ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସହ ଶିଳାନ୍ୟାସ ହୋଇଛି। ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦୀର୍ଘ ଦଶନ୍ଧି ଧରି ଜାରି ରହିଥିବା ଏହି ବିବାଦର ସମାଧାନ ହୋଇଥିଲା। ତେବେ ଆଜି ରାମ ମନ୍ଦିର ନିର୍ମାଣ ହେବା ପଛରେ ଅନେକ ବ୍ୟକ୍ତିଙ୍କ ଅବଦାନ ରହିଛି। ସେଭଳି ୧୦ ଜଣ ବ୍ୟକ୍ତି କିଏ ଆସନ୍ତୁ ଜାଣିବା- ୧-ଲାଲ୍‌କୃଷ୍ଣ ଆଡ୍‌ଭାନୀ:- ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା ହେଉଛନ୍ତି ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ […]

dy

dy

Hemant Lenka
  • Published: Wednesday, 05 August 2020
  • Updated: 05 August 2020, 05:50 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସହ ଶିଳାନ୍ୟାସ ହୋଇଛି। ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦୀର୍ଘ ଦଶନ୍ଧି ଧରି ଜାରି ରହିଥିବା ଏହି ବିବାଦର ସମାଧାନ ହୋଇଥିଲା। ତେବେ ଆଜି ରାମ ମନ୍ଦିର ନିର୍ମାଣ ହେବା ପଛରେ ଅନେକ ବ୍ୟକ୍ତିଙ୍କ ଅବଦାନ ରହିଛି।

ସେଭଳି ୧୦ ଜଣ ବ୍ୟକ୍ତି କିଏ ଆସନ୍ତୁ ଜାଣିବା-

୧-ଲାଲ୍‌କୃଷ୍ଣ ଆଡ୍‌ଭାନୀ:- ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା ହେଉଛନ୍ତି ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡ୍‌ଭାନୀ। ୧୯୯୦ରେ ସେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଶୋଭାଯାତ୍ରା ବାହାର କରିଥିଲେ। ଏହି ଶୋଭାଯାତ୍ରା ଗୁଜରାଟର ସୋମନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଅଯୋଧ୍ୟା ଅଭିମୁଖେ ଯାଇଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନ ସମର୍ଥନ ଯୋଗାଡ଼ କରିବାକୁ ଆଡଭାନୀ ଏକ ଟୟୋଟା ବସ୍‌ରେ ଶୋଭାଯାତ୍ରା ଆରମ୍ଭ କରିଥିଲେ।

ତେବେ ତାଙ୍କ ଶୋଭାଯାତ୍ରା ପହଞ୍ଚିବା ପୂର୍ବରୁ ସେତେବେଳେର ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରାସଦ ଯାଦବ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତିପୁରା ଜିଲ୍ଲାରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ଦୁଇ ବର୍ଷ ପରେ ବାବ୍ରୀ ମସ୍‌ଜିଦ୍‌ ନିକଟରେ ଆଡଭାନୀ ପୁଣି ଏକ ସଭା କରିଥିଲେ। ଏହି ସମୟରେ ଅର୍ଥାତ ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା।

୨-ପ୍ରମୋଦ ମହାଜନ:- ବିଜେପି ପାଇଁ ମାଷ୍ଟର ପ୍ଲାନ କରୁଥିଲେ ପ୍ରମୋଦ ମହାଜନ। ସେ ୧୯୯୦ ମସିହାରେ ବିଜେପିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରମୋଦ ହିଁ ଆଡ୍‌ଭାନୀଙ୍କୁ ସୋମନାଥରୁ ଅଯୋଧ୍ୟାକୁ ପଦଯାତ୍ରା ନ କରି ରଥଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ। ବିଜେପିର ଆଦର୍ଶ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ସେପ୍ଟେମ୍ବର ୨୫ କିମ୍ବା ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ ଅକ୍ଟୋବର ୨ରେ ଯାତ୍ରା ଆରମ୍ଭ କରିବାକୁ ସେ ଆଡ୍‌ଭାନୀଙ୍କୁ କହିଥିଲେ। ତାଙ୍କ ପରାମର୍ଶରେ ସେପ୍ଟେମ୍ବର ୨୫କୁ ୧୦ ହଜାର କିମି ରଥଯାତ୍ରା ଆରମ୍ଭ ହୋଇଥିଲା। ନରେନ୍ଦ୍ର ମୋଦିଙ୍କ ସହାୟତାରେ ଏହି ରଥଯାତ୍ରାର ସମ୍ପୂର୍ଣ୍ଣ ଯୋଜନା ଓ ପରିଚାଳନା ପ୍ରମୋଦ ମହାଜନ କରିଥିଲେ।

୩-ଅଶୋକ ଶିଂଘଲ:- ବିଶ୍ୱହିନ୍ଦୁ ପରିଷଦର ଟାଣୁଆ ନେତା ହେଉଛନ୍ତି ଅଶୋକ ଶିଂଘଲ। ରାମ ମନ୍ଦିର ନିର୍ମାଣ ପାଇଁ ଜନସମର୍ଥନ ଯୋଗାଡ଼ କରିବାରେ ତାଙ୍କର ବଡ଼ ଭୂମିକା ରହିଥିଲା। ୨୦୧୧ ପର୍ଯ୍ୟନ୍ତ ସେ ବିଶ୍ୱ ହିନ୍ଦୁ ପରିଷଦର ମୁଖ୍ୟ ମଧ୍ୟ ଥିଲେ। ଶରୀର ଅସୁସ୍ଥତା କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ୨୦୧୫ରେ ତାଙ୍କର ଦେହାନ୍ତ ହୋଇଥିଲା।

୪-ମୂରଲୀ ମନୋହର ଯୋଶୀ:- ବିଜେପିର ପାୱାରଫୁଲ୍‌ ନେତା ମୂରଲୀ ମନୋହର ଯୋଶୀ ୧୯୮୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ବିଜେପିର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୨ରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣା ବେଳେ ଆଡ୍‌ଭାନୀଙ୍କ ସହିତ ସେ ମଧ୍ୟ ରଥଯାତ୍ରାରେ ସାମିଲ ଥିଲେ। ଏଥିପାଇଁ ତାଙ୍କୁ ମଧ୍ୟ ଆଇନ୍‌ର ସାମ୍ନା କରିବାକୁ ପଡ଼ିଛି। ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ପରେ ଯୋଶୀ ଓ ଉମାଭାରତୀ ପରସ୍ପରକୁ ଖୁସିରେ କୁଣ୍ଢାଇ ପକାଥିଲେ। ଏହି ସମୟର ଏକ ଫଟୋ ସେତେବେଳେ ଖୁବ୍‌ ଭାଇରାଲ୍ ହୋଇଥିଲା।

୫-ଉମା ଭାରତୀ:- ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ନେତ୍ରୀ ଉମା ଭାରତୀଙ୍କର ମଧ୍ୟ ଅନେକ ଅବଦାନ ରହିଛି। ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଘଟଣାର ତଦନ୍ତ କରିବା ପାଇଁ ଗଠନ ହୋଇଥିବା ଲିବେରହାନ କମିସନ ଉମା ଭାରତୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା।

୬-ସାଧ୍ୱୀ ଋତମ୍ଭରା:- ଉମା ଭାରତୀଙ୍କ ପରେ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ଯଦି କେଉଁ ମହିଳାଙ୍କୁ ଶ୍ରେୟ ଦିଆଯାଏ ତେବେ ସେ ହେଉଛନ୍ତି ସାଧ୍ୱୀ ଋତମ୍ଭରା। ରାମ ମନ୍ଦିର ନିର୍ମାଣ ପାଇଁ ଜନ ସମର୍ଥନ ଯୋଗାଡ଼ କରିବା ଓ ଦେଶବାସୀଙ୍କୁ ଏକାଠି କରିବାରେ ତାଙ୍କର ବଡ଼ ଭୂମିକା ରହିଛି। ରାମ ଜନ୍ମଭୂମି ସମ୍ପର୍କିତ ତାଙ୍କର ଅନେକ ଭାଷଣକୁ କ୍ୟାସେଟ୍‌ ମାଧ୍ୟମରେ ବହୁଳ ଭାବରେ ଲୋକଙ୍କ ପାଖରେ ପହଞ୍ଚା ଯାଉଥିଲା।

୭-କଲ୍ୟାଣ ସିଂହ:- ୧୯୯୨ରେ ଯେତେବେଳେ ବାବ୍ରୀ ମସ୍‌ଜିଦ ଭଙ୍ଗା ହେଲା ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ। ବାବ୍ରୀ ମସ୍‌ଜିଦ୍ ଭାଙ୍ଗୁଥିବା କର ସେବକଙ୍କ ଉପରେ ପୁଲିସ ଫୋର୍ସ ନ ଲଗାଇବାବୁ ସେ ନିଷ୍ପତ୍ତି ନେଇଥିଲେ। ପରେ ସେ ବିଜେପି ସହିତ ବିଦ୍ରୋହ କରି ଦଳରୁ ବହିଷ୍କାର ହୋଇଥିଲେ। ପରେ ପୁଣି ଦଳକୁ ଫେରିଥଲେ। ବିଜେପି ସରକାର ତାଙ୍କୁ ୨୦୧୪ରେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲା।

୮-ବିନୟ କଟିୟାର:- ବଜରଙ୍ଗ ଦଳର ଫାୟାର ବ୍ରାଣ୍ଡ ଲିଡର ହେଲେ ବିନୟ କଟିୟାର। ରାମ ମନ୍ଦିର ନିର୍ମାଣ ଅଭିଯାନ ପାଇଁ ୧୯୮୪ ମସିହାରେ ବଜରଙ୍ଗ ଦଳ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲା। ଯାହାର ପ୍ରଥମ ସଭାପତି ହେଲେ ବିନୟ କଟିୟାର। ୧୯୯୨ରେ ତାଙ୍କର ରାଜନୈତିକ ପ୍ରଭାବ ବଢ଼ିବାରେ ଲାଗିଲା। ଏହାପରେ ସେ ବିଜେପିର ସାଧାରଣ ସମ୍ପାଦକ ହେଲେ। ତା’ ସହିତ ରାଜ୍ୟସଭା ଓ ଲୋକସଭା ସଦସ୍ୟ ମଧ୍ୟ ହୋଇଛନ୍ତି।

୯-ପ୍ରବୀଣ ତୋଗାଡ଼ିଆ:- ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ପ୍ରବୀଣ ତୋଗାଡ଼ିଆଙ୍କୁ ଏକ ବିସ୍ଫୋରକ ସୈନ୍ୟ ବୋଲି କୁହାଯାଏ। ସେ ତାଙ୍କର ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ କଟ୍ଟର ହିନ୍ଦୁବାଦୀ ନେତାର ପିରିଚୟ ହାସଲ କରିଛନ୍ତି। ଅଶୋକ ଶିଂଘଲଙ୍କ ପରେ ତୋଗାଡ଼ିଆ ବିଶ୍ୱ ହିନ୍ଦୁ ପିରଷଦର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ବିଜେପିରେ ଆଡଭାନୀଙ୍କ ପ୍ରଭାବ ହ୍ରାସ ପାଇବା ଓ ସଂଘ ପରିବାରରୁ ତୋଗାଡ଼ିଆଙ୍କ ପ୍ରଭାବ କମୁଥିବା ସେ ଅନୁଭବ କରିଥିଲେ। ପରେ ସେ ଅନେକ ଥର ବିଜେପି ଓ ମୋଦିଙ୍କୁ ସମାଲୋଚନା କରିଛନ୍ତି।

୧୦-ବିଷ୍ଣୁହରି ଡାଲ୍‌ମିଆ:- ଶିଳ୍ପପତି ତଥା ବିଶ୍ୱ ହିନ୍ଦୁ ପରିଷଦର ବିଭିନ୍ନ ଦାୟିତ୍ୱରେ କାମ କରିଥିବା ବିଷ୍ଣୁହରି ଡାଲ୍‌ମିଆଙ୍କର ବି ରାମ ମନ୍ଦିର ନିର୍ମାଣ ଦିଗରେ ଅନେକ ଭୂମିକା ରହିଛି। ବାବ୍ରୀ ମସ୍‌ଜିଦ ଭଙ୍ଗା ଘଟଣାରେ ତାଙ୍କ ନାଁ ବି ଅଭିଯୋଗ ଫର୍ଦ୍ଦରେ ଯୋଡ଼ି ହୋଇଥିଲା। ୨୦୧୯ ଜାନୁଆରୀ ମାସରେ ଦିଲ୍ଲୀ ସ୍ଥିତ ବାସଭବନରେ ଡାଲମିଆଙ୍କ ପରଲୋକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story