‘ଠକ ଠକ’ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, କୋଟିଏ ଟଙ୍କାରୁ ଅଧିକ ଦାମର ଅଳଙ୍କାର ଠାବ

ନୂଆଦିଲ୍ଲୀ: ଲୁଟ କରିବା ପୂର୍ବରୁ ଲୋକଙ୍କ ଧ୍ୟାନଚ୍ୟୁତ କରି ସେମାନଙ୍କୁ ଟାର୍ଗେଟ କରୁଥିବା ଠକ ଠକ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ଠାରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଜବତ କରାଯାଇଛି। ଦୁଇ ଗିରଫ ଯୁବକ ହେଲେ ୨୨ ବର୍ଷୀୟ ସନ୍ଦୀପ ଓ ୨୦ ବର୍ଷୀୟ ସନ୍ତୋଷ।

ସନ୍ଦୀପର ଘର ଇନ୍ଦେରପୁରୀରେ ହୋଇଥିବା ବେଳେ ସନ୍ତୋଷର ଘର ମଦନଗିରିରେ ବୋଲି ପୁଲିସ୍‌ କହିଛି। ଠକ ଠକ ଗ୍ୟାଙ୍ଗ ପକ୍ଷରୁ ବୁଧବାର ରାଣୀ ଝାନସୀ ରୋଡରେ ସୁନା ଲୁଟ କରାଯାଇଥିଲା। ଦୁର୍ବୃତ୍ତମାନେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସୁନା ଲୁଟ୍‌ କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭ ଫୁଟେଜ ଆଧାରରେ ଜଣେ ଲୁଟେରାକୁ ଚିହ୍ନଟ କରାଯାଇ ପାରିଥିଲା। ଏହି ଘଟଣାରେ ଦୁଇ ଜଣ ସାମିଲ ଥିବା ଜଣାପଡ଼ିଥିଲା। ସେମାନେ ମଦନଗିରର ସେଣ୍ଟ୍ରାଲ ମାର୍କେଟ ପାଖରେ ଥିବା ଖବର ମିଳିବା ପରେ ପୁଲିସ୍‌ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଛି।

ସନ୍ଦୀପ ଏହା ପୂର୍ବରୁ ୭୦ ଲକ୍ଷ ଟଙ୍କା ଚୋରି କରିବା ମାମଲାରେ ଗିରଫ ହୋଇଥିଲା। ଅଭିଯୁକ୍ତମାନେ ଚୋରି ଅଳଙ୍କାର ଧରି ଦିଲ୍ଲୀ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ସ୍ୱୀକାର କରିଛନ୍ତି।

ଏମାନେ ଚୋରି କରିବା ପୂର୍ବରୁ ନିଜର ଟାର୍ଗେଟର କାର ଉପରେ କିଛି ତେଲ ପକାଇ ଦିଅନ୍ତି। ଏହାପରେ ଗାଡ଼ି ଚାଲିବା ବେଳେ ତେଲ ପ୍ରଭାବରୁ ପୋଡ଼ିବା ଭଳି ଗନ୍ଧ ହୋଇଥାଏ। ଗାଡ଼ି ଅଟକିବା ପରେ ଅଭିଯୁକ୍ତମାନେ ଚାଳକଙ୍କୁ ତେଲ ଟ୍ୟାଙ୍କି ଲିକ୍‌ ହେଉଥିବା କହି ଧ୍ୟାନଚ୍ୟୁତ କରନ୍ତି। ଏହି ସମୟରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ କାର ମଧ୍ୟରେ ଥିବା ବ୍ୟାଗ, ଲ୍ୟାପଟପ ଓ ଅନ୍ୟାନ୍ୟ ଜିନିଷ ଲୁଟ କରି ନିଅନ୍ତି। ଏବେ ଉକ୍ତ ଗ୍ୟାଙ୍ଗର ୨ ଜଣ ସଦସ୍ୟ ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଖୁବ୍‌ ଶୀଘ୍ର ବଜାରରେ ମିଳିବ କରୋନା ଔଷଧ ‘କରୋନାଭିର’

ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ମୃତ୍ୟୁ ପୂର୍ବରୁ ଦିଶା ସାଲିନଙ୍କ ଶରୀରରେ ରହିଛି ଆଘାତ: ଫରେନସିକ୍ ବିଶେଷଜ୍ଞ

BS-IV ଡିଜେଲ୍ ଗାଡ଼ି ରେଜିଷ୍ଟ୍ରେସନ ନେଇ ଅନୁମତି ଦେଲେ ସୁପ୍ରିମକୋର୍ଟ, ଆପଣଙ୍କୁ କେତେ ଫାଇଦା?

କରୋନା ପଜିଟିଭ୍ କହି ଗାଏବ ହୋଇଯାଇଥିଲେ ସ୍ୱାମୀ, ଦେଢ଼ ମାସ ପରେ ପ୍ରେମିକାଙ୍କ ଘରୁ ଉଦ୍ଧାର କଲା ପୁଲିସ୍

ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି

ଓଡ଼ିଶା ସରକାରଙ୍କ ଭଳି ଆଇନ୍ ଆଣିବେ ଯୋଗୀ ସରକାର

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ, କରଣ ଜୋହରଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ପଡ଼ିଆରେ ବଜ୍ରପାତ, ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ