ଘରେ ତିଆରି କରନ୍ତୁ ମନପସନ୍ଦର ଲିପ୍‌ଷ୍ଟିକ୍‌

ଆପଣ ବଜାରରୁ ଦାମୀ ଲିପ୍‌ଷ୍ଟିକ୍‌ କିଣି ବିରକ୍ତ ହୋଇଗଲେଣି କି?  ତେବେ ଆଜି ଆପଣଙ୍କ ପାଇଁ  ଆମେ ଏକ ଭଲ ଉପାୟ ଆଣିଛୁା ଆଜି ଆମେ ଆପଣଙ୍କୁ ଘରେ ବସି ଅତି ସହଜରେ ଓ ଅତି କମ୍‍ ଖର୍ଚ୍ଚରେ କେମିତି ଲିପ୍‌ଷ୍ଟିକ୍‌ ତିଆରି କରିହେବ ଶିଖାଇବୁ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରକ୍ରିୟା। ଆବଶ୍ୟକ ସାମଗ୍ରୀ- କ୍ରେୟନ୍‌‍(ରଙ୍ଗୀନ ମହମ ପେନସିଲ),କାଚର ପାତ୍ର, ଭ୍ୟାସଲିନ୍‌ ଓ ନଡିଆ ତେଲ। ପ୍ରଥମେ କିଛି ମହମ ରଙ୍ଗ ପେନସିଲକୁ ସାଇଜ କରି […]

jaganath

jaganath

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 06:36 PM IST

Sports

Latest News

ଆପଣ ବଜାରରୁ ଦାମୀ ଲିପ୍‌ଷ୍ଟିକ୍‌ କିଣି ବିରକ୍ତ ହୋଇଗଲେଣି କି?  ତେବେ ଆଜି ଆପଣଙ୍କ ପାଇଁ  ଆମେ ଏକ ଭଲ ଉପାୟ ଆଣିଛୁା ଆଜି ଆମେ ଆପଣଙ୍କୁ ଘରେ ବସି ଅତି ସହଜରେ ଓ ଅତି କମ୍‍ ଖର୍ଚ୍ଚରେ କେମିତି ଲିପ୍‌ଷ୍ଟିକ୍‌ ତିଆରି କରିହେବ ଶିଖାଇବୁ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରକ୍ରିୟା।

ଆବଶ୍ୟକ ସାମଗ୍ରୀ- କ୍ରେୟନ୍‌‍(ରଙ୍ଗୀନ ମହମ ପେନସିଲ),କାଚର ପାତ୍ର, ଭ୍ୟାସଲିନ୍‌ ଓ ନଡିଆ ତେଲ।

ପ୍ରଥମେ କିଛି ମହମ ରଙ୍ଗ ପେନସିଲକୁ ସାଇଜ କରି କାଟିଦିଅନ୍ତୁା ବର୍ତମାନ ଏକ ପାତ୍ରରେ ଏକ ଚାମଚ ନଡିଆ ତେଲ ଗରମ କରି ରଖନ୍ତୁ। ଏଥିରେ ନିଜ ମନ ପସନ୍ଦର ମହମ ରଙ୍ଗ ପେନସିଲକୁ ଗୁଣ୍ଡ କରି ପକାନ୍ତୁ। ମହମ ଭଲଭାବେ ତରଳି ନଡିଆ ତେଲରେ ମିଶିବା ଯାଏଁ ଗୋଳାନ୍ତୁ। ଭଲ ଭାବେ ମିଶି ଗଲାପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। ଥଣ୍ଡା ହୋଇଗଲେ ଏହାକୁ ଏକ ଛୋଟ ଲିପଷ୍ଟିକ୍‌  କଣ୍ଟେନରରେ ରଖନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମନ ପସନ୍ଦର ଲିପ୍‌ଷ୍ଟିକ୍‌। ଏକ ସଫା ଲିପ୍‌ଷ୍ଟିକ୍‌ ବ୍ରଶରେ ଆପଣ ଏହାକୁ ଓଠରେ ଲଗାଇ ପାରିବେ। ଧ୍ୟାନ ଦିଅନ୍ତୁ ଯେପରି ଏହି ହୋମ୍‌ମେଡ୍‌‍ ଲିପଷ୍ଟିକ୍‌ ଲଗାଇବା ପୂର୍ବରୁ ଏକ ଭଲ ଲିପ୍‌‍ବାମ୍‌ ବ୍ୟବହାର କରିବେ। ଯାହା ଫଳରେ ଆପଣଙ୍କ ଓଠ କଳା ପଡ଼ିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos