ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିକଟରେ କ୍ଷମା ଆବେଦନ କଲା ମେମନ

ମୁମ୍ବାଇ: ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯିବା ପରେ ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣର ଦୋଷୀ ୟାକୁବ ମେମନ ଜୁଲାଇ ୩୦ ତାରିଖରେ ଫାଶୀ ପାଇବା ନିଶ୍ଚିତ ହୋଇଯାଇଛି। ତେବେ ଫାଶୀରୁ ବଞ୍ଚିବା ପାଇଁ ଶେଷ ରାସ୍ତାକୁ ଚେଷ୍ଟା କରିଛି ମେମନ। ଗତକାଲି ସୁପ୍ରିମକୋର୍ଟରେ ତା’ ର ଦ୍ୱିତୀୟ ରିଭ୍ୟୁ ପିଟିସନ୍ ଖାରଜ ହୋଇଯିବାର କେଇ ଘଣ୍ଟା ପରେ ସେ ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ଜୁଲାଇ ୩୦ରେ ଫାଶୀରୁ ବଞ୍ଚିବା ପାଇଁ ଏହା ହେଉଛି ତା’ନିକଟରେ ଶେଷ ସୁଯୋଗ।

ପୂର୍ବରୁ ରାଷ୍ଟ୍ରପତି ତା’ର କ୍ଷମାପ୍ରାର୍ଥନା ଆବେଦନ ଖାରଜ କରି ସାରିଛନ୍ତି। ସୁପ୍ରିମକୋର୍ଟ ବି ଗୋଟିଏ ଥର ତା’ର ରିଭ୍ୟୁ ପିଟିସନକୁ ଅଗ୍ରାହ୍ୟ କରି ସାରିଥିଲେ।

ପେଶାରେ ଜଣେ ଚାଟାର୍ଡଆଉଣ୍ଟାଣ୍ଟ୍ ମେମନ ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାରେ ଫାଶୀ ପାଇବାରେ ପ୍ରଥମ ଦୋଷୀ ହେବ। ପୁଣି ତାକୁ ତା’ ଜନ୍ମ ଦିନରେ ହିଁ ଫାଶୀ ଦିଆଯିବ। ୧୯୬୨ ଜୁଲାଇ ୩୦ ତାରିଖରେ ଜନ୍ମ ହୋଇଥିବା ମେମନକୁ ଆଉ ସାତ ଦିନ ପରେ ଜୁଲାଇ ୩୦ ତାରିଖରେ ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫାଶୀ ଦିଆଯିବ। ମେମନକୁ ଏବେ ଏହି ଜେଲରେ ହିଁ ରଖାଯାଇଛି। ୩୦ ତାରିଖରେ ଫାଶୀ ସଂପର୍କରେ ତା’ ପରିବାର ଲୋକଙ୍କୁ ବି ଜଣାଇ ସାରିଛନ୍ତି ମହାରାଷ୍ଟ୍ର ସରକାର।

ଆହୁରି ପଢ଼ନ୍ତୁ

ଚାଇନାର ଦାବି, କୁକୁଡାରେ ରହିଛି କରୋନା ଭାଇରସ!

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ବିଧାନସଭାରେ ଆଗୁଆ ଆସ୍ଥା ପ୍ରସ୍ତାବ ଆଣିବେ ମୁଖ୍ୟମନ୍ତ୍ରୀ ଗେହଲଟ

ପ୍ରଧାନମନ୍ତ୍ରୀ ପଦରେ ମୋଦିଙ୍କ ନାଁରେ ନୂଆ ରେକର୍ଡ, ପଛରେ ପଡ଼ିଲେ ବାଜପେୟୀ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର