୮ ହଜାର ପଦ ପାଇଁ ୧୨ ଲକ୍ଷ ଆଶାୟୀ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ୍‌ ୮ ହଜାର କନଷ୍ଟେବଲ ପଦବୀ ପାଇଁ ୧୨ ଲକ୍ଷ ଆଶାୟୀଙ୍କ ଆବେଦନ ଗ୍ରହଣ କରିଛି। ଏବେ ସମୟ ଓ ଅର୍ଥର ଅଯଥା ଖର୍ଚ୍ଚକୁ ରୋକିବା ପାଇଁ ସରକାର ପେନ ଓ ପେପର ଦ୍ୱାରା ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ ମହାପୋର୍ଟାଲ ଦ୍ୱାରା ପ୍ରାର୍ଥୀ ଚୟନ ହେବାର ଥିଲା। ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ସତେଜ ପାଟିଲ କହିଛନ୍ତି, “ଆଶାୟୀମାନେ ମହାପୋର୍ଟାଲକୁ ନେଇ ଆପତ୍ତି ଉଠାଇଛନ୍ତି। ତେଣୁ କରି ଆମେ ଅନ୍ୟ ବିକଳ୍ପ ଖୋଜୁଛୁ। […]

re

re

Hemant Lenka
  • Published: Wednesday, 22 January 2020
  • Updated: 22 January 2020, 04:22 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ୍‌ ୮ ହଜାର କନଷ୍ଟେବଲ ପଦବୀ ପାଇଁ ୧୨ ଲକ୍ଷ ଆଶାୟୀଙ୍କ ଆବେଦନ ଗ୍ରହଣ କରିଛି। ଏବେ ସମୟ ଓ ଅର୍ଥର ଅଯଥା ଖର୍ଚ୍ଚକୁ ରୋକିବା ପାଇଁ ସରକାର ପେନ ଓ ପେପର ଦ୍ୱାରା ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ ମହାପୋର୍ଟାଲ ଦ୍ୱାରା ପ୍ରାର୍ଥୀ ଚୟନ ହେବାର ଥିଲା।

ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ସତେଜ ପାଟିଲ କହିଛନ୍ତି, “ଆଶାୟୀମାନେ ମହାପୋର୍ଟାଲକୁ ନେଇ ଆପତ୍ତି ଉଠାଇଛନ୍ତି। ତେଣୁ କରି ଆମେ ଅନ୍ୟ ବିକଳ୍ପ ଖୋଜୁଛୁ। ଆମର ଆଶା ପ୍ରାର୍ଥୀ ଚୟନ ପାଇଁ ଆମେ ଖୁବଶୀଘ୍ର ନୂଆ ବିକଳ୍ପ ଧରି ଆସିବୁ। ଅନଲାଇନରେ ପରୀକ୍ଷା କରାଇଲେ ୧୨ ଲକ୍ଷ ଆଶାୟୀଙ୍କ ପାଇଁ ୪୫ ଦିନର ସମୟ ଦରକାର।

ଆମକୁ ୯୦ ସେଟର ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ତେଣୁ ରାଜ୍ୟ ସରକାର ପୁଣି ଅଫଲାଇନ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ଗୋଟିଏ ଦିନରେ ଓ ଗୋଟିଏ ପରୀକ୍ଷା ପତ୍ରରେ ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ।”

୨୦୧୭ରେ ଫଡନାଭିସ ସରକାର ପରୀକ୍ଷାରେ ସ୍ୱଚ୍ଛତା ଜାରି ରଖିବାକୁ ପୋର୍ଟାଲ ବ୍ୟବସ୍ଥା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos