ମସରତ ଆଲମ ବିରୁଦ୍ଧରେ ଲାଗିଲା ଜନସାଧାରଣ ସୁରକ୍ଷା ଆଇନ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ଏକ ରାଲି ବେଳେ ପାକିସ୍ତାନୀ ପତାକା ଉଡ଼ାଇ ଓ ଭାରତ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ବିରୁଦ୍ଧରେ ଜନସାଧାରଣ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ବଡ଼ଗାମର ଏକ କୋର୍ଟ ଆଲମର ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ କରିବାର ଗୋଟିଏ ଦିନ ପରେ ଜମ୍ମୁ ଓ କାଶ୍ମୀର ସରକାର ତା’ବିରୁଦ୍ଧରେ ଜନସାଧାରଣ ସୁରକ୍ଷା ଆଇନ ଆଧାରରେ ମାମଲା ରୁଜୁ କରିଛନ୍ତି। ଏହାର ଅର୍ଥ ଅତିକମରେ ଦୁଇ ବର୍ଷ ପାଇଁ ଜେଲରେ ରହିବ ଆଲମ। ପୂର୍ବରୁ ତା’ବିରୁଦ୍ଧରେ ୧୨୧-ଏ (ଦେଶ ବିରୁଦ୍ଧରେ ଯୁଦ୍ଧ ଘୋଷଣା), ୧୨୪ (ଦେଶଦ୍ରୋହ), ୧୨୦-ବି (ଅପରାଧିକ ଷଡଯନ୍ତ୍ର), ୧୪୭ (ହିଂସା) ଧାରାରେ ମାମଲା ରୁଜୁ କରାଯାଇଛି।

ଆହୁରି ପଢ଼ନ୍ତୁ

ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର

ଅକ୍ଟୋବର ୬ ତାରିଖ ଯାଏଁ ଜେଲ୍‌ରେ ରହିବେ ରିଆ

ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ବିରୋଧୀଙ୍କ ପ୍ରଦର୍ଶନ ଜାରି

ଦାବି ପୂରଣ ନହେଲା ଯାଏ ଗୃହ କାର୍ଯ୍ୟରେ ଯୋଗ ଦେବେନି ବିରୋଧୀ

ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା’ ନେଇଗଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୁଅ ଚାହୁଁଥିଲେ, କିନ୍ତୁ ଜନ୍ମନେବା ପୂର୍ବରୁ ପୁଅକୁ ମାରିଦେଲେ

ରାସ୍ତା ଉପରେ ଅଜଗର, ନାକେଦମ ହେଲା ବନ ବିଭାଗ

ବିରୋଧୀଙ୍କ ଅସନ୍ତୋଷ ଭିତରେ ସରକାର ବଢ଼ାଇଲେ ଏମଏସପି