ବିହାର ବିଧାନସଭା ନିର୍ବାଚନ: ପ୍ରବାସୀ ଭାରତୀୟଙ୍କୁ ମିଳିପାରେ ଇ-ଭୋଟ ସୁବିଧା

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର ଶେଷ ବେଳକୁ ବିହାର ବିଧାନସଭା ନିର୍ବାଚନ ହୋଇପାରେ । ତେବେ ଏହି ନିର୍ବାଚନରେ ପ୍ରବାସୀ ଭାରତୀୟ (ଏନଆରଆଇ)ମାନେ ଇ-ଭୋଟ ଜରିଆରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ । ରିପ୍ରେଜେଣ୍ଟେଶନ ଅଫ ପିପୁଲ ଆକ୍ଟ (ଆରପିଏ) ୧୯୫୧ର ସଂଶୋଧନ ହେବା ପରେ ଏହା ସମ୍ଭବ ହୋଇ ପାରିବ । ନିର୍ବାଚନ ଆୟୋଗ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ପ୍ରୟାସ କରୁଛନ୍ତି । ଏହା ଲାଗୁ ହେଲେ ପ୍ରବାସୀ ଭାରତୀୟମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଯାଇ ମତଦାନ କରିପାରିବେ । ମୁଖ୍ୟ ନିର୍ବଚନ ଆୟୁକ୍ତ ନାଜିମ ଜିଆଦି ଏଥିପାଇଁ ପ୍ରୟାସ ବଢାଇ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏପରି ମତଦାନ ପାଇଁ ୱାନ ୱେ ଇଲେକ୍ଟ୍ରୋନିକ ପୋଷ୍ଟାଲ ବାଲାଟ ସିଷ୍ଟମ ପ୍ରସ୍ତୁତ ହୋଇସାରିଛି । ଏହି ସିଷ୍ଟମ ଦ୍ୱାରା ପ୍ରସାବୀ ଭାରତୀୟଙ୍କ ପାଖକୁ ଏକ ପାସୱାଡ ଇମେଲ କରାଯିବ । ଏହି ପାସୱାଡକୁ ବ୍ୟବହାର କରି ପ୍ରସାବୀ ଭାରତୀୟ ଜଣଙ୍କ ବାଲାଟ ପେପରରେ ଅନଲାଇକ କରି ନିର୍ବାଚନ ଆୟୋଗଙ୍କ ୱେବ ସାଇଡରେ ଡାଉନଲୋଡ କରିପାରିବେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।