାକ୍‌ରେ ଚାଲିଗଲି ଯେବେ ମୁଁ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲି। ମୁଁ ଯାହା ଭାବିଥିଲି ଏହା ତା’ଠୁ ଅଧିକ ଭଲ ହୋଇଛି। ଯେଉଁଭଳି ଭାବେ ଅନନ୍ୟାଙ୍କ ଏଣ୍ଟ୍ରି ହେଲା ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ମୋତେ ଲାଗୁଛି ସେ ଏବେ କ୍ୟାମେରା ଫ୍ରେଣ୍ଡଲି ହୋଇଗଲେଣି।  ଏସବୁ ଦେଖି ମୋତେ ବହୁତ୍‌ ଖୁସି ଲାଗୁଛି। ’

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos