ପିକ୍‌ନିକ୍‌ ପାଇଁ ଯାଉଥିଲେ, ଘାଟିରୁ ଟେମ୍ପୋ ଖସି ୧୧ ମୃତ

ସୋପିଆନ୍‌: ଦକ୍ଷିଣ କଶ୍ମୀରର ସୋପିଆନ୍‌ରେ ଥିବା ଐତିହାସିକ ମୋଗଲ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିକ୍‌ନିକ୍‌ ପାଇଁ ଯାଉଥିବା କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ଟେମ୍ପୋ ଘାଟିରୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଛାତ୍ରୀ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ଟେମ୍ପୋଟି ପୁଞ୍ଚରୁ ସୋପିଆନ୍‌ ଯାଉଥିଲା। ଏହି ଟେମ୍ପୋରେ ଏକ ଘରୋଇ […]

tempo

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 04:51 PM IST

ସୋପିଆନ୍‌: ଦକ୍ଷିଣ କଶ୍ମୀରର ସୋପିଆନ୍‌ରେ ଥିବା ଐତିହାସିକ ମୋଗଲ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିକ୍‌ନିକ୍‌ ପାଇଁ ଯାଉଥିବା କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ଟେମ୍ପୋ ଘାଟିରୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଛାତ୍ରୀ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଟେମ୍ପୋଟି ପୁଞ୍ଚରୁ ସୋପିଆନ୍‌ ଯାଉଥିଲା। ଏହି ଟେମ୍ପୋରେ ଏକ ଘରୋଇ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ରହିଥିଲେ। ଏମାନେ ସୁର୍ଣ୍ଣାକୋଟେରୁ ପିକ୍‌ନିକ୍‌ ପାଇଁ ଧୋବିଜନ ଯାଉଥିଲେ। ହେଲେ ଲାଲ ଗୁଲାମ ନିକଟରେ ଟେମ୍ପୋଟି ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିରୁ ତଳକୁ ଖସି ପଡ଼ିଥିଲା।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆହତ ୫ ଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଶ୍ରୀନଗର ସ୍ଥିତ ଏସ୍‌ଏମଏସ୍‌ଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Related story