ସୁପ୍ରିମକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ ଓ ୧୦ଟି ପଏଣ୍ଟ

ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜାରି ରହିଥିବା ଟଣାଓଟରା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏବେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ଦାୟତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସୁପ୍ରିମକୋର୍ଟ ବିହାରରେ ସୁଶାନ୍ତଙ୍କ ବାପା ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ ଠିକ ବୋଲି କହିଛନ୍ତି। ଏବେ ଆସନ୍ତୁ ୧୦ ପଏଣ୍ଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିଷୟରେ ଜାଣିବା ୧-ସୁପ୍ରିମକୋର୍ଟ ନିଜ ଫୈସଲାରେ କହିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ରୁଜୁ […]

x

x

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 02:49 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜାରି ରହିଥିବା ଟଣାଓଟରା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏବେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ଦାୟତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସୁପ୍ରିମକୋର୍ଟ ବିହାରରେ ସୁଶାନ୍ତଙ୍କ ବାପା ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ ଠିକ ବୋଲି କହିଛନ୍ତି।

ଏବେ ଆସନ୍ତୁ ୧୦ ପଏଣ୍ଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିଷୟରେ ଜାଣିବା

୧-ସୁପ୍ରିମକୋର୍ଟ ନିଜ ଫୈସଲାରେ କହିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ରୁଜୁ କରଥିବା ଏଫଆଇଆର ଅନୁସାରେ ସିବିଆଇ ତଦନ୍ତ କରିବାର ଅଧିକାର ରହିଛି। ସିବିଆଇ ପୂରା ଘଟଣାର ତଦନ୍ତ କରିବ ଓ ମୁମ୍ବାଇ ପୁଲିସ୍‌କୁ ଏଥିରେ ସହଯୋଗ କରିବାକୁ ପଡ଼ିବ।

୨-ମୁମ୍ବାଇ ପୁଲିସ୍‌ ଏଯାଏ ଯାହା ବି ତଦନ୍ତ କରିଛି ଓ ଏ ସଂକ୍ରାନ୍ତରେ ଯାହା ବି ଦସ୍ତାବିଜ ହାସଲ କରିଛି, ସେ ସବୁ ସିବିଆଇକୁ ହସ୍ତାନ୍ତର କରିବ। କେସ୍‌ ଡାଏରୀ ମଧ୍ୟ ମୁମ୍ବାଇ ପୁଲିସ୍‌ ସିବିଆଇକୁ ଦେବ ବୋଲି କୋର୍ଟ କହିଛନ୍ତି।

୩-ସିବିଆଇ ତଦନ୍ତରେ ସବୁଠାରୁ କଣ୍ଟା ହୋଇ ଛଡ଼ା ହୋଇଥିବା ମୁମ୍ବାଇ ପୁଲିସ। ପାଟଣା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ବେଳେ ମୁମ୍ବାଇ ପୁଲିସ୍‌ ଆଦୌ ସହଯୋଗ କରି ନଥିଲା। ତେଣୁ ଆଜି ସୁପ୍ରିମକୋର୍ଟ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସିବିଆଇ ତଦନ୍ତ ବେଳେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୪- ସୁପ୍ରିମକୋର୍ଟ ରାୟ ଦେବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏହା ମଧ୍ୟରୁ ଗୋଟିଏ କଥା ହେଲା ଯେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏବେ ଯଦି କୌଣସି ଏଫଆଇଆର ରୁଜୁ ହେବ କିମ୍ବା ଅଭିଯୋଗ ଆସିବ, ତା’ହେଲେ ଏହାର ତଦନ୍ତ ସିବିଆଇ ହିଁ କରିବ। ବର୍ତ୍ତମାନ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କେବଳ ପାଟନାରେ ହିଁ ଏକମାତ୍ର ଏଫଆଇଆର ରୁଜୁ ହୋଇଛି।

୫-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇକୁ ଆଉ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ଆଉ କୌଣସି ରାଜ୍ୟର ଅନୁମତି ନେବାକୁ ପଡ଼ିବ ନାହିଁ। ସିବିଆଇ ଯେବେ ଚାହିଁବ ଓ ଯାହାକୁ ବି ଚାହିଁବ ପଚରାଉଚରା କରିପାରିବ। ସେହିପରି ପ୍ରମାଣ ଯୋଗାଡ଼ କରିବା ପାଇଁ ସିବିଆଇକୁ ମହାରାଷ୍ଟ୍ର ସରକାରଙ୍କ ଅନୁମତି ମଧ୍ୟ ନେବାକୁ ପଡ଼ିବ ନାହିଁ।

୬-ସିବିଆଇ ତଦନ୍ତ ପାଇଁ ପ୍ରଥମେ ବିହାର ସରକାର ସୁପାରିସ କରିଥିଲେ। ଏହାକୁ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଥିଲେ। ଏହାପରେ ଆଜି ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ସିବିଆଇ ତଦନ୍ତର ପୂରା କାର୍ଯ୍ୟକଳାପ ଉପରେ ସୁପ୍ରିମକୋର୍ଟଙ୍କ ନଜର ରହିବ।

୭-ସୁପ୍ରିମକୋର୍ଟ କହିଛନ୍ତି ଯେ ପାଟନାରେ ଏଫଆଇଆର ରୁଜୁ ହେବା ଓ ବିହାର ସରକାର ଏହାର ତଦନ୍ତ ସିବିଆଇକୁ ସୁପାରିସ କରିବା ସଂପୂର୍ଣ୍ଣ ଭାବେ ଠିକ।

୮-ସୁଶାନ୍ତଙ୍କ ବାପା କେକେ ସିଂହ ପାଟନାରେ ହିଁ ପ୍ରଥମେ ରିୟା ଚକ୍ରବର୍ତ୍ତୀଙ୍କୁ ମୃତ୍ୟୁ ପାଇଁ ଦାୟୀ କରି ଏଫଆଇଆର ରୁଜୁ କରିଥିଲେ। ତେବେ ଏହାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ ଆଜି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।

୯-ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୁଲିସ୍‌ ଆରମ୍ଭରୁ ହିଁ ସିବିଆଇ ତଦନ୍ତକୁ ବିରୋଧ କରୁଥିଲେ। ସୁପ୍ରିମକୋର୍ଟଙ୍କ ଆଜିର ଫୈସଲା ଉଭୟଙ୍କ ପାଇଁ ଝଟକା ସଦୃଶ ହୋଇଛି। ଏହି ରାୟ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ପାର୍ଥ ଟ୍ୱିଟ କରି ସତ୍ୟ ମେବ ଜୟତେ ବୋଲି ଲେଖିଛନ୍ତି।

୧୦-ଏବେ ସିବିଆଇ ଟିମ ମୁମ୍ବାଇ ଯିବ। ମୁମ୍ବାଇରୁ ହିଁ ଘଟଣାର ଖୋଳତାଡ଼ ଆରମ୍ଭ ହେବ। ସିବିଆଇ ମୁମ୍ବାଇ ପୁଲିସ୍‌ ଠାରୁ କେସ ଡାଏରୀ, ସମସ୍ତ ସାକ୍ଷୀଙ୍କ ନାଁ ଓ ସନ୍ଦିଗ୍ଧଙ୍କ ବୟାନରେ ରେକର୍ଡ ହାସଲ କରିବ। ଫରେନସିକ ଓ ଅନ୍ୟାନ୍ୟ ରିପୋର୍ଟ ମଧ୍ୟ ପୁଲିସ୍‌କୁ ମାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos