ସ୍କିଲ୍ ଇଣ୍ଡିଆ କ୍ୟାମ୍ପେନର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:  ଆଜି ସ୍କିଲ୍ ଇଣ୍ଡିଆ କ୍ୟାମ୍ପେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଏହି ଅଭିଯାନର ଶୁଭାରମ୍ଭ କରାଯିବ। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନ୍ୟାଶନାଲ ସ୍କିଲ ଡେଭଲପମେଣ୍ଟ ମିଶନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଏହା ଅନ୍ତର୍ଗତ ଦକ୍ଷତା ଓ ଉଦ୍ୟୋଗ ବିକାଶ ଲାଗି ନୂଆ ଜାତୀୟ ନୀତି ଘୋଷଣା କରାଯିବ। ଏଥିସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ମହତ୍ୱାକାଂକ୍ଷୀ ଯୋଜନା ମଧ୍ୟ ଆରମ୍ଭ କରିବେ। ଏହି ଯୋଜନାର ପାଇଲଟ ପର୍ଯ୍ୟାୟରେ ତାଲିମପ୍ରାପ୍ତ ଯୁବକଯୁବତୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଆସନ୍ତା ଏକବର୍ଷ ମଧ୍ୟରେ ଦେଶର ୨୪ ଲକ୍ଷ ଯୁବକଯୁବତୀଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ଜୁନ୍ ୧୧ ତାରିଖରେ ପାର୍ଲାମେଣ୍ଟରେ ପ୍ରଥମ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ସ୍କିଲ୍ ଇଣ୍ଡିଆ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବରୁ ଲୋକେ ଭାରତକୁ ସ୍କାମ୍ ଇଣ୍ଡିଆ ଭାବେ ଜାଣିଥିଲେ। ବର୍ତ୍ତମାନ ସ୍କିଲ୍ ଇଣ୍ଡିଆ ଭାବେ ଜାଣିବେ ବୋଲି ଏହି ଅବସରରେ ସେ କହିଥିଲେ।

ଆହୁରି ପଢ଼ନ୍ତୁ

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ଦେଶରେ ପ୍ରଥମ: ଗୋଟିଏ ଗାଁରେ ଏକାଧିକ କରୋନା ସୁପର ସ୍ପ୍ରେଡର, ମୁତୟନ ହେଲେ କମାଣ୍ଡୋ

ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସବୁ ବିଭାଗର ମନ୍ତ୍ରୀ

ଦୈନିକ ୧୫ କିମି ରାସ୍ତା ଚାଲିଚାଲି ୩୦ ବର୍ଷ ହେଲା ଚିଠି ଦେଉଛନ୍ତି ଏହି ପୋଷ୍ଟମ୍ୟାନ୍‌

ବିକାଶ ଦୁବେ ଗିରଫ ହେବା ପରେ ଉଠିଲା ଅନେକ ପ୍ରଶ୍ନ? ଜାଣନ୍ତୁ ସେଗୁଡ଼ିକ କ’ଣ

ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା? ପଚାରିଲେ ଅଖିଲେଶ ଯାଦବ

ଆଇଆଇଟି ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା

‘ମୁଁ ହିଁ ବିକାଶ ଦୁବେ’ କାନପୁର ୱାଲା: କେମିତି ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୪,୮୭୯ ପଜିଟିଭ, ୪୮୭ ମୃତ

ଶେଷରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ