ପାକିସ୍ତାନ: କେନାଲକୁ ଟ୍ରେନ୍ ଖସିପଡି ୧୨ ଯବାନ ମୃତ

accidentଲାହୋର: ୧୦୦ରୁ ଊର୍ଦ୍ଧ୍ୱ ସୈନିକ ଓ ତାଙ୍କ ପରିବାରକୁ ନେଇ ଯାଉଥିବା ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ କେନାଲରେ ପଡିଯିବାରୁ ଜଣେ ଲେଫଟେନାଣ୍ଟଙ୍କ ସମେତ ୧୨ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଟ୍ରେନଟି ପଞ୍ଜାବ ପ୍ରାନ୍ତରେ ଗୁଜରାନୱାଲ ନିକଟରେ ଏକ ପୋଲ ପାର ହେଉଥିବାବେଳେ ତାହା ଭାଙ୍ଗିଯିବାରୁ ୪ଟି ବଗି କେନାଲ ମଧ୍ୟକୁ ଖସିପଡିଥିଲା । ପାକିସ୍ତାନ ସେନା ପ୍ରବକ୍ତା ଆସିମ ବାଜୱା ଟ୍ୱିଟ କରି କହିଛନ୍ତି ଯେ, ସୈନିକଙ୍କୁ ନେଇ ଯାଉଥିବା ଏହି ସ୍ପେଶାଲ ଟ୍ରେନ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୋଲ ଭାଙ୍ଗି ଯିବାରୁ ଟ୍ରେନ ଇଞ୍ଜିନ ସହ ୪ଟି ବଗି ପାଣିରେ ପଡିଯାଇଥିଲା । ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପାକିସ୍ତାନ ସ୍ଥଳସେନା ଓ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣେ ସେନା ଅଧିକାରୀ କହିଛନ୍ତି । ଦୁର୍ଘଟଣାରେ ୫ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୮୦ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ

କାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା, ଏହି ସବୁ ସ୍ଥାନକୁ ଆରମ୍ଭ ହେବ ଉଡ଼ାଣ

ଗେହଲଟଙ୍କୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକଙ୍କୁ କହିଲେ ବିଜେପି ନେତ୍ରୀ!

ସବୁ ରେକର୍ଡ ଭାଙ୍ଗିଦେଲା ମହାରାଷ୍ଟ୍ର: ଦିନକରେ ୮,୬୪୧ ପଜିଟିଭ, ୨୬୬ ମୃତ

ଭଗବାନ ଦେତା ହୈ ତୋ ଛପର ଫାଡ୍‌ କେ ଦେତା ହୈ, ଲାଗିଗଲା ୧୫ କୋଟିର ଲଟେରୀ

ଜେଲରେ ବନ୍ଦୀ ଥିବା ବିପ୍ଳବୀ କବି ବରବରା ରାଓଙ୍କୁ କରୋନା

ହାତ-ପଦ୍ମ ବିନା ପାଇଲଟ୍‌ଙ୍କ ଫ୍ଲାଇଟ୍‌ କ୍ରାଶ କରିବନି ତ?

କରୋନା ମୁକାବିଲା ନେଇ ହାତ ଟେକିଦେଲେ ସରକାର, କହିଲେ ଭଗବାନ ହିଁ ଭରସା

ଚାଇନାକୁ ବିଶ୍ୱାସ କରିପାରୁନି ଭାରତ, ଆଲୋଚନା ପରେ ଆର୍ମି ଦେଲା ବଡ଼ ବୟାନ

ଅମିତ ଶାହଙ୍କୁ ଏମିତି ନିବେଦନ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା

ପୁଣି ନୂଆ ପିଟିସନ ଫାଇଲ କରିବେ ପାଇଲଟ କ୍ୟାମ୍ପ, କୋର୍ଟ ଦେଲେ ସମୟ

କୁଳଭୂଷଣ ଯାଦବଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, ଭାରତୀୟ ଅଧିକାରଙ୍କୁ କଲେ ସାକ୍ଷାତ

ଭାରତରେ ରେକର୍ଡ କଲା କରୋନା: ଦିନକରେ ୩୨ ହଜାରରୁ ଅଧିକ ପଜିଟିଭ,୬୦୬ ମୃତ