ଇଦ୍‌ର ଚାନ୍ଦ ପରି ଦେଖାଯିବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ମେକଅପ୍‌ ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ମୁସଲମାନଙ୍କ  ପବିତ୍ର ରମଜାନ ମାସ ଶେଷ ହୋଇଯାଇଛି। ଏକ ମାସ ରୋଜା ରଖିବା ପରେ ଆଜି ହେଉଛି ସେମାନଙ୍କ ବଡ ପର୍ବ ଇଦ୍ । ଏଥିପାଇଁ ମସଜିଦଗୁଡିକରେ ସମୂହ ନମାଜ ପାଠ ପାଇଁ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଛି । ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି ।  ଏହି ଦିନ ସମସ୍ତ ମୁସଲିମ ଭାଇଭଉଣୀମାନେ ନୂଆ ବସ୍ତ୍ର ପିନ୍ଧି, ଆଖରେ ସୁରମା ଓ ଦେହରେ ଅତର ଲଗାଇ ଇଦ […]

eid-1..2

eid-1..2

Niharika Rout
  • Published: Wednesday, 05 June 2019
  • Updated: 05 June 2019, 09:09 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ମୁସଲମାନଙ୍କ  ପବିତ୍ର ରମଜାନ ମାସ ଶେଷ ହୋଇଯାଇଛି। ଏକ ମାସ ରୋଜା ରଖିବା ପରେ ଆଜି ହେଉଛି ସେମାନଙ୍କ ବଡ ପର୍ବ ଇଦ୍ । ଏଥିପାଇଁ ମସଜିଦଗୁଡିକରେ ସମୂହ ନମାଜ ପାଠ ପାଇଁ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଛି । ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି ।  ଏହି ଦିନ ସମସ୍ତ ମୁସଲିମ ଭାଇଭଉଣୀମାନେ ନୂଆ ବସ୍ତ୍ର ପିନ୍ଧି, ଆଖରେ ସୁରମା ଓ ଦେହରେ ଅତର ଲଗାଇ ଇଦ ପାଳନ କରିଥାନ୍ତି ।

ମୁସଲିମ୍‌ ଯୁବତୀମାନେ ଇଦ୍ ଅବସରରେ ଆକର୍ଷଣୀୟ ଦେଖାଯିବା ଲାଗି ନୂଆ ଡ୍ରେସ୍‌ଠୁ ଆରମ୍ଭ କରି  ସ୍ୟାଣ୍ଡେଲ ପର୍ଯ୍ୟନ୍ତ ସବୁ ଫାଇନାଲ କରି ସାରିଛନ୍ତି। କିନ୍ତୁ ସବୁଠୁ ବଡ ଟେନସନ ହେଉଛି, ଏପରି ତାତିରେ ଯୁବତୀମାନେ କେଉଁ ମେକଅପ୍‌ ନେଲେ ସେମାନଙ୍କ ଗେଟଅପ୍‌କୁ ମ୍ୟାଚ କରିବ, ତାହା ସ୍ଥିର କରି ପାରୁ ନାହାନ୍ତି। ହେଲେ ଏଥିଲାଗି ଟେନସନ ନିଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ସହିତ କିଛି ସମର ମେକଅପ୍‌ ଟିପ୍ସ ଶେଆର କରିବୁ, ଯାହାକୁ  ମାନିଲେ ଆପଣ ଏହି ଇଦ୍‌ରେ ସୁନ୍ଦର ଓ ଗ୍ଲାମରସ୍‌ ଲାଗି ପାରିବେ।

ଆଇ ସ୍ୟାଡୋ ମେକଅପ୍‌: ଆଜିକାଲି ଆଇ ସ୍ୟାଡୋ ମେକଅପ୍‌ ଖୁବ୍‌ ଟ୍ରେଣ୍ଡରେ ରହିଛି। ଏଥିଲାଗି ଆପଣ ନିଜ ଡ୍ରେସ୍‌କୁ ମ୍ୟାଚ କରି ସିମ୍ମରି ଶେଡ୍‌ ଓ ଲାଇନର ଲଗାଇ ଲୁକ୍‌କୁ କମ୍ପ୍ଲିଟ୍‌ କରି ପାରିବେ। ଶେଡ କଲର ଚୟନ କରିବା ପୂର୍ବରୁ ଲାଇନର ଲଗାଇ ନିଜ ଲୁକ୍‌କୁ ପୂରା କରନ୍ତୁ।  ଏହିସମୟରେ ନିଜ ସ୍କିନ ଟୋନକୁ ବି ଧ୍ୟାନରେ ରଖନ୍ତୁ।  ଆପଣଙ୍କ ବ୍ୟକ୍ତିତ୍ୱକୁ ମ୍ୟାଚ କରିବା ପରି କଲର ହିଁ ଚୟନ କରନ୍ତୁ।

 

ସ୍ମୋକି ଆଇ ମେକଅପ୍‌ : ଏହି ଇଦ୍‌ରେ ଟିକେ ଭିନ୍ନ ଲୁକ୍‌ ପାଇଁ ଆପଣ ସ୍ମୋକି ଆଇ ମେକଅପ୍‌ ଟ୍ରାଏ କରିପାରିବେ। ଏହା ଟ୍ରାଡିସନାଲଠୁ ଆରମ୍ଭ କରି ମଡର୍ଣ୍ଣ ଆଉଟଫିଟ୍‌ରେ ବି ଶୁଟ୍‌ କରିବ। ଏହା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଲୁକ୍‌ ଦେଇଥାଏ।

ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌: ଲିପଷ୍ଟିକ୍‌ ବିନା ମେକଅପ୍ ଅଧୁରା ହେବା ପରି ଲାଗେବ। ଏହା ଆପଣଙ୍କ ପୁରା ଲୁକ୍‌କୁ ଆହୁରି ସୁନ୍ଦର କରିଥାଏ। ଏବେ ବଲିଉଡ ହିରୋଇନଙ୍କ ମଧ୍ୟରେ ନ୍ୟୁଡ ଲିପଷ୍ଟିକ୍‌କୁ ନେଇ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି। ଏହାକୁ ଆପଣ ମଧ୍ୟ ବ୍ୟବହାର କରି ଗ୍ଲାମରସ୍‌ ଲାଗିପାରିବେ। ଏହା ସବୁ ଡ୍ରେସ୍‌ ସହ ମ୍ୟାଚ କରିବ। ନ୍ୟୁଡ୍‌ ଲିପ୍‌ କଲର ଓ ସ୍ମୋକି ଆଇଜରେ ଆପଣ ଭିଡରେ ବି ବାରି ହୋଇପଡିବେ।

ଆଇ ଲାଇନର: ଏହା ଆପଣଙ୍କ ଲୁକ୍‌କୁ ରି-ଡିଫାଇନ କରିଥାଏ।  ଆଜି ପର୍ଯ୍ୟନ୍ତ ଆପଣ କ୍ଲାସିକ ବିଂଗ୍‌ ଲାଇନର ବହୁତ ଥର ଲଗାଇଥିବେ। ଥରେ ଟୁ- ଲେୟର ଲାଇନର ଟ୍ରାଏ କରି ଦେଖନ୍ତୁ। ଏହି ସମର୍‌ରେ ପିଙ୍କ, ବ୍ଲୁ ଲାଇନର ଟ୍ରେଣ୍ଡରେ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos