ଶୀତଦିନିଆ ସକାଳର ସୂର୍ଯ୍ୟକିରଣ ବ୍ଲଡ କ୍ୟାନସର ହେବା ଆଶଙ୍କା କମାଇଥାଏ

ଭୁବନେଶ୍ୱର: ସମସ୍ତଙ୍କୁ ଜଣା ଅଛି ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ହୋଇଥାଏ। ସୂର୍ଯ୍ୟକିରଣଠାରୁ ଦୂରରେ ରହିଲେ କିମ୍ବା କମ୍ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନର ରହୁଥିବା ଲୋକେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ଏକ ପରୀକ୍ଷାରୁ ଜଣାପଡିଛି। ତେବେ ଶୀତଦିନିଆ ସକାଳର ସୂର୍ଯ୍ୟକିରଣ ବହୁ ମାତ୍ରାରେ ଏହି ରୋଗଠାରୁ ଦୂରେଇ ରଖିଥାଏ। ଶୀତଦିନିଆ ସକାଳର ସୂର୍ଯ୍ୟକିରଣରେ ଭରପୂର ମାତ୍ରାରେ ଭିଟାମିନ-ଡି ରହିଥାଏ। ଶୀତଦିନେ ସକାଳେ ଖରାରେ ବସିଲେ ଶରୀରକୁ ବହୁତ ଭିଟାମିନ-ଡି ମିଳିଥାଏ। ଯାହା ବ୍ଲଡ କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଥାଏ।

୧୩୨ଟି ଦେଶରେ ବ୍ଲଡ କ୍ୟାନସରକୁ ନେଇ ଏକ ସର୍ଭେ କରାଯାଇଥିଲା। ଯେଉଁଥିରୁ ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି ଯେ, ଭୂମଧ୍ୟ ସାଗରୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ତୁଳନାରେ ଉଚ୍ଚ ଅକ୍ଷାଂଶରେ ବସବାସ କରୁଥିବା ଲୋକଙ୍କୁ ବ୍ଲଡ କ୍ୟାନସର ହେବାର ଅଧିକ ସମ୍ଭାବନା ରହିଛି।

ଫିଲୋଫାନିଆ ୟୁନିଭର୍ସିଟି ପ୍ରଫେସର ସେର୍ଡିକ ଗାରଲେଡଙ୍କ କହିବା ଅନୁସାରେ ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଅଧିକ ଥାଏ। ବିଶେଷ କରି ମେରୁ ଅଞ୍ଚଳରେ ଥିବା ଦେଶ ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ, ଆୟାରଲ୍ୟାଣ୍ଡ ଓ ଚିଲି ଭଳି ଦେଶରେ ବ୍ଲଡ କ୍ୟାନସର ରୋଗୀ ଅଧିକ ଦେଖାଯାଇଥାନ୍ତି।

ଗାରଲେଡ କହିଛନ୍ତି, ଯେଉଁ ବ୍ୟକ୍ତି ପରାବୈଜ୍ଞାନୀ-ବି(ୟୁୱିବି) କିରଣଠାରୁ ଦୂରରେ ରହିଥାନ୍ତି କିମ୍ବା ଏମିତି ସ୍ଥାନରେ ରୁହନ୍ତି ଯେଉଁଠାରେ ସୂର୍ଯ୍ୟକିରଣ କମ୍ ପଡିଥାଏ ସେମାନଙ୍କ ରକ୍ତରେ ଭିଟାମିନ-ଡିର ଅଭାବ ଦେଖାଦେଇଥାଏ।