ଲଳିତ ମୋଦି, ବ୍ୟାପମ ଦୁର୍ନୀତି ପ୍ରସଙ୍ଗ: ଦ୍ୱିତୀୟ ଦିନ ବି ସଂସଦ ଅଚଳ

ନୂଆଦିଲ୍ଲୀ: ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନରେ ବି ସଂସଦ ଅଚଳ ରହିଥିଲା । ଉଭୟ ଗୃହରେ ଉଠିଥିଲା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫ। ଦାବି। ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲଳିତ୍ ଗେଟ୍ ଇସ୍ୟୁରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫ। ଦାବିରେ ଅଡ଼ି ବସିଥିଲେ ବିରୋଧୀ। ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଗୃହର ନେତା ଅରୁଣ ଜେଟଲୀ କହିଥିଲେ ବି ଶୁଣି ନ ଥିଲେ ବିରୋଧୀ। କାର୍ଯ୍ୟାନୁଷ୍ଠାନ ଆଗ ପରେ ଆଲୋଚନା ପରେ ଦାବିରେ ବିରୋଧୀ ଅଡି ବସିଥିଲେ । ଫଳରେ ବାରମ୍ୱାର ଗୃହ ମୁଲତବୀ ହୋଇଥିଲା। ଲୋକସଭାରେ ବି ଥିଲା ସମାନ ଅବସ୍ଥା। ସୁଷମାଙ୍କ ଇସ୍ତଫ। ଦାବିରେ ହୋହଲ୍ଲା କରିଥିଲେ କଳାପଟି ପନ୍ଧି ଆସିଥିବା କଂଗ୍ରେସ ସଦସ୍ୟ। କିଛି ସଦସ୍ୟ ସରକାର ବିରୋଧୀ ପ୍ଲାକାର୍ଡ ଦେଖାଇବା ସହ ଲଳିତ ଗେଟ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ଆଲୋଚନା କରାଯିବାକୁ ଦାବି କରିଥିଲେ । ବାଚସ୍ପତି ସୁମିତ୍ରା ମହାଜନ ଅନୁମତି ନ ଦେବାରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଫଳରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ବାଚସ୍ପତି। ଏପଟେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଟୁଇଟକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସୁଷମା ତାଙ୍କ ଟୁଇଟରେ ଲେଖିଛନ୍ତି, କୋଇଲା ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ବାର୍ଗୋଡିଆଙ୍କୁ ଡିପ୍ଲୋମାଟିକ୍ ପାସପୋର୍ଟ ଦେବାକୁ ଜଣେ ବରିଷ୍ଠ କଂଗ୍ରେସ ନେତା ତାଙ୍କୁ ଅନୁରୋଧ କରିଥିଲେ। ସେ ଲୋକସଭାରେ ସମ୍ପୃକ୍ତ ନେତାଙ୍କ ନାଁ ପ୍ରକାଶ କରିବେ ବୋଲି ଟୁଇଟରେ ଲେଖିଥିଲେ । ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତିରେ ସମ୍ପୃକ୍ତ ତିନି ବିଜେପି ନେତାଙ୍କ ଇସ୍ତଫ। ଦାବିରେ ପାର୍ଲାମେଣ୍ଟ ବାହାରେ ଧାରଣା ଦେଇଥିଲେ କଂଗ୍ରେସ ସଦସ୍ୟ।

ଆହୁରି ପଢ଼ନ୍ତୁ

କରୋନା ମୁକାବିଲା ନେଇ ହାତ ଟେକିଦେଲେ ସରକାର, କହିଲେ ଭଗବାନ ହିଁ ଭରସା

ଚାଇନାକୁ ବିଶ୍ୱାସ କରିପାରୁନି ଭାରତ, ଆଲୋଚନା ପରେ ଆର୍ମି ଦେଲା ବଡ଼ ବୟାନ

ଅମିତ ଶାହଙ୍କୁ ଏମିତି ନିବେଦନ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା

ପୁଣି ନୂଆ ପିଟିସନ ଫାଇଲ କରିବେ ପାଇଲଟ କ୍ୟାମ୍ପ, କୋର୍ଟ ଦେଲେ ସମୟ

କୁଳଭୂଷଣ ଯାଦବଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, ଭାରତୀୟ ଅଧିକାରଙ୍କୁ କଲେ ସାକ୍ଷାତ

ଭାରତରେ ରେକର୍ଡ କଲା କରୋନା: ଦିନକରେ ୩୨ ହଜାରରୁ ଅଧିକ ପଜିଟିଭ,୬୦୬ ମୃତ

ମରିଗଲାଣି ମାନବିକତା! ଔଷଧ ଦୋକାନ ଆଗରେ ଟଳିପଡ଼ିଲେ ବ୍ୟକ୍ତି, ୬ ଘଣ୍ଟା ପରେ ଉଠିଲା ଶବ

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକ

୨୯ ଦିନରେ ଭୁଶୁଡ଼ି ଗଲା ୨୬୪ କୋଟିର ମହାସେତୁ

ଏ କି ମଣିଷ! ଟିଭି ଲଗାଇବାକୁ କହିବାରୁ ଶିଶୁର ଗଳା ଚିପି ହତ୍ୟା କଲା

‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି

ବାରାକ ଓବାମା, ବିଲ୍ ଗେଟ୍ସଙ୍କ ସମେତ ବହୁ ବଡ଼ ନେତା, ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍