ହଲକୁ ଆସିଲା ତରଙ୍ଗ ସିନେ ପ୍ରଡକ୍ସନର ଚତୁର୍ଥ ଫିଲ୍ମ ‘ତୁ କହିବୁ ନା ମୁଁ’

ଭୁବନେଶ୍ୱର: ମକର ସଂକ୍ରାନ୍ତି ଅବସରରେ ଆଜି ହଲକୁ ଆସିଛି ତରଙ୍ଗ ସିନେ ପ୍ରଡକ୍ସନ୍ ଚତୁର୍ଥ ଫିଲ୍ମ ‘ତୁ କହିବୁ ନା ମୁଁ’। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଲାନ୍ ଓ ଡେବ୍ୟୁଟାଣ୍ଟ ନିହାରିକା। ଫିଲ୍ମ ରିଲିଜ୍ ପୂର୍ବରୁ ‘ତୁ କହିବୁ ନାଁ ମୁଁ’ର ଗୀତ ଦର୍ଶକଙ୍କ ହୃଦୟ ଜିଣିସାରିଛି। ତରଙ୍ଗ ରିଆଲିଟି ଶୋ- ‘କିଏ ହେବ ମୋ ହିରୋଇନ’ର ସିଜିନ୍-୨ର ବିଜେତା ହେଉଛନ୍ତି ନିହାରିକା ଓ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ‘ଗୋଲାପି ଗୋଲାପି’ର ମୁଖ୍ୟ ଚରିତ୍ର ଅମ୍ଳାନ।

ପ୍ରଥମ ଥର ପାଇଁ ଅମ୍ଳାନ୍ ଓ ନିହାରିକାଙ୍କର ସିଜିଲିଂ କେମେଷ୍ଟ୍ରି ଦେଖିବାକୁ ମିଳିବ ଏହି ଫିଲ୍ମରେ। ଅନ୍ୟପକ୍ଷରେ ଫିଲ୍ମରେ ଆକାଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥିବା ବେଳେ କମେଡିର ତଡ଼କା ଲଗାଇଛନ୍ତି ପପୁ ପମପମ୍। ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ। ତରଙ୍ଗ ସିନେ ପ୍ରଡକ୍ସନର ‘ଇସ୍କ୍ ତୁ ହି ତୁ’, ‘ଗପ ହେଲେ ବି ସତ‘ ଓ ‘ଜଗା ହାତରେ ପଘା’ ସୁପରହିଟ୍ ହୋଇଥିଲା। ‘ତୁ କହିବୁ ନାଁ ମୁଁ’କୁ ବି ଭଲ ରେସପନ୍ସ ମିଳିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ

ବାହାହେଲେ ଗୌତମ‌-ଉର୍ବଶୀ!

ଛୋଟ ପରଦାରେ ଡେବ୍ୟୁ କରିବେ ଇଶା

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା