ବିଶ୍ୱର ସର୍ବାଧିକ ଆୟକାରୀ ଅଭିନେତାଙ୍କ ତାଲିକାରେ ୩ ଭାରତୀୟ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବଲିଉଡର କିଙ୍ଗ୍ ଏବଂ ସୁଲତାନ୍ ପୁଣିଥରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ପୁଣିଥରେ କିଙ୍ଗ୍ ଖାନ୍ ଶାହାରୁଖ୍ ଓ ସୁଲତାନ୍ ସଲମାନ ଖାନ୍ ଅଧିକ ଆୟ କରୁଥିବା ଆକ୍ଟର ତାଲିକାରେ ସବୁଠୁ ଉପରକୁ ଆସିଛନ୍ତି। ଆମେରିକାରୁ ପ୍ରକାଶ ପାଉଥିବା ପ୍ରସିଦ୍ଧ ବିଜ୍ନେସ୍ ମେଗାଜିନ୍ ଫୋର୍ବସ ପ୍ରକାଶ କରିଥିବା, ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ତିନିଜଣ ଭାରତୀୟ ଅଭିନେତା ସ୍ଥାନ ପାଇଛନ୍ତି। ସଲମାନ ଖାନ, ଶାହାରୁଖ ଖାନ ଓ ଅକ୍ଷୟ କୁମାର- […]

actor

actor

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 04:21 PM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବଲିଉଡର କିଙ୍ଗ୍ ଏବଂ ସୁଲତାନ୍ ପୁଣିଥରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ପୁଣିଥରେ କିଙ୍ଗ୍ ଖାନ୍ ଶାହାରୁଖ୍ ଓ ସୁଲତାନ୍ ସଲମାନ ଖାନ୍ ଅଧିକ ଆୟ କରୁଥିବା ଆକ୍ଟର ତାଲିକାରେ ସବୁଠୁ ଉପରକୁ ଆସିଛନ୍ତି। ଆମେରିକାରୁ ପ୍ରକାଶ ପାଉଥିବା ପ୍ରସିଦ୍ଧ ବିଜ୍ନେସ୍ ମେଗାଜିନ୍ ଫୋର୍ବସ ପ୍ରକାଶ କରିଥିବା, ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ତିନିଜଣ ଭାରତୀୟ ଅଭିନେତା ସ୍ଥାନ ପାଇଛନ୍ତି।

ସଲମାନ ଖାନ, ଶାହାରୁଖ ଖାନ ଓ ଅକ୍ଷୟ କୁମାର- ପ୍ରଥମଥର ନୁହେଁ ବରଂ ଲଗାତାର ୩ ବର୍ଷ ହେଲା ଏହି ତିନି ଭାରତୀୟ ଅଭିନେତା ଟପ୍-୨୦ ହାଇଏଷ୍ଟ ପେଡ୍ ଆକ୍ଟର ତାଲିକାରେ ନିଜ ପାଇଁ ସ୍ଥାନ ପକ୍କା କରି ଆସିଛନ୍ତି। ତେବେ ଅମିତାଭ ବଚନ ଏହି ଲିଷ୍ଟରୁ ବାହାରେ ଅଛନ୍ତି।

କାହାର କେତେ ଆୟ

ଶାହାରୁଖ ଏହି ତାଲିକାର ୮ ନମ୍ବରର ସ୍ଥାନରେ ଅଛନ୍ତି। ସେ ଚଳିତ ବର୍ଷ ୩.୫୫ କୋଟି ଡଲାର ଆୟ କରିଛନ୍ତି। ଏପଟେ ସଲମାନ ଏହି ତାଲିକାର ୯ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ଟ୍ୟୁବ୍ ଲାଇଟ୍ ଭଲ ଆୟ ନକରି ପାରିଥିଲେ ମଧ୍ୟ, ପୂର୍ବ ବର୍ଷଠାରୁ  ଏଥର ତାଙ୍କ ଆୟ ଅଧିକ ହୋଇଛି। ପୂର୍ବ ବର୍ଷ ତାଙ୍କର ଆୟ ଥିଲା ୨.୮୫ କୋଟି ଡଲାର। ଯାହା ଏ ବର୍ଷ ୩.୭ କୋଟି ଡଲାରରେ ପହଞ୍ଚିଛି। ସଲମାନ ଟିଭି ସୋ ବିଗ୍ ବସ୍‌ରୁ ଭଲ ଆୟ କରିଛନ୍ତି। ଅକ୍ଷୟ କୁମାର ଏହି ଲିଷ୍ଟରେ ୧୦ ନମ୍ବର ସ୍ଥାନରେ ଅଛନ୍ତି। ସେ ଚଳିତ ବର୍ଷ ୩.୫୫ କୋଟି ଡଲାର ରୋଜଗାର କରିଛନ୍ତି। ପୂର୍ବବର୍ଷ ସେ ୩.୧୫ କୋଟି ଡଲାର ଆୟ କରିଥିଲେ। ଆମୀର ଖାନ୍ ଦଙ୍ଗଲରୁ କୋଟି କୋଟି ଟଙ୍କା ରୋଜଗାର କରି ମଧ୍ୟ, ଏହି ତାଲିକାରେ ସ୍ଥାନ ପାଇପାରି ନାହାଁନ୍ତି।

ତାଲିକାରେ ଆଉ କିଏ ଅଛନ୍ତି

ଫୋର୍ବସ ମେଗାଜିନ୍‌ରେ ଏହି ଟପ୍-୨୦ ଓ୍ୱାର୍ଲଡ ଲିଷ୍ଟରେ ସବୁଠୁ ଉପରେ ଅଛନ୍ତି ହଲିଉଡ୍ ଆକ୍ଟର ମାର୍କ ୱାହାଲ ବର୍ଗ। ସେ ଚଳିତ ବର୍ଷ ୬.୮ କୋଟି ଡଲାର ରୋଜଗାର କରିଛନ୍ତି। ଚଳିତ ବର୍ଷ ତାଙ୍କ ଫିଲ୍ମ ଡାଡିସ୍ ହୋମ-2, ଟ୍ରାନ୍ସଫର୍ମର ଓ ଲାଷ୍ଟ୍ ନାଇଟ୍ ହିଟ୍ ହୋଇଛି। ସେହିପରି ବେୱାଚ୍ରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସିଥିବା ଦେୱନ୍ ଜନ୍ସନ୍, ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ପୂର୍ବଥର ସେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଥିଲେ। ସେ ଏଥର ୬.୫ କୋଟି ଡଲାର ରୋଜଗାର କରିଛନ୍ତି।

ଫୋର୍ବସ ପତ୍ରିକା କଣ

ଫୋର୍ବସ୍ ଆମେରିକାରୁ ପ୍ରକାଶ ପାଉଥିବା ଏକ ପାକ୍ଷିକ ଇଂରାଜୀ ପତ୍ରିକା। ଏଥିରେ ଅର୍ଥନୀତି, ଶିଳ୍ପ, ରାଜନୀତି ଓ ବୈଷୟିକ ଶିକ୍ଷା ସଂପର୍କିତ ଗବେଷଣାଧର୍ମୀ ପ୍ରବନ୍ଧ ଓ ଫିଚର ପ୍ରକାଶିତ ହୋଇଥାଏ। ଏ ପତ୍ରିକାଟି ବିଶେଷ ଭାବେ ରିଚେଷ୍ଟ ଆମେରିକାନ୍, ଟପ୍ କମ୍ପାନୀଜ୍, ୱାର୍ଲଡସ ବିଲିଓନାରୀଜ୍ ଲିଷ୍ଟ ପ୍ରକାଶ କରି ଚର୍ଚ୍ଚାକୁ ଆସିଥାଏ। ଏହି ପତ୍ରିକାଟିର ଜନ୍ମ ୧୦୦ ବର୍ଷ ତଳେ ୧୯୧୭ ମସିହା ଏପ୍ରିଲ ୧୫ ତାରିଖରେ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos