କଞ୍ଚା ଇଲିସି ମାଛ ବେସର

ଉପକରଣ

 ୧: କେଜି ମାଛ (ଇଲିସି  )

୨: କଟା ପିଆଜ

୩: ମିଡିୟମ ସାଇଜ ଟମାଟୋ

୪: ୩ରୁ ୪ ପିସ କଞ୍ଚା ଲଙ୍କ।

୫: ପାଞ୍ଚ ରୁ ଛଅ ରସୁଣ

୬: ତିନିରୁ ଚାରି ଚାମଚ ସୋରିଷ ତେଲ

୭:  ତିନି ଚାମଚ ସୋରିଷ

୮: ଅଧ ଚାମଚ ଜୀରା

୯: ଅଧ ଚାମଚ ହଳଦୀ ଗୁଣ୍ଡ

୧୦: ସ୍ୱାଦ ଅନୁସାରେ ଲୁଣ

୧୧: ଛୋଟ ରସୁଣ ପିସ୍‌

ପ୍ରସ୍ତୁତି ପ୍ରଣାଣୀ

ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତାପରେ ଲୁଣ ,ହଳଦୀରେ ଭଲ ଭାବେ ଗୋଳାନ୍ତୁ ।କଢେଇ ରେ ୨ ଚାମଚ ସୋରିଷ ତେଲ ଗରମ କରନ୍ତୁ। ଗୋଳା ହୋଇଥିବା ମାଛକୁ ତେଲ ରେ ଛାଣନ୍ତୁ ଧ୍ୟାନ ରଖିବେ ମାଛକୁ ଗୋଟିଏ ସାଇଡ କରି ଭାଜିବେ। ମାଛଟି କଡା ହୋଇ ଭାଜିବା ପରେ କଢାଇରୁ ଓହ୍ଲାଇ ଦିଅନ୍ତୁ। ଅନ୍ୟ ଏକ କଢାଇରେ କଞ୍ଚା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହେବା ପରେ ସେଥିରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ। ସେଥିରେ କଟା ହୋଇଥିବା ଛୋଟ ଛୋଟ ଖଣ୍ଡ ରସୁଣ ପକାନ୍ତୁ ।ଏହା ତରକାରୀକୁ ସ୍ୱାଦ ବଢେଇବା  ସହ ତରକାରୀ ଖରାପ କରିନଥାଏ ।ସେଥିରେ ଛୋଟ ଛୋଟ ଖଣ୍ଡ ଟମାଟୋ ଓ କରି ପାଉଡର ପକାନ୍ତୁ।

ମସଲା କଷି ହେବା ପରେ ବଟା ସୋରିଷ ପକାଇ ମାପ ଅନୁଯାୟୀ ପାଣି ଦିଅନ୍ତୁ। ପ୍ଲେଟରେ ଅଧା ଭଜା ହୋଇଥିବା ଇଲିସି ମାଛକୁ କଢାଇରେ ପକାନ୍ତୁ ଧ୍ୟାନ ରଖିବେ ଯେପରି ଭଜା ହୋଇଥିବା ଅଂଶଟି ଉପରକୁ ରହିବ ଏବଂ କଞ୍ଚା ଭାଗଟି ଝୋଳ ଳରେ ବୁଡି ହୋଇ ରହିବ।

ତରକାରି କିଛି ସମୟ ଫୁଟିବା ପରେ ଗ୍ୟାସରୁ ତା ଉପରେ ଡାଲଚିନ ଗୁଣ୍ଡ, ଧନିଆ ପତ୍ର ମାଛ ତରକାରୀ ଉପରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ମାଛ ତରକାରୀ।

ମାଛ ତରକାରୀ ସଜାଇବାକୁ ଚାହୁଁଥିଲେ ପିଆଜ, ଟମାଟକୁ ଗୋଲ ଗୋଲ କରି କାଟନ୍ତୁ ପରେ ଧନିଆ ପତ୍ର ଓ କଞ୍ଚାଲଙ୍କ। ଦେଇ ଗାର୍ନିସ କରନ୍ତୁ।