ଭିଟାମିନ-ଇ କମ୍ ରହିଲେ ହୋଇପାରେ ବ୍ରେନ୍ ଡ୍ୟାମେଜ

ୱାସିଂଟନ:ଆପଣଙ୍କ ଶରୀରରେ ଭିଟାମିନ୍ ଇ କମ୍ ଅଛି କି? ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । କାରଣ ଶରୀରରେ ଏହି ଭିଟାମିନ- ଇ କମ୍ ଥିଲେ ବ୍ରେନ୍ ଡ୍ୟାମେଜ ହେବାର ଆଶଙ୍କା ଅଧିକ ରହିଛି । ଭିଟାମିନ-ଇ ସିଧାସଳଖ ଆମ ଶରୀରର ଚର୍ମ, ଆଖି ଏବଂ ଆମ ଶରୀରର ଥିବା ଆମିନୁ୍ୟ ସିଷ୍ଟମକୁ ସୁରକ୍ଷା ଦେଇଥାଏ ।

ଏହି ଭିନାମିନ-ଇ ଆମ ଶରୀରରେ କମ୍ ହେଲେ ଏହି ସବୁ ଅଙ୍ଗ ପ୍ରଭାବିତ ହୋଇଥାଏ । ତେଣୁ ଏହି ଭିଟାମିନ-ଇ ଜାତୀୟ ଖାଦ୍ୟକୁ ମଧ୍ୟ ପ୍ରତିଦିନ ଆମ ଖାଦ୍ୟ ସାରଣୀରେ ସାମିଲ କରିବା ଦରକାର । ଭିଟାମିନ-ଇ ଥିବା ବାଦାମ,ଶାଗ,ରନ୍ଧା କଖାରୁ ଜାତୀୟ ଖାଦ୍ୟ,ବ୍ରୋକୋଲି,ମାଛ,ଚିଙ୍ଗୁଡି ଜାତୀୟ ଖାଦ୍ୟ ଉପରେ ଧ୍ୟାନ ଦିଆଯିବା ଦରକାର । ଏହି ଗବେଷଣା କରିଛି ଆମେରିକାର ଏକ ଘରୋଇ ଅନୁଷ୍ଠାନ ।