ଧନତେରାସରେ ବିକ୍ରି ହୋଇଛି ୧.୨ କୋଟି ଟଙ୍କାର ଖଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୩୭ତମ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମ ଥିଲା। ସେ ପ୍ରଥମେ ଛଟ୍‌ ପୂଜାର ମହିମା ସମ୍ପର୍କରେ କହିଥିଲେ। ଏହା ଏକ ପ୍ରକୃତି ସଂରକ୍ଷଣ ପର୍ବ ଓ ଏହାଦ୍ୱାରା ନଦୀ ଘାଟ ସଫା ହୋଇଥାଏ ବୋଲି ସେ କହିଥିଲେ। ଏ ଅବସରରେ ମୋଦି କହିଥିଲେ,“ ଖଦି ପୋଷାକ ପ୍ରତି ଦେଶବାସୀଙ୍କ ଉତ୍ସାହକୁ ବଢ଼ିବାରେ ଲାଗିଛି। ଧନତେରାସ ଦିନ ଦିଲ୍ଲୀର ଏକ ଖଦି ଦୋକାନରୁ ୧.୨ କୋଟି ଟଙ୍କାର ଖଦି ପୋଷାକ ବିକ୍ରି […]

narendra_modi

narendra_modi

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 12:26 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୩୭ତମ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମ ଥିଲା। ସେ ପ୍ରଥମେ ଛଟ୍‌ ପୂଜାର ମହିମା ସମ୍ପର୍କରେ କହିଥିଲେ। ଏହା ଏକ ପ୍ରକୃତି ସଂରକ୍ଷଣ ପର୍ବ ଓ ଏହାଦ୍ୱାରା ନଦୀ ଘାଟ ସଫା ହୋଇଥାଏ ବୋଲି ସେ କହିଥିଲେ।

ଏ ଅବସରରେ ମୋଦି କହିଥିଲେ,“ ଖଦି ପୋଷାକ ପ୍ରତି ଦେଶବାସୀଙ୍କ ଉତ୍ସାହକୁ ବଢ଼ିବାରେ ଲାଗିଛି। ଧନତେରାସ ଦିନ ଦିଲ୍ଲୀର ଏକ ଖଦି ଦୋକାନରୁ ୧.୨ କୋଟି ଟଙ୍କାର ଖଦି ପୋଷାକ ବିକ୍ରି ହେଇଛି । ଏହା ଏକ ରେକର୍ଡ ହୋଇଛି। ଏହା ଖଦି ଫର୍ ନେସନ୍‌ରୁ ଖଦି ଫର୍ ଟ୍ରାନ୍ସଫୋରମେସନ୍‌ର ସମୟ।”

ସେ ଆହୁରି କହିଥିଲେ,“ଆମ ଦେଶର ଯବାନମାନେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ କାମ କରୁଛନ୍ତି। ବିଶ୍ୱରେ ଶାନ୍ତି ସ୍ଥାପନ କରିବା ପାଇଁ ୟୁଏନ୍‌ର ଉଦ୍ୟମ ସ୍ୱାଗତ ଯୋଗ୍ୟ।  ସାରା ବିଶ୍ୱ ଆମ ପାଇଁ ପରିବାର ପରି। ଭାରତ ୟୁଏନ୍‌ ମିସନ୍‌ରେ ସକ୍ରିୟ ଭାବେ ସାମିଲ ହୋଇ ଆସିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos