ଜୀବନଶୈଳୀରେ ଅନିୟମିତତା କିଡନୀ ଫେଲ୍‌ର କାରଣ:  ଶିକାର ହେଉଛନ୍ତି ଯୁବଗୋଷ୍ଠୀ

  ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କିଡନୀ ରୋଗ ଏବେ ଏକ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି। ବିଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ରୋଗ ବଢିବାରେ ଲାଗିଛି। ଫଳରେ କମ ବୟସରେ କିଡନୀ ପ୍ରତ୍ୟାରୋପଣ ପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଅନିୟମିତ ଜୀବନଶୈଳୀ ଏହାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଉଚ୍ଚ ରକ୍ତଚାପ, ହାଇପରଟେନ୍‌ସନର ଠିକ୍‌ ସମୟରେ ଚିକିତ୍ସା କରା ନଯିବା କାରଣରୁ ଏପରି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ। ବିଶେଷ କରି […]

Human Anatomy

Human Anatomy

Rakesh Mallick
  • Published: Tuesday, 22 August 2017
  • Updated: 13 September 2017, 01:01 PM IST

Sports

Latest News

 

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କିଡନୀ ରୋଗ ଏବେ ଏକ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି। ବିଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ରୋଗ ବଢିବାରେ ଲାଗିଛି। ଫଳରେ କମ ବୟସରେ କିଡନୀ ପ୍ରତ୍ୟାରୋପଣ ପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଅନିୟମିତ ଜୀବନଶୈଳୀ ଏହାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଉଚ୍ଚ ରକ୍ତଚାପ, ହାଇପରଟେନ୍‌ସନର ଠିକ୍‌ ସମୟରେ ଚିକିତ୍ସା କରା ନଯିବା କାରଣରୁ ଏପରି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ। ବିଶେଷ କରି ୨୦ରୁ ୪୦ ବର୍ଷର ଯୁବକଙ୍କ ଭବିଷ୍ୟତରେ କିଡନୀ ଖରାପ ହେବାର ସମ୍ଭାବନା ସୃଷ୍ଟି କରିଥାଏ।

ମସଲାଯୁକ୍ତ ଖାଦ୍ୟ, ଠିକ୍ ସମୟରେ ନ ଖାଇବା, କମ୍ ବିଶ୍ରାମ ନେବା କାରଣରୁ ରକ୍ତଚାପ ଓ ମଧୁମେହ ପରି ସମସ୍ୟା ଦେଖା ଦେଇଥାଏ। ଯାହା ଭବିଷ୍ୟତରେ ଡିଡନୀ ଖରାପର କାରଣ ହୋଇଥାଏ। ଦିଲ୍ଲୀ ସ୍ଥିତ ଭେଙ୍କେଟଶ୍ୱର ଡାକ୍ତରଖାନାର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ନିର୍ଦ୍ଦେଶକ ଡ. ପି.ପି. ବର୍ମାଙ୍କ ମତରେ, ଭାରତରେ ୭୦ପ୍ରତିଶତ ଲୋକଙ୍କ  କିଡ଼ନୀ ଫେଲର କାରଣ ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ  ହୋଇଥାଏ। ଯୁବାବସ୍ଥାରେ ଜୀବନଶୈଳୀ ଉପରେ ଠିକରେ ଧ୍ୟାନ ନ ଦେବା ଯୋଗୁଁ ଏହି ସମସ୍ୟା ଭୋଗିବାକୁ ପଡ଼ିଥାଏ।”

ବର୍ମାଙ୍କ କହିବା ଅନୁସାରେ, ମୋ ପାଖକୁ ଜଣେ  ଯୁବତୀ ଏପରି ରୋଗରେ ଶିକାର ହୋଇ ଚିକିତ୍ସା ପାଇଁ ଆସିଥିଲେ। ଯୁବତୀ ଜଣଙ୍କର  ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ କାରଣରୁ ତାଙ୍କର କିଡନୀ ଖରାପ ହୋଇଯାଇଥିଲା। ଫଳରେ ତାଙ୍କର କିଡନୀ ପ୍ରତିରୋପଣ କରିବାକୁ ପଡ଼ିଥିଲା। ଯୁବତୀ ଜଣଙ୍କ ମୁଣ୍ଡ ବିନ୍ଧିବା, ଖାଇବାକୁ ଇଚ୍ଛା ନ ହେବା, ମୁଣ୍ଡ ବୁଲାଇବା ଓ ପାଦ ଦରଜ ହେବା ପରି ସମସ୍ୟାର ସମ୍ମୁଖୀନ ହେଉଥିଲେ। ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସେ ଏପରି ସମସ୍ୟା ଭୋଗୁଥିଲେ। ହେଲେ ଅଣଦେଖା କାରଣରୁ ଏହା ବଢି ଯାଇଥିଲା। ଦିନେ ସେ ନିଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ  ତୁରନ୍ତ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ କିଡନୀ ଖରାପ ହୋଇଯାଇଥିବା ଜଣାପଡିଥିଲା।

ଫୋର୍ଟିସ୍‌ ନୋଏଡାର ନେଫ୍ରୋଲୋଜି ବିଭାଗ ନିର୍ଦ୍ଦେଶକ ମନୋଜ କୁମାର ସିଙ୍ଘଲଙ୍କ ମତରେ, ଉଚ୍ଚ ରକ୍ତଚାପ ଓ ମଧୁମେହ କିଡନୀ ଖରାପ ହେବାର ମୁଖ୍ୟ କାରଣ। ଉଚ୍ଚ ରକ୍ତଚାପ କିଡନୀ ଉପରେ ପ୍ରଭାବ ପକାଇଥାଏ। ଅନିୟମିତ ଜୀବନଶୈଳୀ ଯୋଗୁଁ ଏହା ହୋଇଥାଏ। ଯଦି ଆପଣ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି ତେବେ ତୁରନ୍ତ କିଡନୀ ପରୀକ୍ଷା କରାଇ ନିଅନ୍ତୁ।

ସେ କହିଛନ୍ତି- “ଉଚ୍ଚ ରକ୍ତଚାପ ଏକ ସାଇଲେଣ୍ଟ ବେମାରୀ। ବହୁ ସମୟରେ ଏହାର କୌଣସି ଲକ୍ଷଣ ଦେଖାଯାଇ ନ ଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋ ପାଖକୁ ୧୪ରୁ ୧୫ ବର୍ଷ ବୟସର ରୋଗୀ ଆସି ସାରିଛନ୍ତି। ଠିକ ସମୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ଜଣାପଡିବା ଆବଶ୍ୟକ। ଯେ ବି ଏ ସମ୍ପର୍କରେ ଜାଣୁଛନ୍ତି, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆପଣ ମାରାତ୍ମକ ରୋଗରୁ ରକ୍ଷା ପାଇପାରିବେ।”

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos