୧୧ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଇଟାରେ ମୁଣ୍ଡକୁ ଛେଚି ହତ୍ୟା

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ସୈଫପୁରଠାରେ ଜଣେ ୧୧ ବର୍ଷୀୟ ନାବାଲିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି।କାଳେ ସେ ଘଟଣା ସମ୍ପର୍କରେ ପ୍ରଘଟ କରିଦେବ ସେଥିପାଇଁ ନାବାଳିକାଙ୍କ ମୁଣ୍ଡକୁ ଇଟାରେ ଛେଚି ଛେଚି ମାରି ଦିଆଯାଇଛି। ଶୁକ୍ରବାର ରାତିରେ ଝିଅଟି ତାଙ୍କ ଘର ବାହାରେ ଶୋଇଥିବା ବେଳେ ନିଖୋଜ ହୋଇଯାଇଥିଲେ। ପ୍ରଥମେ ପରିବାର ଲୋକ ଝିଅଟି ଟଏଲେଟ ଯାଇଥାଇ ପାରେ ବୋଲି ଭାବିଥିଲେ। ହେଲେ ଦୀର୍ଘ ସମୟ ଧରି […]

re

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 04:58 PM IST

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ସୈଫପୁରଠାରେ ଜଣେ ୧୧ ବର୍ଷୀୟ ନାବାଲିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି।କାଳେ ସେ ଘଟଣା ସମ୍ପର୍କରେ ପ୍ରଘଟ କରିଦେବ ସେଥିପାଇଁ ନାବାଳିକାଙ୍କ ମୁଣ୍ଡକୁ ଇଟାରେ ଛେଚି ଛେଚି ମାରି ଦିଆଯାଇଛି।

ଶୁକ୍ରବାର ରାତିରେ ଝିଅଟି ତାଙ୍କ ଘର ବାହାରେ ଶୋଇଥିବା ବେଳେ ନିଖୋଜ ହୋଇଯାଇଥିଲେ। ପ୍ରଥମେ ପରିବାର ଲୋକ ଝିଅଟି ଟଏଲେଟ ଯାଇଥାଇ ପାରେ ବୋଲି ଭାବିଥିଲେ। ହେଲେ ଦୀର୍ଘ ସମୟ ଧରି ଝିଅଟି ନ ଫେରିବାରୁ ପରିବାର ଲୋକ ପଡ଼ୋଶୀଙ୍କ ସହ ମିଶି ତାଙ୍କୁ ଖୋଜାଖୋଜି କରିଥିଲେ ଓ ଘର ନିକଟରେ ଥିବା ଏକ ବୁଦା ମୂଳରେ ଝିଅଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଝିଅଟିର ମୁଣ୍ଡକୁ ଦୁର୍ବୃତ୍ତମାନେ ଇଟାରେ ଛେଚିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ଝିଅଟିର ବେକ ଏବଂ ଗୁପ୍ତାଙ୍ଗରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଏବେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି।

Related story