ଲଶ୍କର-ଇ-ତୋଇବା ଟାର୍ଗେଟରେ ମୁମ୍ବାଇ

ମୁମ୍ବାଇ: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ମୁମ୍ବାଇ ଆକ୍ରମଣ କରିବାକୁ ଯୋଜନା କରୁଛି । ଦେଶର ଗୁଇନ୍ଦା ସଂସ୍ଥାଗୁଡ଼ିକ ମଙ୍ଗଳବାର ଏହି ସୂଚନା ଦେବା ପରେ ମୁମ୍ବାଇ ପୁଲିସକୁ ସତର୍କ କରି ଦିଆଯାଇଛି ।
୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଇ-ତୋଇବାର କମାଣ୍ଡର ଜାକିଉର୍ ରେହମନ ଲଖ୍ଭୀ ଗତ ସପ୍ତାହରେ ରାୱାଲାପିଣ୍ଡିର ଆଡ଼ିଆଲା ଜେଲରୁ ବାହାରିବା ପରେ ଏଭଳି ଏକ ସମ୍ଭାବ୍ୟ ଆକ୍ରମଣ ନେଇ ସତର୍କ କରି ଦେଇଛି ଗୁଇନ୍ଦା । ଗୁଇନ୍ଦା ପକ୍ଷରୁ ମୁମ୍ବାଇ ପୁଲିସକୁ ପଠାଯାଇଥିବା କୁହାଯାଇଛି ଯେ ଲଶ୍କର-ଇ-ତୋଇବା ୮ରୁ୧୦ ଜଣ ଆତଙ୍କବାଦୀଙ୍କୁ ମୁମ୍ବାଇ ପଠାଇ ୨୬/୧୧ ଘଟଣାର ପୁନରାବୃତ୍ତି କରିବାକୁ ଯୋଜନା ପ୍ରସ୍ତୁତି କରିଛି । ସେମାନଙ୍କୁ ସମୁଦ୍ର ପଥରେ ମୁମ୍ବାଇ ପଠାଇବାକୁ ଏହି ଆତଙ୍କବାଦୀ ସଂଗଠନ ଯୋଜନା ପ୍ରସ୍ତୁତ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି । ୨୬/୧୧ ଭଳି ଏଥର ବି ସଂଗଠନ ପକ୍ଷରୁ ରେଳ ଷ୍ଟେସନ, ବଡ଼ ବଡ଼ ହୋଟେଲ୍ ଆଦିକୁ ଟାର୍ଗେଟ କରାଯାଇପାରେ ।
୨୬/୧୧ରେ ୧୦ ଜଣ ଆତଙ୍କବାଦୀ ସମୁଦ୍ରପଥରେ ମୁମ୍ବାଇରେ ପଶିଥିଲେ । ରେଳ ଷ୍ଟେସନ, ଦୁଇଟି ବିଳାସପୂର୍ଣ୍ଣ ହୋଟେଲ ସମେତ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ । ପାକିସ୍ତାନରେ ଥାଇ ଏହି ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରୁଥିଲା ଲଖଭୀ । ସେହି ଲଖଭୀକୁ ଗତ ସପ୍ତାହରେ ଜାମିନରେ ଜେଲରୁ ଛାଡ଼ି ଦିଆଯାଇଛି । ଲାହୋର ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ପାକିସ୍ତାନ ସରକାର ଏଇ ପଦକ୍ଷେପ ନେଇଥିଲେ । ସେ ଜେଲରୁ ବାହାରିବା ପରେ କେଉଁଠି ଅଛି ତାହା ଜଣାପଡ଼ି ନାହିଁ ।

ଆହୁରି ପଢ଼ନ୍ତୁ

ଆଜି ଭାରତ ବନ୍ଦ, କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ବେଙ୍ଗାଲୁରୁ ହିଂସା: ବିଭିନ୍ନ ସ୍ଥାନରେ ରେଡ୍, ମୁଖ୍ୟ ଅଭିଯୁକ୍ତ ଗିରଫ୍

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନାମ