ଆସୁଛି ‘ତେରେ ବିନ୍ ଲାଡେନ୍’ର ସିକ୍ୱେଲ୍

https://www.youtube.com/watch?v=63ZiulhDI7M

ମୁମ୍ବାଇ: ‘ତେରେ ବିନ୍ ଲାଡେନ୍’ ପରେ ଏବେ ବି-ଟାଉନକୁ ଆସିବ ‘ତେରେ ବିନ୍ ଲାଡେନ୍ ଡେଡ୍ ଅର୍ ଆଲାଇଭ୍’। ଏହି ଫିଲ୍ମଟି ଅଭିଶେଖ ଶର୍ମାଙ୍କ ନୂଆ ସିନେମା। ୨୦୧୦ ମସିହାରେ ପରଦାକୁ ଆସିଥିବା ‘ତେରେ ବିନ୍ ଲାଡେନ୍’ର ସିକ୍ୱେଲ। ଓସମାଙ୍କର ମିଷ୍ଟ୍ରିରିୟସ ଡେଡକୁ କମେଡି ମାଧ୍ୟମରେ ଚିତ୍ରଣ କରିଛନ୍ତି ନିର୍ଦ୍ଦେଶକ। ବୁଧବାର ଏହାର ଟ୍ରେଲର ରିଲିଜ ହୋଇଛି। ଏହି ସିନେମାର ମେନ୍ ଲିଡରେ ଅଭିନୟ କରିଛନ୍ତି ମନିଷ ପଲ ଓ  ସିକନ୍ଦର। ଏହି ଫିଲ୍ମରେ ଅଲ୍ଲୀ ଜାଫର ଏବଂ ଇମ୍ରାନ ଖାନ୍ ହାସ୍ୟ ରସାତ୍ମକ ରୋଲରେ ନଜର ଆସିବେ। ଏହି ସିନେମାର ମ୍ୟୁଜିକ ଦେଇଛନ୍ତି ସାଗର ଦାସ ଓ ଆଦିଲ ଶେଖ୍।