ଇସ୍ତଫା ଦେଲେ ୧୨ରୁ ଅଧିକ ପ୍ରଦେଶ କଂଗ୍ରେସ୍‌ ଅଧ୍ୟକ୍ଷ!

ଲକ୍ଷ୍ନୌ: ୨୦୧୯ ଯେତିକି ପାଖେଇ ଆସୁଛି ସବୁ ଦଳଙ୍କ ଆକ୍ଟିଭିଟି ସେହି ପରିମାଣରେ ବଢ଼ିବାରେ ଲାଗିଛି। ଜାତୀୟ ଦଳଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଏହା ମଧ୍ୟରେ ଶୁଣିବାକୁ ମିଳୁଛି କଂଗ୍ରେସ୍‌ର ପ୍ରଦେଶ ରାଜନୀତିରେ ବଡ଼ ଧରଣ ପରିବର୍ତ୍ତନ ହେଉଛି। ଉତ୍ତରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ରାଜ ବବ୍ବର ଇସ୍ତଫା ଦେଇଛନ୍ତି। ଏହାସହ ୧୨ରୁ ଅଧିକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଇସ୍ତଫା ଦେଇଥିବା ଶୁଣିବାକୁ […]

Raj Babbar

Raj Babbar

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 11:24 AM IST

Sports

Latest News

ଲକ୍ଷ୍ନୌ: ୨୦୧୯ ଯେତିକି ପାଖେଇ ଆସୁଛି ସବୁ ଦଳଙ୍କ ଆକ୍ଟିଭିଟି ସେହି ପରିମାଣରେ ବଢ଼ିବାରେ ଲାଗିଛି। ଜାତୀୟ ଦଳଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଏହା ମଧ୍ୟରେ ଶୁଣିବାକୁ ମିଳୁଛି କଂଗ୍ରେସ୍‌ର ପ୍ରଦେଶ ରାଜନୀତିରେ ବଡ଼ ଧରଣ ପରିବର୍ତ୍ତନ ହେଉଛି। ଉତ୍ତରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ରାଜ ବବ୍ବର ଇସ୍ତଫା ଦେଇଛନ୍ତି। ଏହାସହ ୧୨ରୁ ଅଧିକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଇସ୍ତଫା ଦେଇଥିବା ଶୁଣିବାକୁ ମିଳୁଛି।

ବାବ୍ବରଙ୍କ ଇସ୍ତଫା ଏଆଇସିସି ଗ୍ରହଣ କରିଛି କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ ଶୁଣିବାକୁ ମିଳୁଛି ଉତ୍ତରପ୍ରଦେଶର ନୂଆ ଅଧ୍ୟକ୍ଷ ବ୍ରାହ୍ମଣ ଚେହେରା ହେବ। ରାଜ୍ୟରେ ଆଗକୁ କଂଗ୍ରେସର ନେତୃତ୍ୱ କାହା ହାତରେ ରହିବ ଏହାର ନିଷ୍ପତ୍ତି ରାହୁଲ ଗାନ୍ଧି ନେବେ।

ନୂଆ ପୀଢ଼ିଙ୍କୁ ମିଳିପାରେ କମାଣ

ଉତ୍ତରପ୍ରଦେଶରରେ ନୂଆ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ବ୍ରାହ୍ମଣ ଚେହେରା ଅଥବା ଯୁବପୀଢ଼ି ହାତକୁ ଯାଇପାରେ। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ, ପୂର୍ବତନ ସାଂସଦ ରାଜେ ମିଶ୍ର ଏବଂ ପୂର୍ବତନ ବିଧାୟକ ଲଲିତେଶପତି ତ୍ରିପାଠୀଙ୍କ ନାଁ ଆଗରେ ରହିଛି।

ଏପରି ମଧ୍ୟ ଶୁଣିବାକୁ ମିଳୁଛି ଦଳ ଜଣେ ଅଧ୍ୟକ୍ଷଙ୍କ ସହ ୪ ଜଣ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇପାରେ। ଏହି ୪ ଉପାଧ୍ୟ୪ଙ୍କୁ ଅଲଗା ଅଲଗା କ୍ଷେତ୍ରର ଦାୟିତ୍ୱ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos