ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ନମିଳିବା ପରେ ବି ପଶ୍ଚିମବଙ୍ଗ ପହଞ୍ଚିବେ ଯୋଗୀ

ନୂଆଦିଲ୍ଲୀ: ରବିବାର ପଶ୍ଚିମବଙ୍ଗ ଆସିବାକୁ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଓହ୍ଲାବାର ଅନୁମତି ନମିଳିବାରୁ ପଶ୍ଚିମବଙ୍ଗ ପହଞ୍ଚିବାପାଇଁ ସେ ଅଭିନବ ଉପାୟ ପାଞ୍ଚିଛନ୍ତି। ସେ କାର୍‌ ଯୋଗେ ଝାରଖଣ୍ଡ ଯାଇ ସେଠାରୁ ପୁରୁଲିଆ ଯିବେ ବୋଲି ଜଣଯାଇଛି।

ସେ ପୁରୁଲିଆ ଜିଲ୍ଲାର ଭାଙ୍ଗରା ଏବଂ ଅନ୍ୟ କିଛି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ସଭାରେ ଦିନ ୧ଟା ପରେ ଯୋଗଦେବାର ଅଛି।

ଦୁଇ ଦିନ ପୂର୍ବରୁ ପଶ୍ଚିମବଙ୍ଗ ସରକାରଙ୍କ କଟକଣା କାରଣରୁ ସେ ଯୋଗଦେବାକୁ ଥିବା ଗଣତନ୍ତ୍ର ବଞ୍ଚାଅ ରାଲିକୁ ଫୋନଯୋଗେ ଉଦ୍‌ବୋଧନ ଦେଇଥିଲେ। ସେ ଏହି ଭାଷଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିବା ସହିତ କହିଥିଲେ, ଆପଣ ହୁଏତ ସ୍ୱର ଦବାଇ ପାରନ୍ତି ଭୋଟ୍‌ ଚପାଇ ପାରିବେନି।

ସେ ଆହୁରି ମଧ୍ୟ କହିଥିଲେ, “ମମତା ଗ୍ରହଣ ରଖିବାର ଆବଶ୍ୟକତା ରହିଛି ଯେ, ସେ ପ୍ରଶାସନର ଦୁରୁପଯୋଗ କରିପାରିବେନି। ଯେଉଁଭଳି ଭାବରେ ପ୍ରଶାସନ ସେଠାରେ ବ୍ୟବହାର କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।