ପ୍ରକାଶ ପାଇଲା ୟୁପିଏସସି ପ୍ରିଲିମ୍ସ ୨୦୨୦ ପରୀକ୍ଷା ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ମାସ ଚାରି ତାରିଖରେ ହୋଇଥିବା ୟୁପିଏସସି ପ୍ରଲିମ୍ସ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ହେବାର ମାତ୍ର ୨୦ ଦିନ ମଧ୍ୟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସସିର ଅଫିସିଆଲ୍ ଓ୍ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏବେ ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ଫର୍ମ-୧ (ଡିଏଏଫ-୧) ଫର୍ମ ପୂରଣ କରିବେ। ୟୁପିଏସସିର ଅଫିସିଆଲ ଓ୍ୱେବସାଇଟରେ ଏହି ଫର୍ମ  ଅକ୍ଟୋବର ୨୮ରୁ ଉପଲବ୍ଧ ହେବ। ନଭେମ୍ୱର ୧୧ ସଂଧ୍ୟା ୬ଟା ଯାଏ ଫର୍ମ ପୂରଣ କରିହେବ। ଆସନ୍ତାବର୍ଷ ଜାନୁଆରୀ ୮ରେ  ୟୁପିଏସସି ମେନ୍ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ୟୁପିଏସସି ପ୍ରିଲିମ ପରୀକ୍ଷାରେ ୬ ଲକ୍ଷରୁ କମ୍ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଦେଶର ୭୨ଟି ବିଭିନ୍ନ ସହରରେ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ପ୍ରଥମେ ୩୧ ମେରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତା’ପରେ ୫ ଜୁନ୍ ରେ, UPSC ୪ ଅକ୍ଟୋବର ନୂଆ ତାରିଖ ଘୋଷଣା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।