ସୁନ୍ଦରୀ ମାମଲାରେ ହିରୋଇନ୍ଙ୍କୁ ପଛରେ ପକାଇ ଦେବେ ଇଏ

ମୁମ୍ୱାଇ: ସାଉଥ ଇଣ୍ଡଷ୍ଟ୍ରିର ଜଣେ ନାମୀ ନାୟିକା ହେଉଛନ୍ତି ତାପସୀ ପାନ୍ନୁ। ବଲିଉଡରେ ମଧ୍ୟ ସେ ବହୁ ଲୋକପ୍ରିୟ। ‘ଚଷମେ ବଦୁର’, ‘ମେଁ ତେରା ହିରୋ’, ‘ପିଙ୍କ୍’, ‘ଜୁଡୁୱା-୨’ ଭଳି ସିନେମାରେ ଅଭିନୟ କରିସାରିଛନ୍ତି। ତାପସୀଙ୍କ ପରି ତାଙ୍କ ଭଉଣୀ ସଗୁନ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି।
ସଗୁନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ବିଶେଷ କରି ଇନଷ୍ଟାଗ୍ରାମରେ ତାଙ୍କ ଫଟୋକୁ ନେଇ ବହୁତ ଚର୍ଚ୍ଚା ହେଉଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଗୁନ ଦେଖିବାକୁ ବହୁତ ସୁନ୍ଦର। ଏମିତିକି ହିରୋଇନ୍ମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ପାଖରେ ହାର ମାନିଯିବେ।
ସଗୁନ, ତାପସୀ ଅତି ନିକଟତର। ଉଭୟ ପରସ୍ପରର ସମସ୍ତ କଥା ସେୟାର କରିଥାନ୍ତି।
ତାପସୀ ସାଉଥ ଓ ବଲିଉଡରେ ଧମାଲ କରୁଥିବା ପରେ ସଗୁନ କିନ୍ତୁ ଏହାର ସମ୍ପୂର୍ଣ୍ଣ ଓଲଟା।
ତାପସୀ କହିଛନ୍ତି, “ସଗୁନଙ୍କୁ ଫିଲ୍ମ ଲାଇନ୍ ପସନ୍ଦ ନୁହେଁ। ସେ ମୋ ସୁଟିଂ ସେଟ୍କୁ ମଧ୍ୟ ଆସି ନଥାଏ।”
ତାପସୀ କହିଛନ୍ତି, “ସଗୁନ ଲାଇମ୍ ଲାଇଟ୍ରୁ ଦୂରେଇ ରହିବାକୁ ଭଲ ପାଇଥାନ୍ତି।”
ତେବେ ସୋସିଆଲ ମିଡିଆରେ ସଗୁନ ବହୁତ ଆକ୍ଟିଭ। ସେ ଇନ୍ଷ୍ଟାଗ୍ରାମ୍ରେ ଛାଡିଥିବା ନିଜର ଫଟୋକୁ ଦେଖିଲେ ଆପଣଙ୍କ ଆଖି ଝଲସି ଯିବ।
ଭିନ୍ନ ଭିନ୍ନ ଦେଶ ବୁଲିବାକୁ ସେ ଭଲ ପାଇଥାନ୍ତି।