ରାତି ଅଧରେ ଫଟୋ ଶେଆର କରି ଟ୍ରୋଲ ହେଲେ

ମୁମ୍ବାଇ: ଟେଲିଭିଜନ ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ ହୀନା ଖାନ୍। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ପ୍ରତିଦିନ ସେ ତାଙ୍କର କିଛି ନା କିଛି ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରୁହନ୍ତି।  ବେଳେ ବେଳେ ସେ ଇନଷ୍ଟାଗ୍ରାମରେ ଏଭଳି ଫଟୋ ସେଆର କରନ୍ତି, ଯାହା ସୋଶାଲ ମିଡିଆରେ ନିଆଁ ଲଗାଇ ଦିଏ। ତାଙ୍କ ସୁନ୍ଦରତାକୁ ନେଇ ୟୁସର୍ଜମାନେ ପ୍ରଶଂସା କରନ୍ତି। ଆଉ କେତେବେଳେ ତାଙ୍କ ଫଟୋକୁ ନେଇ ରାଗି ଯା’ନ୍ତି ୟୁଜର୍ସ। ଏଥିପାଇଁ ହୀନାଙ୍କୁ ଟ୍ରୋଲର ଶିକାର ହେବାକୁ ପଡେ। ନିକଟରେ ହୀନାଙ୍କୁ ଏଭଳି ହିଁ କିଛି ଭୋଗିବାକୁ ପଡିଛି। ସେ ରାତି ଅଧିଆ ଏକ ଫଟୋ ସେଆର କରି ଜୋରଦାର ଟ୍ରୋଲର ଶିକାର ହୋଇଛନ୍ତି।

ହୀନା ଖାନ୍‌ ଏବେ ମାଲଦୀପରେ ବୟଫ୍ରେଣ୍ଡ ରକି ସହ ଛୁଟି ବିତାଉଛନ୍ତି। ଏହି ସମୟର ଏକ ଫଟୋ ରାତି ଅଧିରେ ସେ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ସୁଇମ ସୁଟ୍‌ ପିନ୍ଧି ସମୁଦ୍ର କୂଳେ ପୋଜ ଦେଉଥିବା ଦେଖିବାକୁ ମିଳିଛି। ଏଭଳି ତିନୋଟି ଫଟୋ ସେ ସେଆର କରିଛନ୍ତି।

ତେବେ ତାଙ୍କର ଏହି ଫଟୋ ୟୁଜର୍ସମାନଙ୍କୁ ପସନ୍ଦ ଆସୁନାହିଁ।  ହୀନାଙ୍କ ଉପରେ ୟୁଜର୍ସମାନେ ବିରକ୍ତି ପ୍ରକାଶ କରିବା ସହ ସେ ମୁସଲିମ୍ ନାଁରେ କଳଙ୍କ ବୋଲି କହିଛନ୍ତି।  ଆଉ ଜଣେ ୟୁଜର୍ସ ତାଙ୍କ ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି, “କିଛି ତ ଲାଜ ରଖ, ତୁମେ ଜଣେ ମୁସଲିମ ଝିଅ, ତା’ର ମହତ ରଖ, ଏଭଳି କରନାହିଁ। ଗ୍ଲାମରସ ପୂର୍ବରୁ ସଂସ୍କୃତି ଏବଂ ସଂସ୍କାର ତୁମର ପ୍ରଥମ ପ୍ରାଥମିକତା ହେବ ଉଚିତ।” ଆଉ କେତେ ଜଣ ପ୍ରଶଂସକ, ହୀନା ମୁସଲିମମାନଙ୍କ ନାଁ ଖରାପ କରୁଥିବା କଥା କହିଛନ୍ତି।

ସୂଚନା ଯୋଗ୍ୟ ଯେ, ହୀନା ଖାନଙ୍କ ଏହି ଫଟୋକୁ ବର୍ତ୍ତମାନ ଯାଏଁ ୪ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଲାଣି। ଏଥିସହ ୪ ହଜାରରୁ ଅଧିକ ଲୋକ ତାଙ୍କ ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି।

ହୀନା ଖାନ ଛୁଟି ବିତାଇବା ପାଇଁ ମଲଦୀପର କୁରାମାଠି ଆଇଲ୍ୟାଣ୍ଡ ଯାଇଛନ୍ତି।  ସେ ନିକଟରେ ରିଆଲିଟ ଶୋ’ ବିଗ୍‌ବସ୍‌-୧୪ରେ ସିନିଅର ପ୍ରତିଯୋଗୀ ଭାବେ ନଜର ଆସିଥିଲେ। ସେ ଏବେ ଟିଭି ଠାରୁ ଅଧିକ ୱେବସିରିଜରେ କାମ କରୁଛନ୍ତି। ଏଥିସହ ଆଗକୁ ତାଙ୍କର ଏକ ଫିଲ୍ମ ମଧ୍ୟ ଆସିବାର ଅଛି।

 

View this post on Instagram

 

A post shared by HK (@realhinakhan)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।