ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତ ୟାକୁବ ମେମନଙ୍କ ଫାଶୀ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ୟାକୁବ ମେମନଙ୍କ ଫ।ଶୀ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଫ।ଶି ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ତାଙ୍କ ରାୟରେ କହିଛନ୍ତି । ଫ।ଶୀ ଦଣ୍ଡାଦେଶ ବିରୋଧରେ ୟାକୁବ୍ କରିଥିବା ରିଟ୍ ପିଟିସନ୍ ଉପରେ ଶୁଣାଣି ବେଳେ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠଙ୍କ ମଧ୍ୟରେ  ଭିନ୍ନ ମତ ଦେଖା ଦେଇଥିଲା । ବିଚାରପତି ଜଷ୍ଟିସ ଏ.ଆର୍. ଦାଭେ ଓ ଜଷ୍ଟିସ୍ କୁରିଏନ୍ ଯୋଶେଫ ଫ।ଶୀ ଦଣ୍ଡାଦେଶକୁ ନେଇ ଭିନ୍ନ ମତ ପ୍ରକାଶ କରିଥିଲେ । ଏକ ବୃହତ୍ତର ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ଉଭୟ ବିଚାରପତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ । ପ୍ରଧାନ ବିଚାରପତି ଆଜି ଅପରାହ୍ନରେ ଏହି  ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ସମ୍ପର୍କରେ ଘୋଷଣା କରିବେ । ୟାକୁବ୍ ମେମନଙ୍କୁ ଆସନ୍ତା ୩୦ ତାରିଖରେ ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫ।ଶୀ ଦିଆଯିବାକୁ ସ୍ଥିର ହୋଇଥିଲା। ତେବେ ଗତ ୨୧ ତାରିଖରେ ଦ୍ୱିତୀୟ ଥର ପାଇଁ ୟାକୁବ୍ ପକ୍ଷରୁ କ୍ଷମା ପ୍ରାର୍ଥନା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ପୂର୍ବରୁ ଉଭୟ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଥରେ ଲେଖାଏଁ ୟାକୁବର କ୍ଷମା ଆବେଦନ ଖାରଜ ହୋଇସାରିଥିଲା।

ଆହୁରି ପଢ଼ନ୍ତୁ

ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଗୁରୁତର

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଅନ୍ତର୍ଜାତୀୟ ମାର୍କେଟରେ ରାଫେଲର ଚାହିଦା କାହିଁକି କମ?

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

କରୋନା ଟିକାର ପରୀକ୍ଷା ଶେଷ, ଅକ୍ଟୋବରରୁ ଉତ୍ପାଦନ!