ବାଲାଜୀ ଟେଲିଫିଲ୍ମସ୍‌ର ପୂର୍ବତନ ସିଓଓ ନିଖୋଜ

ମୁମ୍ବାଇ: ଷ୍ଟାର୍ ଓ ବାଲାଜୀ ଟେଲିଫିଲ୍ମସ୍‌ର ପୂର୍ବତନ ସିନିଅର୍ ଏଗ୍‌ଜିକ୍ୟୁଟିଭି ତଥା ସିଓଓ ଜୁଲଫିକର୍ ଖାନ୍ ନିଖୋଜ। ଗଲା ତିନି ମାସ ହେବ ତାଙ୍କର କୌଣସି ଖୋଜ୍ ଖବର ନାହିଁ। ନିଖୋଜ ହେବା ପରଠାରୁ ଜୁଲଫିକରଙ୍କୁ ତାଙ୍କ ପରିବାର ଖୋଜିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କୌଣସି ପ୍ରକାରର ପତ୍ତା ମିଳିନାହିଁ।

ମୁମ୍ବାଇରେ ରହୁଥିବା ୪୮ ବର୍ଷୀୟ ଜୁଲଫିକର ଖାନ ୨୧ ଜୁଲାଇ ୨୦୨୨ରୁ କେନିଆରେ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜୁଲଫିକର ଖାନଙ୍କ ବନ୍ଧୁମାନେ ଅନଲାଇନ୍‌ରେ #BringZulfiBack ଅଭିଯାନ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଜୁଲଫିକର ଖାନ ଚଳିତ ବର୍ଷ ମେ ମାସରେ ବାଲାଜୀ ଟେଲିଫିଲ୍ମର ସିଓଓ ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇରେ ସେ କେନିଆକୁ ଛୁଟି କାଟିବା ପାଇଁ ଯାଇଥିଲେ ଏବଂ ଜୁଲାଇ ୨୪ରେ ସେଠାରୁ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ଜୁଲାଇ ୨୧ଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଜୁଲଫିକରଙ୍କ ପରିବାର ସଦସ୍ୟମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନିଆର ଭାରତୀୟ ଉଚ୍ଚ ଆୟୋଗଙ୍କୁ ଚିଠି ଲେଖି ଜୁଲଫିକରଙ୍କୁ ଖୋଜିବା ପାଇଁ ସାହାଯ୍ୟ କରନ୍ତୁ।

ଜୁଲଫିକର ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ଷ୍ଟାର୍ ଇଣ୍ଡିଆ, ପରେ ତାଙ୍କୁ ବିଜ୍ଞାପନ ବିକ୍ରୟର ବରିଷ୍ଠ ଭାଇସ୍‌ ପ୍ରେସିଡେଣ୍ଟ ଭାବରେ ପଦୋନ୍ନତି ମିଳିଥିଲା। ଏହାପରେ ସେ ଷ୍ଟାର୍ ପ୍ଲସ୍, ଷ୍ଟାର୍ ଗୋଲ୍ଡ, ଷ୍ଟାର୍ ସ୍ପୋର୍ଟସ୍, ନ୍ୟାସନାଲ୍ ଜିଓଗ୍ରାଫିକ୍ ଏବଂ ଚ୍ୟାନେଲ୍ ଭି ପରି ଷ୍ଟାର୍ ଇଣ୍ଡିଆ ଚ୍ୟାନେଲଗୁଡିକର ଦେଖାରଖା କରୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।