ସ୍ୱର୍ଗତ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଲୋକସଭା ଓ ରାଜ୍ୟସଭା ଗୃହକାର୍ଯ୍ୟ ମୁଲତବି

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଅବଦୁଲ କଲାମଙ୍କ ପରଲୋକ ପରେ କେନ୍ଦ୍ର ସରକାର ସାରା ଦେଶରେ ୭ଦିନର ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି। ସେହିପରି ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି କରିଦିଆଯାଇଛି । ଲୋକସଭାରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଗୁରୁବାର ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଥିଲା । ସେହିପରି ରାଜ୍ୟସଭାରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟଦିବସକୁ ମୁଲତବି କରିଦିଆଯାଇଥିଲା ।

ଏହି ସମୟରେ ଲୋକସଭା ଓ ରାଜ୍ୟସଭାରେ ସଂସଦମାନେ ଦୁଇ ମିନିଟର ନୀରବ ପ୍ରାର୍ଥନ କରିଥିଲେ । ଏହା ପୂର୍ବରୁ ଦୁଇ ଗୃହରେ ବାଚସ୍ପତି ଏବଂ ଉପବାଚସ୍ପତି ଶୋକବାର୍ତ୍ତା ପାଠ କରିଥିଲେ । ମଙ୍ଗଳବାର ଗୃହମନ୍ତ୍ରୀ ରାଜନାଥ ସିଂ ପଞ୍ଜାବର ଗୁରୁଦାସପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ବୟାନ ଦେବାର ଥିଲା । ଗୁରୁବାର ଏ ନେଇ ଗୃହମନ୍ତ୍ରୀ ବୟାନ ଦେବେ ବୋଲି ଅନୁମାନ କରାଯାଉଛି । ଉଭୟ ଗୃହର କାର୍ଯ୍ୟ ଆରମ୍ଭ ପୂର୍ବରୁ ସକାଳ ପ୍ରାୟ ୧୦ଟାରେ ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲାଲକୃଷ୍ଣ ଆଡଭାନୀ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଦୁଇ ମିନିଟର ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱର୍ଗତ କଲାମ ପ୍ରଥମେ ରାଷ୍ଟ୍ରଭକ୍ତ ଥିଲେ । ପରେ ରାଷ୍ଟ୍ରପତି ହେଲେ । ନିଜ ଶିକ୍ଷା ପାଇଁ କେବେ ସେ ଖବରକାଗଜ ବିକ୍ରି କରୁଥିଲେ । ଏବେ ସାରା ଦୁନିଆ ତାଙ୍କ ଫଟୋ ଛାପୁଛି ।

ଆହୁରି ପଢ଼ନ୍ତୁ

ରେକର୍ଡ ସଂଖ୍ୟକ ପଜିଟିଭ ସହ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର

ନୀତୀଶ କୁମାରଙ୍କ ପାଖରେ ବସିଥିବା ନେତାଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାବ ସଂଗ୍ରହ

ମୋ ପୁଅକୁ ପୁଲିସ୍‌ ଗୁଳି କରିଦେଉ: ବିକାଶର ମା’

ଅପରାଧୀ ବିକାଶ ଦୁବେର ଘରକୁ ମାଟିରେ ମିଶାଇଲା ପ୍ରଶାସନ, ବ୍ୟବହାର କଲା ସେଇ ଜେସିବି

ଆତ୍ମହତ୍ୟାର ୨୦ ଦିନ ପରେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ସାଥୀ କଳାକାର

ଅଗଷ୍ଟ ୧୫ ସୁଦ୍ଧା କରୋନା ଟିକା କେମିତି ବାହାରିବ? ସ୍ପଷ୍ଟୀକରଣ ରଖିଲା ଆଇସିଏମଆର

ଲକଡାଉନ ଯୋଗୁ ମୋବାଇଲ ଭଳି ଡିଭାଇସ ନିଶାରେ ୬୫% ପିଲା

ଜାମିନ୍‌ ପାଇଁ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଲେ ଦୁଇ ଅଭିଯୁକ୍ତ

ପୁଣି ଆକାଶରୁ ଖସିଲା ମୃତ୍ୟୁ, ୧୮ ଜଣଙ୍କ ଜୀବନ ଗଲା

‘ମୋ ମା’କୁ ବଞ୍ଚାଇ ଦିଅ’ ହସ୍ପିଟାଲ ବାହାରେ ପୁଅର ଡାକ କେହି ବି ଶୁଣିଲେନି, ଭିଡିଓ ଭାଇରାଲ

ଏନକାଉଣ୍ଟରରେ ଆତଙ୍କୀ ନିହତ, ୩ ଯବାନ ଗୁରୁତର

ଏୟାରପୋର୍ଟରୁ ଧରା ପଡ଼ିଲା ୧୬ କୋଟି ଟଙ୍କାର ସୁନା