ଆକାଶରୁ ବର୍ଷୁଛି ନିଆଁ, ବିଶ୍ୱର ସବୁଠୁ ଉତ୍ତପ୍ତ ୧୫ ସହରରୁ ଭାରତର ୧୧

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାରି ରହିଛି ତାତିର ରାଜୁତି। ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଅସହ୍ୟ ଖରା ସମସ୍ତଙ୍କୁ କଲବଲ କରୁଛି। ବିଶେଷ କରି ପଶ୍ଚିମ ଓ ମଧ୍ୟ ଭାରତରେ ଆକାଶରୁ ଅଗ୍ନିବର୍ଷା ହେଉଛି। ରବିବାର ଭଳି ସୋମବାର ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଛି। ଏପରି କି ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୫ ସହର ମଧ୍ୟରୁ ଭାରତର ୧୧ଟି ସହର ରହିଛି। ଭାରତ ସହିତ ପାକିସ୍ତାନରେ ମଧ୍ୟ ପ୍ରବଳ ତାତି ଅନୁଭୁତ ହେଉଥିବା […]

poi

poi

Hemant Lenka
  • Published: Monday, 03 June 2019
  • Updated: 03 June 2019, 10:08 PM IST

Sports

Latest News

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାରି ରହିଛି ତାତିର ରାଜୁତି। ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଅସହ୍ୟ ଖରା ସମସ୍ତଙ୍କୁ କଲବଲ କରୁଛି। ବିଶେଷ କରି ପଶ୍ଚିମ ଓ ମଧ୍ୟ ଭାରତରେ ଆକାଶରୁ ଅଗ୍ନିବର୍ଷା ହେଉଛି। ରବିବାର ଭଳି ସୋମବାର ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଛି। ଏପରି କି ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୫ ସହର ମଧ୍ୟରୁ ଭାରତର ୧୧ଟି ସହର ରହିଛି। ଭାରତ ସହିତ ପାକିସ୍ତାନରେ ମଧ୍ୟ ପ୍ରବଳ ତାତି ଅନୁଭୁତ ହେଉଥିବା ପାଣିପାଗ ମନିଟରିଂ ସଂସ୍ଥା ଏଲ ଡୋରାଡୋ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ ଆଜି ରାଜସ୍ଥାନର ଚୁରୁରେ ପାରଦ ପୁଣିଥରେ ୫୦ ଡିଗ୍ରୀ ଡେଇଁଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୫୦.୩ ଡିଗ୍ରୀ ରେକର୍ଡ କରାଯାଇଛି। ଶନିବାର ଏଠାରେ ପାରଦ ୫୦.୮ ଡିଗ୍ରୀ ରହିଥିଲା, ଯାହା ଚଳିତ ବର୍ଷର ସର୍ବାଧିକ। ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ତାଲିକାର ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ଜାକୋବାବାଦ ରହିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ରେକର୍ଡ କରାଯାଇଛି।

୪୮.୮ ଡିଗ୍ରୀ ସହ ରାଜସ୍ଥାନର ଗଙ୍ଗାନଗର ତୃତୀୟରେ ରହିଥିବା ବେଳେ ୪ର୍ଥରେ ପାକିସ୍ତାନର ପାଦ ଇଦାମ ରହିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୮. ୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବିକାନୀରରେ ୪୮.୪, ସିବି(ପାକ୍‌)ରେ ୪୮.୩, ପାହାଲୋଡ଼ି(ଭାରତ)ରେ ୪୮.୨, ରୋହରି(ପାକିସ୍ତାନ) ୪୮, ଜୈସାଲମିର (ଭାରତ)ରେ ୪୭.୮ ଡିଗ୍ରୀ, ନୌଗାଓଁ(ଭାରତ)ରେ ୪୭.୭, ନର୍ଲାରୁ(ଭାରତ)ରେ ୪୭.୬, କୋଟା(ଭାରତ)ରେ ୪୭. ୫, ପିଲାନି(ଭାରତ) ୪୭.୫, ବାରମେର(ଭାରତ), ୪୭.୨ ଓ ସାୱା ମାଧପୁରରେ ସର୍ବୋଚ୍ଚ ତାପମାତ୍ରା ୪୭.୨ ଡିଗ୍ରୀ ରେକର୍ଡ କରାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୩ ଦିନ ଯାଏ ଏସବୁ ସ୍ଥାନ ଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଭୀଷଣ ଗରମ ଯୋଗୁ ଗତକାଲି ରାଜସ୍ଥାନର ସିକରରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। କେବଳ ରାଜସ୍ଥାନ ନୁହେଁ, ଦିଲ୍ଲୀ ସମେତ ମଧ୍ୟପ୍ରଦେଶ, ପଞ୍ଜାବ ଓ ମହାରାଷ୍ଟ୍ରରେ ମଧ୍ୟ ତାତିର ପ୍ରକୋପ ଦେଖିବାକୁ ମିଳିଛି।

ପଶ୍ଚିମ ଓଡ଼ିଶାରେ ବଦଳିନି ସ୍ଥିତି

ଅନ୍ୟପକ୍ଷରେ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଉପକୂଳରେ ପାଗ ସାମାନ୍ୟ କୋହଲା ରହୁଥିଲେ ହେଁ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି। ଆଜି ରାଜ୍ୟର ୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ୪୩.୮ ଡିଗ୍ରୀ ସହ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି।

ସେହିପରି ଭବାନୀପାଟଣା ଓ ବଲାଙ୍ଗିରରେ ତାପମାତ୍ରା ୪୩ ଡିଗ୍ରୀ ଲେଖାଏ ରେକର୍ଡ କରାଯାଇଛି। ତାଳଚେରରେ ୪୨.୪, ମାଲକାନଗିରିରେ ୪୨.୪, ହୀରାକୁଦରେ ୪୨.୧, ସୋନପୁରରେ ୪୧, ସମ୍ବଲପୁରରେ ୪୨.୯, ଅନୁଗୁଳରେ ୪୧.୧ ଓ ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସୋମବାର ୩୬ ଡିଗ୍ରୀ ରହିଥିବା ବେଳେ କଟକର ସର୍ବୋଚ୍ଚ ତାପମାତ୍ରା ୩୫. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତାକାଲି ମଧ୍ୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story