ଗୁଜରାଟରେ ପ୍ରବାସୀ ଶ୍ରମିକ ଓ ପୁଲିସ୍‌ ସଂଘର୍ଷ, ଟିୟର ଗ୍ୟାସ ମାଡ଼

ଅହମଦାବାଦ: ଗୁଜରାଟରରେ ଆଇଆଇଏମ ଅହମଦାବାଦକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ପୁଲିସ୍‌ ଓ ୧୦୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେବାକୁ ମିଳିଛି। ଏହି ରାସ୍ତାରେ ଯାଉଥିବା ପୁଲିସ୍‌ ଟିମ ଓ ସାଧାରଣ ଲୋକଙ୍କ ଉପରକୁ ଏହି ପ୍ରବାସୀ ଶ୍ରମିକମାନେ ପଥର ମାଡ଼ କରିଛନ୍ତି।

ପୁଲିସ୍‌ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବାକୁ ଅନୁମତି ଦେଉ ନଥିବାରୁ ସେମାନେ ଏଭଳି କାଣ୍ଡଭିଆ ଥିବା କୁହାଯାଉଛି। ପୁଲିସ୍‌ ପଥର ଫିଙ୍ଗାଳୀଙ୍କୁ ଘଉଡ଼ାଇବା ପାଇଁ ବାଧ୍ୟ ହୋଇ ଟିୟର ଗ୍ୟସ ପ୍ରୟୋଗ କରିଛି। ତଥାପି ପ୍ରବାସୀମାନେ ଲୁଚି ଲୁଚି ପଥର ମାଡ଼ କରିବା ଜାରି ରଖିଥିଲେ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକମାନେ କରୋନାର ପ୍ରମୁଖ ଅସ୍ତ୍ର କୁହାଯାଉଥିବା ସାମାଜିକ ଦୂରତାର ଧଜିଆ ଉଡ଼ାଇଛନ୍ତି। ଗାଜିଆବାଦର ରାମଲୀଲାରେ ହଜାର ହଜାର ଶ୍ରମିକ ଏକାଠି ହୋଇ ସ୍ପେଶାଲ ଶ୍ରମିକ ଟ୍ରେନ ପାଇଁ ପଞ୍ଜୀକରଣ କରିବାକୁ ଚେଷ୍ଟା କରିଛନ୍ତି। ପ୍ରାୟ ୩ରୁ ୪ ହଜାର ଶ୍ରମିକ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି ପଞ୍ଜୀକରଣ କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। କୌଣସି ମେଳାରେ ବି ଏତେ ଭିଡ଼ କେବେ ଦେଖି ନଥିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।