ମା’ଙ୍କ ପ୍ରସୂତୀ କରାଇଲା ୧୨ ବର୍ଷ ଝିଅ: କୁନିଭାଇକୁ ହାତରେ ଧରିଲା, କାନ୍ଦିଲା

ପ୍ରସବ ସମୟରେ ଡାକ୍ତରା ବହୁତ ସତର୍କତା ଅବଲମ୍ବନ କରିଥାନ୍ତି। ଯଦି ପ୍ରସବ ପାଇଁ ଅପରେସନ କରାଯିବାର ସ୍ଥିତି ଉପୁଜେ ତ କଥା ଆହୁରି ଜଟିଳ। ଅମେ ସମସ୍ତେ ଜାଣିଛନ୍ତି ପ୍ରସବଜନିତ ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ। ପରିବାର ଲୋକଙ୍କ ପକ୍ଷେ ଏହା ଦେଖିବା ବହୁତ କଠିନ। ହେଲେ କେବେ ଭାବିଛନ୍ତି ଜଣେ ୧୨ ବର୍ଷର ଝିଅ ନିଜ ମା’ର ପ୍ରସବ କରାଇବା। ଏପରି ଘଟଣା ଘଟିଛି ୟୁଏସ୍‌ରେ। ଏହି ୧୨ ବର୍ଷର ଝିଅ ଜେସି ନିଜେ ଲେବର ରୁମ୍‌ରେ […]

12yr-girl

12yr-girl

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 12:22 PM IST

Sports

Latest News

ପ୍ରସବ ସମୟରେ ଡାକ୍ତରା ବହୁତ ସତର୍କତା ଅବଲମ୍ବନ କରିଥାନ୍ତି। ଯଦି ପ୍ରସବ ପାଇଁ ଅପରେସନ କରାଯିବାର ସ୍ଥିତି ଉପୁଜେ ତ କଥା ଆହୁରି ଜଟିଳ। ଅମେ ସମସ୍ତେ ଜାଣିଛନ୍ତି ପ୍ରସବଜନିତ ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ। ପରିବାର ଲୋକଙ୍କ ପକ୍ଷେ ଏହା ଦେଖିବା ବହୁତ କଠିନ। ହେଲେ କେବେ ଭାବିଛନ୍ତି ଜଣେ ୧୨ ବର୍ଷର ଝିଅ ନିଜ ମା’ର ପ୍ରସବ କରାଇବା। ଏପରି ଘଟଣା ଘଟିଛି ୟୁଏସ୍‌ରେ। ଏହି ୧୨ ବର୍ଷର ଝିଅ ଜେସି ନିଜେ ଲେବର ରୁମ୍‌ରେ ରହି ଡାକ୍ତରଙ୍କୁ ମା’ଙ୍କ ପ୍ରସବ କରାଇବାରେ ସହଯୋଗ କରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି।

ଡାକ୍ତରଖାନାରେ ନିଜ ମା’କୁ ପ୍ରସବ ବେଦନାରେ ଲେବରରୁମକୁ ଯିବା ଦେଖି ଜେସି ଚିନ୍ତାରେ ପଡିଯାଇଥିଲା। ମା’ଙ୍କ ସହ ଲେବର ରୁମ୍‌କୁ ଯାଇ ପ୍ରସବରେ ସହଯୋଗ କରିବାକୁ ସେ ଡାକ୍ତରଙ୍କୁ ପ୍ରସ୍ତାବ ଦେଇଥିଲା। ଝିଅଟିର ଏପରି ପ୍ରସ୍ତାବରେ ପ୍ରଥମ ଡାକ୍ତର ତାଜୁବ ହୋଇଯାଇଥିଲେ। ହେଲେ ଝିଅଟିର ସାହସ ଦେଖି ଏଥିପାଇଁ ଅନୁମତି ଦେଇଥିଲେ। ଲେବର ରୁମ୍‌ରେ ମହିଳାଙ୍କ ଅପରେସନ ବେଳେ ଅତି ସାହସିକତାର ସହ ସେ ତାଙ୍କ ମାଆକୁ ସମ୍ଭାଳିବା ସହ ଆଶ୍ୱାସନା ଦେଇଥିଲେ।

ସଫଳତାର ସହ ଅପରେସନ ପରେ ମହିଳା ଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଜେସିଙ୍କ ସାହସିକତାକୁ ଦେଖି ଡାକ୍ତର ଶିଶୁପୁତ୍ରକୁ ତାଙ୍କ ମାଆକୁ ଦେବା ପରିବର୍ତ୍ତେ ପ୍ରଥମେ ତାଙ୍କ ହାତରେ ଦେଇଥିଲେ। ହାତରେ କୁନି ଭାଇକୁ ଧରି ଜେସି ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଆଖିରୁ ଖୁସିର ଲୁହ ବୋହି ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos