ମୋଦିଙ୍କୁ ଭେଟିଲେ ନେତାଜୀଙ୍କ ନାତି

ବର୍ଲିନ: ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ରାତିରେ ଭେଟିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ସୂର୍ଯ୍ୟ ବୋଷ । ତାଙ୍କ ପରିବାର ପଛରେ ହୋଇଥିବା ଗୁଇନ୍ଦାଗିରି ଓ ନେତାଜୀଙ୍କ ସମସ୍ତ ଗୁପ୍ତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ସଂପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିଥିଲେ ।
ମୋଦିଙ୍କ ସହିତ ସାକ୍ଷାତକାର ପରେ ସୂର୍ଯ୍ୟ ବୋଷ କହିଥିଲେ ଯେ ମୁଖ୍ୟତଃ ଗୁଇନ୍ଦାଗିରି ଓ ନେତାଜୀଙ୍କ ଗୁପ୍ତ ଫାଇଲଗୁଡ଼ିକର ତଥ୍ୟ ପ୍ରକାଶ କରିବା ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଦୁଇ ପ୍ରସଙ୍ଗରେ ଗୁରୁତ୍ୱର ସହିତ ବିଚାର କରିବେ ଓ ତା’ପରେ ଫଇସଲା ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରତିଶ୍ରୁତିରେ ସନ୍ତୋଷ ପ୍ରକାଶ କରିଛନ୍ତି ନେତାଜୀଙ୍କ ନାତି । ସେ କହିଥିଲେ, ମୋଦିଙ୍କ ଜବାବ ଖୁବ୍ ସ୍ୱଚ୍ଛ ଥିଲା । ଅତିକମରେ ସେ ପ୍ରସଙ୍ଗଟିକୁ ଗୁରୁତ୍ୱର ସହିତ ଚିନ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଲେ । ତାଙ୍କ ଦ୍ୱାରା ଯାହା ହୋଇପାରିବ ତାହା କରିବାକୁ ଉଦ୍ୟମ କରିବେ ବୋଲି କହିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସେ ନିଜେ ବି ନେତାଜୀଙ୍କ ସଂପର୍କିତ ଗୁପ୍ତ ଫାଇଲଗୁଡ଼ିକୁ ଦେଖିନାହାନ୍ତି । ସେ ବି ସେଥିରେ ଥିବା ବିଷୟବସ୍ତୁଗୁଡ଼ିକର ତର୍ଜମା କରିପାରିବେ ନାହିଁ । ତେବେ ସେହି ଫାଇଲଗୁଡ଼ିକୁ ଖୋଲିବା ଦିଗରେ ସେ ଉଦ୍ୟମ କରିବେ ।

ଏହା ସହିତ ସୂର୍ଯ୍ୟ ବୋଷ ଗତ ଉପା ସରକାର ଉପରେ ବର୍ଷି ଥିଲେ । ସେ କହିଥିଲେ, ନେତାଜୀଙ୍କ ସଂପର୍କରେ ରହିଥିବା ଗୁପ୍ତ ତଥ୍ୟ ସମ୍ବଳିତ ଫାଇଲଗୁଡ଼ିକୁ ଖୋଲିବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାର କିଛି ପଦକ୍ଷେପ ନେଲେ ନାହିଁ । କେବଳ ବୋଷ ପରିବାର ନୁହେଁ, ସାରା ଦେଶ ଜାଣିବାକୁ ଚାହୁଁଛି ସେହି ଫାଇଲଗୁଡ଼ିକରେ କ’ଣ ରହିଛି ।

ଆହୁରି ପଢ଼ନ୍ତୁ

ଆସାମର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସୈୟଦା ଅନୱର ତୈମୁରଙ୍କ ପରଲୋକ

କରୋନା ଭାଇରସ ଉପରେ ଏହି ଔଷଧ ୧୦ଗୁଣା ଅଧିକ ପ୍ରଭାବଶାଳୀ!

ଋଣ ଉପରେ ଏସବିଆଇର ପାର୍ବଣ ଅଫର, ଜାଣନ୍ତୁ କ‘ଣ ରହିଛି ସୁବିଧା

ମାତ୍ର ୨୦ ଟଙ୍କା ପାଇଁ ପୁଅ ଆଗରେ ବାପାଙ୍କୁ ପିଟିପିଟି ହତ୍ୟା

ଶିବସେନା ପୁଣି ବିଜେପି ସହ ହାତ ମିଳାଉ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ଭଗବାନ କୃଷ୍ଣ ଜନ୍ମଭୁମି ବିବାଦ: ୩୦ରେ ମସଜିଦ ଉଚ୍ଛେଦ ଆବେଦନର ଶୁଣାଣି

ଚାଇନାକୁ ମାତ୍‌ ଦେବ ମିସାଇଲ ’ନିର୍ଭୟ’: ଏଲଏସିରେ ମୁତୟନ କଲା ଭାରତ

ମହାକାଶରେ ଖଣି ସନ୍ଧାନ କରିବ ଚାଇନା, ଜାଣନ୍ତୁ କିପରି

ଅନଲକ-୫ରେ ଖୋଲିବ ସିନେମା ହଲ୍‌, ଆହୁରି କୋହଳ ହେବ କଟକଣା!

ସୁଶାନ୍ତ ମୃତ୍ୟୁ ମାମଲା ନେଇ ମୁହଁ ଖୋଲିଲା ସିବିଆଇ

ଏହି ଟିଭି କଳାକାରଙ୍କୁ ଲୁଟିନେଲେ ଦୁର୍ବୃତ୍ତ, ପୂରା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

କରନ ଜୋହରଙ୍କ ନାଁ ନେବାକୁ ଗିରଫ କ୍ଷୀତିଜ୍‌ଙ୍କୁ ବାଧ୍ୟ କରୁଛନ୍ତି ଏନସିବି ଅଧିକାରୀ!