ବେଙ୍ଗାଲୁରୁ ଲଭଷ୍ଟୋରୀରେ ମଧ୍ୟସ୍ଥି ସାଜି ମର୍ଡର କରିବାକୁ ଯାଇଥିଲେ ଓଡ଼ିଆ ଯୁବକ, ମିଳିଲା ୭ ବର୍ଷ ଜେଲଦଣ୍ଡ

ବେଙ୍ଗାଲୁରୁ: ଦୀର୍ଘ ୧୦ ବର୍ଷ ପରେ ସାଙ୍ଗଙ୍କୁ ଗୋଟିଏ ଝିଅ ପାଇଁ ହତ୍ୟା କରିବାକୁ ଉଦ୍ୟମ କରିଥିବା ୨ ଯୁବକଙ୍କୁ ୭ ବର୍ଷ ଜେଲଦଣ୍ଡ ମିଳିଛି। ଏହି ୨ ଯୁବକଙ୍କ ମଧ୍ୟରେ ଓଡ଼ିଶାର ଜିତେନ୍ଦ୍ର ସାହୁ ରହିଛନ୍ତି। ଜିତେନ୍ଦ୍ର ଓ ଆସାମର ଶଶାଙ୍କ ଦାସ ମିଳିତ ଭାବେ ସେମାନଙ୍କ ବନ୍ଧୁ ସୌଭିକ ଚାଟାର୍ଜୀଙ୍କୁ ୧୦ ବର୍ଷ ତଳେ ଛାତରୁ ଠେଲି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆକ୍ରମଣ ପରେ ସୌଭିକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ପ୍ରାୟ […]

f

f

Hemant Lenka
  • Published: Saturday, 17 October 2020
  • Updated: 17 October 2020, 03:38 PM IST

Sports

Latest News

ବେଙ୍ଗାଲୁରୁ: ଦୀର୍ଘ ୧୦ ବର୍ଷ ପରେ ସାଙ୍ଗଙ୍କୁ ଗୋଟିଏ ଝିଅ ପାଇଁ ହତ୍ୟା କରିବାକୁ ଉଦ୍ୟମ କରିଥିବା ୨ ଯୁବକଙ୍କୁ ୭ ବର୍ଷ ଜେଲଦଣ୍ଡ ମିଳିଛି। ଏହି ୨ ଯୁବକଙ୍କ ମଧ୍ୟରେ ଓଡ଼ିଶାର ଜିତେନ୍ଦ୍ର ସାହୁ ରହିଛନ୍ତି। ଜିତେନ୍ଦ୍ର ଓ ଆସାମର ଶଶାଙ୍କ ଦାସ ମିଳିତ ଭାବେ ସେମାନଙ୍କ ବନ୍ଧୁ ସୌଭିକ ଚାଟାର୍ଜୀଙ୍କୁ ୧୦ ବର୍ଷ ତଳେ ଛାତରୁ ଠେଲି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆକ୍ରମଣ ପରେ ସୌଭିକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ପ୍ରାୟ ଦେଢ଼ ବର୍ଷ ଧରି କୋମାରେ ରହିଥିଲେ।

କୋମାରୁ ବାହାରିବା ପରେ ପୂରା ଘଟଣା ସମ୍ପର୍କରେ ସେ ଜଣାଇଥିଲେ। ଦୀର୍ଘ ୧୦ ବର୍ଷ ଧରି ମାମଲାର ତଦନ୍ତ ଓ ଶୁଣାଣି ପରେ ଶେଷରେ ଜିତେତ୍ର ଓ ଶଶାଙ୍କଙ୍କୁ ୭ ବର୍ଷର ଜେଲ ଦଣ୍ଡ ମିଳିଛି।

ବେଙ୍ଗାଲୁରୁର କେଆର ପୁରାମଠାରେ ଘଟିଥିବା ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। କେଆର ପୁରାମଠାରେ ଥିବା ଗୋଟିଏ ଇଞ୍ଜିନିୟରିଂ କଲେଜରେ ଶଶାଙ୍କ ଓ ସୌଭିକ ଏକାଠି ପାଠ ପଢ଼ୁଥିବା ବେଳେ ଓଡ଼ିଶାର ଜିତେନ୍ଦ୍ର ପୋଷ୍ଟଗ୍ରାଜୁଏଟ କରୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ବିଇର ତୃତୀୟ ସେମିଷ୍ଟରର ଛାତ୍ର ସୌଭିକଙ୍କ ଘନିଷ୍ଠ ବନ୍ଧୁ ହେଉଛନ୍ତି ସୋନାଲି। ସେ ସମାନ କ୍ୟାମ୍ପସରେ ଥିବା ମହିଳା କଲେଜର ଛାତ୍ର।

ତେବେ ଶଶାଙ୍କ ମନେମନେ ସୋନାଲୀଙ୍କୁ ଭଲ ପାଇ ବସିଥିଲେ। ଏହାକୁ ନେଇ ଶଶାଙ୍କ ଓ ସୌଭିକଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଏପରି କି ଗୋଟିଏ ଦିନ ଶଶାଙ୍କ ରାଗି ଯାଇ ସୌଭିକଙ୍କ ମା’ ଓ ସୋନାଲିଙ୍କ ନାଁ ନେଇ ପ୍ରବଳ ଗାଳି କରିଥିଲେ। ଏଥିପାଇଁ ସୌଭିକ ବନ୍ଧୁ ଶଶାଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେଇଥିଲେ। ଏହି ଘଟଣା ପରେ ଶଶାଙ୍କ ଓଡ଼ିଆ ପୁଅ ଜିତେନ୍ଦ୍ର ସାହୁଙ୍କୁ ସବୁ କଥା କହିଥିଲେ।

ଶଶାଙ୍କ ୨୦୧୦ ମସିହା ଡିସେମ୍ବର ୬ ସକାଳ ୯ଟାରେ ନିଜ ଭୁଲ ବୁଝିବା ସହ ସୌଭିକଙ୍କ ଘରକୁ ଯାଇ କ୍ଷମା ମାଗିଥିଲେ। ଏହାପରେ ଉଭୟ ଛାତ ଉପରକୁ ଯାଇଥିଲେ। ସେଠାରେ ଜିତେନ୍ଦ୍ର ଓ ଅନ୍ୟ ଦୁଇ ଯୁବକ ଶଶାଙ୍କ ସହ ମିଶି ସୌଭିକଙ୍କୁ ଆକ୍ରମଣ କରିଥିଲେ। ସମସ୍ତେ ମିଳିତ ଭାବେ ସୌଭିକଙ୍କୁ ତଳକୁ ଠେଲି ଦେଇଥିଲେ। କେଆର ପୁରାମ ନିକଟ ହିରନଦାହାଲି ଠାରେ ଥିବା ସୌଭିକଙ୍କ ଭଡ଼ା ଘରେ ପୂରା ଘଟଣା ଘଟିଥିଲା।

ଆକ୍ରମଣ ଯୋଗୁ ସୌଭିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ କୋମାକୁ ଚାଲି ଯାଇଥିଲେ। ଦୀର୍ଘ ୨ ମାସ ଧରି ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏହାପରେ ତାଙ୍କୁ କୋଲକାତାକୁ ପଠାଇ ଦିଆଯାଇଥିଲା। ୨୦୧୧ ମସିହା ଅଗଷ୍ଟ ମାସରେ ତାଙ୍କର ଚେତା ଫେରିଥିଲା। ଏହାପରେ ସେ ତାଙ୍କ ସହ ଘଟିଥିବା ଘଟଣାକୁ କହିଥିଲେ।

୨୦୧୧ ଡିସେମ୍ବର ୨୩ରେ ଅବଲାହାଲ୍ଲି ପୁଲିସ୍ ସୌଭିକଙ୍କ ବାପା ସୁନୀଲଙ୍କ ଅଭିଯୋଗ ପରେ ଶଶାଙ୍କ ଓ ଅନ୍ୟମାନଙ୍କ ନାଁରେ ୩୦୭ରେ ମାମଲା ରୁଜୁ କରିଥିଲା। ୨୦୧୨ରେ ଶଶାଙ୍କ ଓ ଜିତେନ୍ଦ୍ରଙ୍କୁ ପୁଲିସ୍ ଗିରଫ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଜାମିନ ମିଳିଥିଲା। ସୌଭିକଙ୍କୁ ଏବେ ୨୯ ବର୍ଷ ବୟସ ହୋଇଥିବା ବେଳେ ଜିତେନ୍ଦ୍ରଙ୍କୁ ୩୨ ଓ ଶଶାଙ୍କୁ ୨୯ ବର୍ଷ ବୟସ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos