କାହିଁକି ଝିଆରୀ ଜାହ୍ନବୀଙ୍କ ପାଦ ଛୁଇଁଲେ ଅନୀଲ ?

ମୁମ୍ବାଇ: ପ୍ରାୟ ସମସ୍ତେ ଜାଣନ୍ତି କପୁର ପରିବାରର ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ଼। ଯେତେ ବାଦ ବିବାଦ, ବିଭେଦ ଓ ମନୋମାଳିନ୍ୟ ଥିଲେ ମଧ୍ୟ ସେଲିବ୍ରେସନ୍‌ ମୁଡ୍‌କୁ ଆସିଲେ ସମସ୍ତେ ଏକାଠି ହୋଇଯାଆନ୍ତି। ପୂରା ପରିବାର ଏକାଠି ସବୁ ଫଙ୍କସନ୍‌ରେ ମଜା କରନ୍ତି। ଏଠି ଆମେ ବୋନି କପୁର ଓ ଅନୀଲ କପୁରଙ୍କ ପରିବାର କଥା କହୁଛୁ। ନିକଟରେ ଆୟୋଜିତ ହୋଇଥିବା ଏକ ପାର୍ଟିରେ ଏହି କପୁର ଖାନ୍‌ଦାନ୍‌ର ପୂରା ପରିବାରଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ବୋନି କପୁର, ଅନୀଲ କପୁର ଓ ସଞ୍ଜୟ କପୁରଙ୍କ ପରିବାର ଉପସ୍ଥିତ ଥିଲେ।  କିନ୍ତୁ ହଠାତ୍‌ ସେ ପାର୍ଟିରେ ଏମିତି କ’ଣ ହେଲା କେଜାଣି ଅନୀଲ କପୁର ବୋନୀ କପୁର ଓ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ପାଦ ଛୁଇଁ ବାକୁ ପଡ଼ିଥିଲା।

କଥା ହେଉଛି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଧଡ଼କ୍‌’ର ଟ୍ରେଲର ରିଲିଜ୍‌  ଅବସରରେ ତାଙ୍କର ପୂରା ପରିବାର ପହଞ୍ଚିଥିଲା। ଜାହ୍ନବୀଙ୍କ ଦାଦା ଅନୀଲ କପୁର, ସଞ୍ଜୟ କପୁର, ଭାଇ ହର୍ଷ ବର୍ଦ୍ଧନ କପୁର, ସହିତ ପରିବାର ଲୋକ ତାଙ୍କୁ ଉତ୍ସାହିତ କରିବା ପାଇଁ  ଓ ତାଙ୍କ ମନୋବଳ ବଢାଇବା ପାଇଁ  ସାମିଲ୍‌ ହୋଇଥିଲେ। ଟ୍ରେଲରରେ ଜାହ୍ନବୀଙ୍କ ଅଭିନୟ ଅନୀଲଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେ ଷ୍ଟେଜ୍‌କୁ ଯାଇ ଜାହ୍ନବୀଙ୍କ ପାଦ ଛୁଇଁ ଦେଲେ। ଅନୀଲ କପୁର ହଠାତ ତାଙ୍କ ପାଦ ଏମିତି ଛୁଇଁବାରୁ  ଜହ୍ନବୀ ଟିକେ ଲାଜେଇ ବି ଯାଇଥିଲେ। ତା’ପରେ ଅନୀଲ୍‌ ତାଙ୍କୁ ଆଲିଙ୍ଗନ କରିଥିଲେ।

ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଖୁସି ଜଣାପଡ଼ୁଥିଲେ ମଧ୍ୟ ସେମାନଙ୍କ ଚେହେରାରୁ ଦୁଃଖ ବି ବାରି ହେଉଥିଲା। କାରଣ ସମସ୍ତେ ଶ୍ରୀଦେବୀଙ୍କୁ ମିସ୍‌ କରୁଥିଲେ। ଆଉ ଖୁସିର ମାହୋଲ ଭିତରେ ସଭିଙ୍କ ଚେହେରାରୁ ଉଦାସପଣ ପ୍ରତିଫଳିତ ହେଉଥିଲ।

ଫିଲ୍ମରେ ଜାହ୍ନବୀଙ୍କ ସହ ଇଶାନ୍ ଖଟ୍ଟର ଓ ଆଶୁତୋଷ ରାଣା ଅଭିନୟ କରିଛନ୍ତି। ଫିଲ୍ମଟି ଜୁଲାଇ ୨୦ ତାରିଖରେ ପରଦାକୁ ଆସିବ।