କିଶାନ ରାଲି: କୃଷକଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃିତ୍ୱାଧୀନ ଏନଡିଏ ସରକାରର ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ରବିବାର କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ବିରାଟ ରାଲି ଏଠାରେ ଅନୁଷ୍ଠିତ ହେବ। ଆଉ ତା’ପୂର୍ବରୁ ଶନିବାର କୃଷକମାନଙ୍କର ଏକ ପ୍ରତିନିଧି ଦଳକୁ ରାହୁଲ ଆଜି ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ଶୁଣିଥିଲେ ଓ ଜମି ଅଧିଗ୍ରହଣ ବିଲ୍ ସଂପର୍କରେ ଆଲୋଚନା କରିଥିଲେ। ଏହା ସହିତ ଆସନ୍ତାକାଲିର ରାଲି ନେଇ ସେମାନଙ୍କର ପରାମର୍ଶ ନେଇଥିଲେ। ଏହି ବୈଠକ ଗତକାଲି ହେବାର ଥିଲା। ତେବେ କୌଣସି କାରଣରୁ ଏହାକୁ ବାତିଲ କରାଯାଇଥିଲା।

ଆଜି ସକାଳ ୧୧ଟା ବେଳେ ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ମଧ୍ୟପ୍ରଦେଶର କୃଷକମାନଙ୍କର ଏକ ପ୍ରତିନିଧି ଦଳକୁ ସେ ଭେଟିଥିଲେ। ଆଜି ରାହୁଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ଭୋଟିବାର କାର୍ଯ୍ୟକ୍ରମ ରହିଛି।

କୁହାଯାଉଛି ଯେ ଆସନ୍ତାକାଲିର ରାଲିରେ ରାହୁଲ ଛୁଟି କାଟି ଫେରିଆସିଛନ୍ତି ବୋଲି କଂଗ୍ରେସ ଆନୁଷ୍ଠାନିକ ଭାବେ ଘୋଷଣା କରିବ ଓ ତତସହିତ ଏହି ରାଲି ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବ। ଛୁଟିରୁ ଫେରିବା ପରେ ଏହା ହେବ ରାହୁଲଙ୍କ ପ୍ରଥମ ସାଧାରଣ ସଭା।

ଏହି ରାଲି ପାଇଁ କଂଗ୍ରେସ ସାରା ଦେଶରୁ କୃଷକଙ୍କୁ ଠୁଳ କରିଛି। ଏଥିପାଇଁ ଦଳର ସ୍ଲୋଗାନ ରହିଛି ‘ଚଲୋ ଦିଲ୍ଲୀ ଚଲେ’। ସ୍ୱତନ୍ତ୍ର ଟ୍ରେନର ବି ବ୍ୟବସ୍ଥା କରାଯାଇଛି। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଏହି କୃଷକ ରାଲି ବଡ଼ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି। କାରଣ ରାଜ୍ୟସଭାରେ ଜମି ଅଧିଗ୍ରହଣ ବିଲକୁ ସ୍ରିତ କରାଇ ନଦେବା ପାଇଁ ଅଣ୍ଟା ଭିିଡ଼ିଛି କଂଗ୍ରେସ। ରାଜ୍ୟସଭାରେ ଭାଜପା ନେତୃତ୍ୱାଧୀନ ଏନଡିଏର ସଂଖ୍ୟାଗରିଷ୍ଠତା ନାହିଁ।

ଆହୁରି ପଢ଼ନ୍ତୁ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ବିରୋଧ ସତ୍ତ୍ୱେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

କୃଷି ବିଲ୍‌କୁ ପାସ୍‌ କରିବା ବେଳେ ରାଜ୍ୟସଭାର ନିୟମ ଭାଙ୍ଗିଥିଲେ କି ଉପାଧ୍ୟକ୍ଷ?

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଲଦାଖରେ ମୁତୟନ ହେଲା ଟ୍ୟାଙ୍କ, ବିଯୁକ୍ତ ୪୦ ଡିଗ୍ରୀରେ ବି ଦେଖାଇବ ପରାକ୍ରମ