ମହୁ: ୧ ସପ୍ତାହରେ ଥଣ୍ତାକାଶର ସଫଳ ଚିକିତ୍ସା

ଭୁବନେଶ୍ୱର: ଥଣ୍ତା ଏକ ଏମିତି ରୋଗ, ଯାହାକି ଛୋଟରୁ ବଡ଼ ସମସ୍ତଙ୍କ ପାଇଁ ଏକ ଜଣାଶୁଣା ରୋଗ।  କାଶ-ଥଣ୍ତା  ହେଲେ ଏହା ଏକାସଙ୍ଗେ ନାକ, ଗଳା ଓ ଶ୍ୱାସ ଯନ୍ତ୍ରକୁ ପ୍ରଭାବିତ କରିଥାଏ। ଏହାର ସାଧାରଣ ଲକ୍ଷଣ କୁହାଯାଇପାରିବ- ନାକରୁ ପାଣି ବାହାରିବା, କଫ ଜମିବା, କାଶ ହେବା, ଆଖିରୁ ପାଣି ବାହାରିବା ଓ ମୁଣ୍ତ ବିନ୍ଧିବା। ତେବେ ସାମାନ୍ୟ ଲାଗୁଥିବା ଏହି ରୋଗଟି ଅଧିକ ଦିନ ରହିଲେ ସମସ୍ୟା ବଢ଼ିବାର ଆଶଙ୍କା ଥାଏ। ଏମିତିରେ ଦେଖିବାକୁ ଗଲେ, ସବୁ ରୋଗ ପାଇଁ ମେଡିକାଲ ସାଇନ୍ସରେ ଔଷଧ ରହିଛି। କିନ୍ତୁ କିଛି ପ୍ରାକୃତିକ ପଦାର୍ଥ ରହିଛି ଯାହାକୁ ଠିକ୍ ମାତ୍ରାରେ ଏବଂ ଠିକ୍ ଭାବେ ସେବନ କଲେ ମାତ୍ର ଏକ ସପ୍ତାହ ମଧ୍ୟରେ ଏଇ ସମସ୍ୟାରୁ ମୁକ୍ତି ମିଳିଥାଏ। ପ୍ରକୃତିଜାତ ଏହି ପଦାର୍ଥଟି ହେଉଛି-ମହୁ।  ମହୁରେ ଏକାସହ ଆପଣ ଆଣ୍ଟି-ବାୟୋଟିକ୍, ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ମାଇକ୍ରୋବିଅଲ୍ ଗୁଣ ପାଇବେ। ପ୍ରାକୃତିକ ଉପାୟରେ ମହୁ ଥଣ୍ତା କଫଜନିତ ସବୁ ପ୍ରକାର ସମସ୍ୟାର ଏକ ସଫଳ ଚିକିତ୍ସା କହିଲେ ଜମାରୁ ଭୁଲ୍ ହେବନି।

ଥଣ୍ତାକାଶର ଉପଚାର ପାଇଁ କେମିତି କରିବେ ମହୁର ପ୍ରୟୋଗ-

() ମହୁ ଓ ଡାଲଚିନି  

୧/୪ ଡାଲଚିନି ପାଉଡର ସହ ଗୋଟେ ଚାମଚ ମହୁ କୁ ମିଶାନ୍ତୁ। ଥଣ୍ତାକାଶରୁ ମୁକ୍ତି ପାଇବା ପାଇଁ ଦିନକୁ ଦୁଇ ଥର ଏହି ମିଶ୍ରଣକୁ ସେବନ କରନ୍ତୁ।

() ମହୁ ଓ କଞ୍ଚା ପିଆଜ    

ମହୁ ଏବଂ କଞ୍ଚା ପିଆଜର ମିଶ୍ରଣ ପାଇଁ ଆପଣଙ୍କୁ ଅନେକାଂଶରେ ଯନ୍ତ୍ରଣାରୁ ମୁକ୍ତି ଦେବ। ପିଆଜକୁ  ପତଳା ପତଳା ଗୋଲ୍ ଖଣ୍ତ କରନ୍ତୁ। ୟା ଉପରେ ମହୁ ଲଗାଇ ରାତି ସାରା ରଖିଦିଅନ୍ତୁ। ତା’ପର ଦିନ ସକାଳେ ଏହାକୁ ଖାଆନ୍ତୁ। ଏହି ପ୍ରକ୍ରିୟାକୁ ବାରମ୍ୱାର କରନ୍ତୁ ।

() ମହୁ, ଲେମ୍ବୁ ଓ ଅଦା  

ମହୁ, ଲେମ୍ବୁ ଓ ଅଦାର ମିଶ୍ରଣକୁ ଠିକ୍ ଭାବେ ସେବନ କଲେ ଅଳ୍ପ କିଛି ସମୟରେ ଆପଣ ଥଣ୍ତାକାଶରୁ ନିଜକୁ ରିଲାକ୍ସ ଫିଲ୍ କରିବେ ।  ମହୁ ଓ ଲେମ୍ବୁର ରସକୁ ସମାନ୍ ମାତ୍ରାରେ ମିଶ୍ରଣ କରନ୍ତୁ । ଏବେ ଅଦା ପାଉଡର ଅଳ୍ପ ମାତ୍ରାରେ ଏଇ ରସ ସହ ମିଶାଇ ଦିନ ଭିତରେ ବାରମ୍ୱାର ସେବନ କରନ୍ତୁ।

() ମହୁ ଓ ଡାଲଚିନି ଚା

ନାକରୁ ପାଣି ବାହାରୁଥିଲେ ହାଲଚିନି ଚା ସହିତ ମହୁ(ହନି)କୁ ମିଶାଇ ଆପଣ ପିଇ ପାରିବେ। ଡାଲଚିନି ଚାରେ ଦୁଇ ଚାମଚ ମହୁ ମିଶାଇ ପିଅନ୍ତୁ। କଫ ବାହାରୁଥିଲେ ଏଇ ଚା ଆପଣଙ୍କ ପାଇଁ ଲାଭପ୍ରଦ।

() ମହୁ ଓ ଲେମ୍ବୁ ଚା

ଥଣ୍ତାକାଶ ପାଇଁ ଏହା ଏକ ଜଣାଶୁଣା ଉପଚାର। ଏଇ ଚା’କୁ ନିୟମିତ ପିଇଲେ ଥଣ୍ତାକାଶ ରୋଗ ପ୍ରତିରୋଧ ହୋଇଥାଏ। ଯଦି ଆପଣ ସକାଳ ବେଳା ଏହି ଲେମ୍ବୁ ଓ ମହୁ ଚା’ ପିଇବେ ତେବେ ଆପଣଙ୍କୁ ଅଧିକ ସୁଫଳ ମିଳିବ।