ଜାଣନ୍ତୁ ବାସ୍ତୁ ଅନୁଯାୟୀ କେଉଁଠି ରହିବା ଉଚିତ ଘରର ପାଣି ଟାଙ୍କି

ସାଧାରଣତଃ ବାସ୍ତୁ ଅନୁଯାୟୀ ଲୋକେ ଘର ତିଆରି କରନ୍ତି। ଘରର କେଉଁ ରୁମ୍‌ କେଉଁ ଦିଗରେ ରହିବ, ତାହା ବାସ୍ତୁ ଅନୁସାରେ ଠିକ୍‌ କରନ୍ତି। ଘର କରିବା ବେଳେ ପ୍ରାୟତଃ ସମସ୍ତେ ପାଣି ଟାଙ୍କି ଛାତ ଉପରେ ବନାଇଥାନ୍ତି। ହେଲେ ଏହାକୁ ନିର୍ମାଣ କରିବା ବେଳେ କେହି କେବେ ବାସ୍ତୁକୁ ଧ୍ୟାନ ଦେଇ ନଥାନ୍ତି। ଛାତ ଉପରେ ବଦଳରେ ମାଟି ତଳେ ଉଚିତ ଦିଗରେ ପାଣି ଟାଙ୍କି କରିବା ଦ୍ୱାରା ଘରେ ସମୃଦ୍ଧି ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା କେଉଁଠି ପାଣି ଟାଙ୍କି ରହିବା ଉଚିତ ଓ କେଉଁଠି ରହିବା ଉଚିତ ନୁହେଁ।

୧. ପାଣି ଟାଙ୍କି ହେଉ କିମ୍ବା ନଳକୂପ ସବୁବେଳେ ଉତ୍ତର-ପୂର୍ବ ଦିଗରେ ନିର୍ମାଣ କରନ୍ତୁ। ଏହାଦ୍ୱାରା ଘରେ ସମୃଦ୍ଧି ଆସିବ।

୨.  ଉତ୍ତର-ପୂର୍ବ ଦିଗରେ ପାଣି ଟାଙ୍କି ନିର୍ମାଣ ଉଚିତ ବୋଲି ବୈଜ୍ଞାନିକମାନେ ମଧ୍ୟ ମତ ଦିଅନ୍ତି। କାରଣ ସୂର୍ଯ୍ୟକିରଣ ଜଳଉତ୍ସ ଉପରେ ପଡିବା ଦ୍ୱାରା ଏଥିରେ ସୃଷ୍ଟି ହେଉଥିବା ଜୀବାଣୁ ମରିଯାଇଥାନ୍ତି।

୩. ଘରର ଦକ୍ଷିଣ ଦିଗରେ ପାଣି ଟାଙ୍ଗି ରହିଲେ ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ସେହିପରି ପଶ୍ଚିମ ଦିଗରେ ଟାଙ୍କି ରହିଲେ ଘରର ପୁରୁଷଙ୍କ ସ୍ୱାସ୍ଥ୍ୟହାନି ହେବାର ସମ୍ଭାବନା ଥାଏ।

୪. ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଦିଗରେ ପାଣି ଟାଙ୍କ ରହିଲେ ମହିଳାଙ୍କ ସ୍ୱାସ୍ଥ୍ୟହାନି ହେବା ସହ ମାନସମ୍ମାନରେ ଆଞ୍ଚ ଆସିଥାଏ।

୫. କୌଣସି ଜମିର ମଧ୍ୟ ସ୍ଥଳରେ ଜଳଉତ୍ସ ନିର୍ମାଣ କରନ୍ତୁ ନାହିଁ। ଏହାଦ୍ୱାରା ଘର ନିର୍ମାଣ ବେଳେ ସମସ୍ୟାରେ ପଡିପାରନ୍ତି।

୬. ସନ୍ଧ୍ୟା ସମୟରେ ଜଳଉତ୍ସ ନିର୍ମାଣ କାମ କରନ୍ତୁ ନାହିଁ। ସକାଳ ସମୟରେ ହିଁ ମାଟି ଖୋଳନ୍ତୁ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଭୂମିପୂଜା ନିଶ୍ଚିତ କରନ୍ତୁ।