ଜାଣନ୍ତୁ ଗୋଇଠି ଫଟାର ୪ଟି ଘରୋଇ ଉପଚାର

ଭୁବନେଶ୍ୱର: ଶୀତଦିନର ଏକ ସାଧାରଣ ସମସ୍ୟା ହେଉଛି ଗୋଇଠି ଫଟା। ଶୀତ ଦିନ ଆସିଲେ ଗୋଇଠି ଫାଟୁଥିବା ଲୋକଙ୍କ ପିଣ୍ଡରୁ ପ୍ରାଣ ବାହାରି ଯାଏ। ଚାଲିବୁଲି ପାରନ୍ତି ନାହିଁ। ପାଦରେ ହାଇ ହିଲ୍ ପିନ୍ଧିରେ ଭୀଷଣ କଷ୍ଟ ହୁଏ। ପାଦରୁ ବେଳେବେଳେ ରକ୍ତ ବି ବାହାରେ। କେହି କେହି ଏହି ସମସ୍ୟାରୁ ମୁକ୍ତି ପାଇଁ ଲୁଚନ୍ତି। ଆଉ ଏପରି କରିବାକୁ ପଡିବନି। ଏଥିରୁ ମୁକ୍ତି ମିଳିବ। ତାହାପୁଣି ବିନା ଖର୍ଚ୍ଚରେ। ବିନା ଦାମୀ ଔଷଧର ବ୍ୟବହାରରେ। କେବଳ ଘରୋଇ ଉପଚାରରେ ଏହା ସମ୍ଭବ ହୋଇପାରିବ।

୧) ଲେମ୍ବୁ ରସରେ ରହିଛି ଅତି ଉପକାରୀ ଏସିଡ୍। ଏହାର ପ୍ରଭାବରେ ବହୁ ରୋଗ ଭଲ ହୁଏ। ଏହା ମଧ୍ୟ ଗୋଇଠୀ ଫାଟକୁ ଭଲ କରେ। ପ୍ରଥମେ ପଦକୁ ଭଲ ଭାବେ ପଥରରେ ସାବଧାନତା ସହ ଘସି ଧୋଇବା ପରେ ଟାୱେଲରେ ପୋଛି ଦିଆଯିବା ଉଚିତ। ଏହା ପରେ ଲେମ୍ବୁର ରସକୁ ନଖ ଉଷୁମ୍ ଗରମ ପାଣି ଭଲ ଭାବେ ମିଶାଇ ଗୋଇଠିର ଫାଟି ଥିବା ଅଂଶରେ ଲାଗାଇଲେ ଆରମ ମିଳେ।

୨) ଗୋଲାପ ଜଳ ଓ ଗ୍ଲିସେରିନର ମିଶ୍ରଣ ହେଉଛି ଗୋଇଠି ଫଟାର  ଏକ ଅବ୍ୟର୍ଥ ଘରୋଇ ଉପଚାର। ପ୍ରାୟ ସବୁ ଘରେ ଏହି ଦୁଇଟି ଜିନିଷ ଉପଲବ୍ଧ ହୋଇଥାଏ। ଗ୍ଲିସେରିନ୍ ଚର୍ମକୁ କୋମଳ କରୁଥିବା ବେଳ ଗୋଲାପ ଜଳରେ ଭିଟାମିନ୍ ଏ, ବି୩, ସି, ଡି ଓ ଇ ରହିଛି। ଏହାସହ ଏହା ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇମ୍ଫ୍ଲୋମାଟୋରୀ  ଓ ଆଣ୍ଟିସେକ୍ଟିକ୍ ଭାବେ କାର୍ଯ୍ୟକରେ। ଫଟା ଗୋଇଠିକୁ ଭଲ ଭାବେ ସଫା କରି ଗୋଲାପ ଜଳ ଓ ଗ୍ଲିସେରିନକୁ ସମ ପରିମାଣରେ ମିଶାଇ ରାତିରେ ଶୋଇଲା ବେଳକୁ ଲଗାଇଲେ ଉପଶମ ମିଳେ।

୩) ବହୁ ଔଷଧୀୟ ଗୁଣର ଅଧିକାରୀ ପାଚିଲା କଦଳୀ। ଏହାକୁ ମଧ୍ୟ ଫଟା ଗୋଇଠିରେ ବ୍ୟବହାର କରାଯାଏ। ପାଚିଲା କଦଳୀକୁ ପ୍ରଥମେ ଭଲ ଭାବେ ଚକଟି ପେଷ୍ଟ କରିବା ପରେ ୧୦ରୁ ୧୫ ମିନିଟ ପାଇଁ ପୂର୍ବରୁ ଧୂଆଁ ହୋଇଥିବା ଗୋଡ଼ରେ ମାରିବା ଦରକାର। ଏହା ପରେ ପାଦରୁ ଖୋଲି ଥଣ୍ଡା ପାଣିରେ ବୁଡ଼େଇ ରଖିଲେ ଫଟା ପାଦରୁ ଉପଶମ ମିଳେ। ଏହିପରି ପ୍ରତିଦିନ କଲେ ସୁଫଳ ମିଳେ।

୪) ମହୁକୁ ମଧ୍ୟ ଗୋଇଠି ଫାଟୁ ଥିବା ଲୋକେ ଉପଶମ ପାଇଁ ବ୍ୟବହାର କରାଯାଏ। ଏଥିରେ ଥିବା ଔଷଧୀୟ ଗୁଣ ପାଦ ଫଟାରୁ ମୁକ୍ତି ଦେଇଥାଏ। ଉଷୁମ ଗରମ ପାଣି ଥିବା ଟବରେ କିଛି ମହୁକୁ ମିଶାଇ ପାଦକୁ ୧୫ରୁ ୨୦ ବର୍ଷ ବୁଡାଇ ରଖିବା ଦରକାର। ଏହାପରେ ପାଦକୁ ପଥରରେ ଧୀରେ ଧୀରେ ଘଷିବା ଦରକାର। ଏହିପରି ସପ୍ତାହକୁ ଦୁଇରୁ ତିନି ଥର କରିବା ଦ୍ୱାରା ପାଦ ଫଟାରୁ ଉପଶମ ମିଳେ।