ପିଏମଓକୁ ଜଣାଥିଲା ରାହୁଲଙ୍କ ଠିକଣା!

ନୂଆଦିଲ୍ଲୀ: ୫୬ ଦିନ ଧରି ଅଜ୍ଞାତବାସରେ ରହିବା ପରେ ଗତକାଲି ନୂଆଦିଲ୍ଲୀ ଫେରି ଆସିଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ। ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ଯେ ସେ କେଉଁଠାରେ ଛୁଟି କାଟୁଥିଲେ। ଅନ୍ୟପକ୍ଷରେ ଏକ ପ୍ରମୁଖ ଇଂରାଜୀ ଦୈନିକ ଖବରକାଗଜ ଦାବି କରିଛି ଯେ ରାହୁଲ କେଉଁଠାକୁ ଯାଇଥିଲେ ସେ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପାଖରେ ରହିଛି ପକ୍କା ତଥ୍ୟ। ରାହୁଲଙ୍କ ଉପରେ ପୂରା ନଜର ରଖିଥିଲା ପିଏମଓ। ଏଇ ୫୬ ଦିନରେ ସେ କେଉଁ କେଉଁ ସ୍ଥାନରେ ରହିଥିଲେ ତା’ର ସବିଶେଷ ଖବର ରଖିଥିଲା ପିଏମ୍ଓ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗୃହ ମନ୍ତ୍ରାଳୟ ବି ଏନେଇ ଟେର୍ ପାଇ ନ ଥିଲା। ପିଏମଓ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା। ଥାଇଲାଣ୍ଡର ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ପିଏମଓର ଅଧିକାରୀମାନେ ଲଗାତାର ସଂପର୍କରେ ରହିଥିଲେ ଓ ରାହୁଲଙ୍କ ସଂପର୍କରେ ସୂଚନା ସଂଗ୍ରହ କରୁଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ କଂଗ୍ରେସ ଉପ-ସଭାପତି କେଉଁ ସ୍ଥାନରେ ଥିଲେ ଅବା ଏହି ୫୬ ଦିନରେ କେଉଁ କେଉଁ ସ୍ଥାନକୁ ଯାଇଥିଲେ, ସେ ନେଇ କୌଣସି ସୂଚନା ଦେବାକୁ ଏହି ସରକାରୀ ଅଧିକାରୀ ଜଣଙ୍କ ମନା କରି ଦେଇଛନ୍ତି। ଆଉ ଏକ କଥା ମଧ୍ୟ ଜଣାପଡ଼ିଛି । ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ପହଞ୍ଚିବାର ୨୪ ଘଣ୍ଟା ପୂର୍ବରୁ ଏସପିଜି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହି ଖବର ଦେଇ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

‘ଯଦି ମୁଁ କରୋନାରେ ଆକ୍ରାନ୍ତ ହେବି, ତା’ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ବିରୋଧ ସତ୍ତ୍ୱେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

କୃଷି ବିଲ୍‌କୁ ପାସ୍‌ କରିବା ବେଳେ ରାଜ୍ୟସଭାର ନିୟମ ଭାଙ୍ଗିଥିଲେ କି ଉପାଧ୍ୟକ୍ଷ?

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!