ମୁହଁରେ ଚମକ ଆଣେ ହଳଦୀ

Turmeric-Powderଭୁବନେଶ୍ୱର:  ସୁନ୍ଦରୀ ହେବାକୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ପାଇଁ ଅନେକ ନିଜ ଚେହେରାର ଉପଯୁକ୍ତ ଯତ୍ନ ନେଇ ପାରୁ ନାହାନ୍ତି। ଫଳରେ ଅଳ୍ପ ବୟସରୁ ଚେହେରାରେ ରିଙ୍କିଲ୍ ଆସିଯାଉଛି। ମୁହଁରେ କଳାଦାଗ ହେଉଛି। ପ୍ରଦୂଷଣ ପାଇଁ ଆମମାନଙ୍କର ଚେହେରାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଉଛି। ପୁଣି ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମି ଯୋଗୁଁ ମୁହଁ ଝାଉଁଳି ପଡୁଛି। ଯଦି ଏଭଳି ସମସ୍ୟା ଆପଣମାନଙ୍କର ହେଉଛି ତେବେ ବ୍ୟସ୍ତ ହେବାର ନାହିଁ। ଆପଣ ଘରେ ବସି ଅଳ୍ପ ସମୟ ଭିତରେ ମୁହଁରେ ଚମକ ଆଣି ପାରିବେ। ଘରେ ଥିବା ହଳଦୀ ବ୍ୟବହାର କରି ଆପଣ ସୁନ୍ଦରୀ ଦେଖାଯିବେ। ରୋଷଇ ଘରେ ଥିବା ହଳଦୀ ପେଷ୍ଟ ହେଉଛି ଆଣ୍ଟି ଏଜିଙ୍ଗ। ହଳଦୀ ମୁହଁରେ ଲଗେଇଲେ ଆପଣ ତୁରନ୍ତ ସତେଜ ଚେହେରା ପାଇପାରିବେ। ଏଥିପାଇଁ ଆପଣଙ୍କୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ।

ଦୁଇ ଚାମଚ ମଇଦା, ୧ ଚାମଚ ହଳଦୀ ପାଉଡର, ୧ ଚାମଚ କ୍ଷୀର ଏବଂ ଅଧାଚାମଚ ମହୁକୁ ମିଶାଇ ମୁହଁରେ ଲଗାନ୍ତୁ। ଆଉ ଏହି ପେଷ୍ଟ୍ ମୁହଁରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଶୁଖିଗଲା ପରେ ଆସ୍ତେ ଆସ୍ତେ ହାତ ପାପୁଲିରେ ମୁହଁକୁ ଘସନ୍ତୁ ଏବଂ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଧୋଇସାରିବା ପରେ ଆପଣ ଫରକ ଜାଣିପାରିବେ। ଆପଣଙ୍କର ମୁହଁ କୋମଳ ହେବା ସହ ସତେଜ ଲାଗିବ। ଏହି ପେଷ୍ଟ୍ ତେଲିଆ ମୁହଁ ପାଇଁ ବେଷ୍ଟ୍ ମେଡିସିନ୍।

ହଳଦୀ କେବଳ ମୁହଁରେ ଚମକ ଆଣେ ନାହିଁ, ଆଖି ତଳେ ସୃଷ୍ଟି ହେଉଥିବା କଳା ଦାଗକୁ ବି ଦୂର କରି ଦିଏ। ଆପଣ କିଛି ହଳଦୀ ଗୁଣ୍ଡରେ ନଡ଼ିଆ ତେଲ ମିଶାଇ କଳାଦାଗ ପଡ଼ିଥିବା ଜାଗାରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ନିୟମିତ ଏଭଳି ୭ ଦିନ କଲା ପରେ ଆପଣ ନିଜେ ଅନୁଭବ କରିପାରିବେ ପରିବର୍ତ୍ତନ।