୩୦ ତାରିଖ ଭୋର୍ ୪ଟାରେ ମେମନକୁ ଦିଆଯିବ ଫାଶୀ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ୍ ବିସ୍ଫୋରଣର ଦୋଷୀ ୟାକୁବ ମେମନକୁ ଜୁଲାଇ ୩୦ ତାରିଖ ଭୋର ୪ଟା ବେଳେ ଦିଆଯିବ ଫାଶୀ। ପୂର୍ବରୁ ତାକୁ ସକାଳ ୭ଟାରେ ଫାଶୀ ଦିଆଯିବ ବୋଲି କୁହାଯାଇଥିଲା। ଗତକାଲି ସୁପ୍ରିମକୋର୍ଟ ମେମନ କ୍ୟୁରେଟିଭ୍ ପିଟିସନ୍ ଖାରଜ କରି ଦେବା ପରେ ତାକୁ ଫାଶୀ ଦିଆଯିବା ସ୍ପଷ୍ଟ ହୋଇଯାଇଥିଲା।

memon1ମେମନକୁ ଫାଶୀ ଦେବାକୁ ନାଗପୁର ସେଣ୍ଟ୍ରାଲ୍ ଜେଲରେ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ତାକୁ ଏବେ ସେହିଠାରେ ହିଁ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୩୦ ଜୁଲାଇ ଭୋର୍ ୩ଟା ବେଳେ ଉଠା ଯିବ। ୧୦ ମିନିଟ ପରେ ତାକୁ ଗାଧୋଇବାକୁ ଦିଆଯିବ। ତା’ପରେ ଏସପି, ଡିଏସପି, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ମେଡିକାଲ୍ ଅଫିସର ଜେଲକୁ ଆସି ତାକୁ ଚିହ୍ନଟ କରିବେ। ତା’ସହିତ ତା’ ମାତୃଭାଷାରେ ୱାରେଣ୍ଟ ପଢ଼ି ଶୁଣାଇବେ।

ଏହା ପରେ ଜେଲ ପ୍ରଶାସନ ପକ୍ଷରୁ ୩ଟା ୨୦ ମିନିଟରେ ତାକୁ ଜଳଖିଆ ଖାଇବାକୁ ଦିଆଯିବ। ତା’ ଇଚ୍ଛା ମୁତାବକ ଖାଇବା ଦିଆଯିବ।

ମେମନକୁ ଫାଶୀ ଦେବା ପାଇଁ ୧୦ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଗଠନ କରାଯାଇଛି।

ଜୁଲାଇ ୩୦ରେ ତା’ର ଜନ୍ମ ଦିନ ହୋଇଥିବା ବେଳେ ସେହି ଦିନ ହିଁ ତାକୁ ଫାଶୀ ଦିଆଯିବ।

ଆହୁରି ପଢ଼ନ୍ତୁ

ସବୁ ରେକର୍ଡ ଭାଙ୍ଗିଦେଲା ମହାରାଷ୍ଟ୍ର: ଦିନକରେ ୮,୬୪୧ ପଜିଟିଭ, ୨୬୬ ମୃତ

ଭଗବାନ ଦେତା ହୈ ତୋ ଛପର ଫାଡ୍‌ କେ ଦେତା ହୈ, ଲାଗିଗଲା ୧୫ କୋଟିର ଲଟେରୀ

ଜେଲରେ ବନ୍ଦୀ ଥିବା ବିପ୍ଳବୀ କବି ବରବରା ରାଓଙ୍କୁ କରୋନା

ହାତ-ପଦ୍ମ ବିନା ପାଇଲଟ୍‌ଙ୍କ ଫ୍ଲାଇଟ୍‌ କ୍ରାଶ କରିବନି ତ?

କରୋନା ମୁକାବିଲା ନେଇ ହାତ ଟେକିଦେଲେ ସରକାର, କହିଲେ ଭଗବାନ ହିଁ ଭରସା

ଚାଇନାକୁ ବିଶ୍ୱାସ କରିପାରୁନି ଭାରତ, ଆଲୋଚନା ପରେ ଆର୍ମି ଦେଲା ବଡ଼ ବୟାନ

ଅମିତ ଶାହଙ୍କୁ ଏମିତି ନିବେଦନ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା

ପୁଣି ନୂଆ ପିଟିସନ ଫାଇଲ କରିବେ ପାଇଲଟ କ୍ୟାମ୍ପ, କୋର୍ଟ ଦେଲେ ସମୟ

କୁଳଭୂଷଣ ଯାଦବଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, ଭାରତୀୟ ଅଧିକାରଙ୍କୁ କଲେ ସାକ୍ଷାତ

ଭାରତରେ ରେକର୍ଡ କଲା କରୋନା: ଦିନକରେ ୩୨ ହଜାରରୁ ଅଧିକ ପଜିଟିଭ,୬୦୬ ମୃତ

ମରିଗଲାଣି ମାନବିକତା! ଔଷଧ ଦୋକାନ ଆଗରେ ଟଳିପଡ଼ିଲେ ବ୍ୟକ୍ତି, ୬ ଘଣ୍ଟା ପରେ ଉଠିଲା ଶବ

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକ